ଦୁଇ ଦିନିଆ ଗସ୍ତରେ ଭାରତର ରାଷ୍ଟ୍ରପତି...

Sep 23, 2026 - 13:26
 13
ଦୁଇ ଦିନିଆ ଗସ୍ତରେ ଭାରତର ରାଷ୍ଟ୍ରପତି...

ଅକ୍ଟୋବର ୨୭ ତାରିଖରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। 

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି। 

ରାଷ୍ଟ୍ରପତିଙ୍କ ଗସ୍ତ ନେଇ ସାଂସଦ ନବ ଚରଣ ମାଝୀ ଦେଇଛନ୍ତି ସୂଚନା। 

ଅକ୍ଟୋବର ୨୭ରେ ରାଇରଙ୍ଗପୁର ଗସ୍ତ କରି ୨୮ରେ ଫେରିଯିବେ ରାଷ୍ଟ୍ରପତି। 

ମେଗା ଚକ୍ଷୁ ଚିକିତ୍ସା ଶିବିର କାର୍ଯ୍ୟକ୍ରମରେ ହେବେ ସାମିଲ। 

୨୬ରୁ ୩୦ ଯାଏଁ ମେଗା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହେବ। 

ଦିଲ୍ଲୀର ୧୦୦ରୁ ଊର୍ଦ୍ଧ୍ୱ ଚକ୍ଷୁ ବିଶେଷଜ୍ଞ ଲୋକଙ୍କ ଚିକିତ୍ସା କରିବେ।