ଧାରା ୩୭୦ ଏବଂ ୩୫ (ଏ) ଉଚ୍ଛେଦର ସାତ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହାର ମହତ୍ୱ ପ୍ରସଙ୍ଗ...

Aug 5, 2026 - 21:09
 3
ଧାରା ୩୭୦ ଏବଂ ୩୫ (ଏ) ଉଚ୍ଛେଦର ସାତ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହାର ମହତ୍ୱ ପ୍ରସଙ୍ଗ...

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଧାରା ୩୭୦ ଏବଂ ୩୫ (ଏ) ଉଚ୍ଛେଦର ସାତ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ନିର୍ଣ୍ଣାୟକ ପଦକ୍ଷେପର ମହତ୍ୱ ବିଷୟରେ ଅବତାରଣା କରିଛନ୍ତି । 

୫ ଅଗଷ୍ଟ ୨୦୧୯କୁ ଭାରତର ସମାବେଶୀ ବିକାଶ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି ସେ କହିଛନ୍ତି ।

ଶ୍ରୀ ମୋଦୀ କହିଛନ୍ତି, ଗତ ସାତ ବର୍ଷ ମଧ୍ୟରେ ଜମ୍ମୁ-କଶ୍ମୀର ଏବଂ ଲଦାଖର ଲୋକମାନେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଦେଖିଛନ୍ତି । 

ଭିତ୍ତିଭୂମିର ଉଲ୍ଲେଖନୀୟ ବିସ୍ତାର ହୋଇଛି, ଅନ୍ୟପଟେ ଶିକ୍ଷା, ସ୍ୱାସ୍ଥ୍ୟ ସେବା, ଉଦ୍ୟୋଗ ବିକାଶ ଏବଂ କ୍ରୀଡ଼ା କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହୋଇଛି । ଅନେକ ଦଶନ୍ଧି ଧରି ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ଥିବା ମହିଳା ଏବଂ ବଞ୍ଚିତ ସମାଜର ସଦସ୍ୟମାନେ ଏବେ ଭାରତୀୟ ସମ୍ବିଧାନର ସମ୍ପୂର୍ଣ୍ଣ କାର୍ଯ୍ୟକାରିତା ମାଧ୍ୟମରେ ସଶକ୍ତ ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । 

ଚଳିତ ବର୍ଷ ଏହି ବାର୍ଷିକୀର ବିଶେଷ ମହତ୍ୱ ରହିଛି କାରଣ ଦେଶ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜୟନ୍ତୀ ପାଳନ କରୁଛି । 

ସେ କହିଛନ୍ତି, ରାଷ୍ଟ୍ରୀୟ ଏକତା ପ୍ରତି ଡକ୍ଟର ମୁଖାର୍ଜୀଙ୍କର ଆଜୀବନ ପ୍ରତିବଦ୍ଧତା ଅନେକ ପିଢ଼ିକୁ ଅନୁପ୍ରାଣିତ କରିଚାଲିଛି ଏବଂ ତାଙ୍କ ଦ୍ୱାରା ପରିକଳ୍ପିତ ଦୃଷ୍ଟିକୋଣ ୫ ଅଗଷ୍ଟ ୨୦୧୯ରେ ଐତିହାସିକ ଭାବେ ସାକାର ରୂପ ନେଇଥିଲା।

ଜମ୍ମୁ-କଶ୍ମୀର ଏବଂ ଲଦାଖର ବିକାଶ ଲାଗି ସରକାରଙ୍କ ଅତୁଟ ପ୍ରତିବଦ୍ଧତାକୁ ଦୋହରାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ ନାଗରିକଙ୍କୁ ବଡ଼ ସ୍ୱପ୍ନ ଦେଖିବା, ନିଜ ଆକାଂକ୍ଷାକୁ ସାକାର କରିବା ଏବଂ ଏକ ବିକଶିତ ଭାରତର ପରିକଳ୍ପନାରେ ଯୋଗଦାନ କରିବାର ସୁଯୋଗ ମିଳିବା ଉଚିତ୍‌ ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି:

ସାତ ବର୍ଷ ପୂର୍ବରୁ ଆଜିର ଦିନରେ ଧାରା ୩୭୦ ଏବଂ ୩୫ (ଏ) ଇତିହାସ ପାଲଟି ଯାଇଥିଲା। 

ଏହା ଜମ୍ମୁ-କଶ୍ମୀର ସହିତ ଲଦାଖର ଯାତ୍ରାରେ ଏକ ନିର୍ଣ୍ଣାୟକ ନୂତନ ଅଧ୍ୟାୟ ଆରମ୍ଭ କରିଥିଲା। 

ସେବେଠାରୁ ଜମ୍ମୁ-କଶ୍ମୀର ଏବଂ ଲଦାଖର ଲୋକମାନଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆସିଛି। ଭିତ୍ତିଭୂମିର ବିସ୍ତାର ହୋଇଛି, ଶିକ୍ଷା, ସ୍ୱାସ୍ଥ୍ୟସେବା, ଉଦ୍ୟୋଗ ବିକାଶ ଏବଂ କ୍ରୀଡ଼ା ଭଳି କ୍ଷେତ୍ରରେ ସୁଯୋଗ ବୃଦ୍ଧି ପାଇଛି । 

ମହିଳା ହୁଅନ୍ତୁ ଅବା ବଞ୍ଚିତ ସମାଜର ସଦସ୍ୟ, ଅନେକ ଦଶନ୍ଧି ଧରି ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ଥିବା ଲୋକମାନେ ଭାରତୀୟ ସମ୍ବିଧାନର ସମ୍ପୂର୍ଣ୍ଣ କାର୍ଯ୍ୟକାରିତା ମାଧ୍ୟମରେ ସଶକ୍ତ ହୋଇଛନ୍ତି ।

ଚଳିତ ବର୍ଷ ୫ ଅଗଷ୍ଟ ତାରିଖର ବିଶେଷ ମହତ୍ୱ ରହିଛି କାରଣ ଏଥର ଦେଶ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜୟନ୍ତୀ ପାଳନ କରୁଛି । ରାଷ୍ଟ୍ରୀୟ ଏକତା ପ୍ରତି ଡକ୍ଟର ମୁଖାର୍ଜୀଙ୍କର ଆଜୀବନ ପ୍ରତିବଦ୍ଧତା ଅନେକ ପିଢ଼ିକୁ ଅନୁପ୍ରାଣିତ କରିଚାଲିଛି ଏବଂ ତାଙ୍କ ଦ୍ୱାରା ପରିକଳ୍ପିତ ଦୃଷ୍ଟିକୋଣ ୫ ଅଗଷ୍ଟ ୨୦୧୯ରେ ଐତିହାସିକ ଭାବେ ସାକାର ରୂପ ନେଇଥିଲା।

ଜମ୍ମୁ-କଶ୍ମୀର ଏବଂ ଲଦାଖର ବିକାଶ ଲାଗି ନିଜର ପ୍ରତିବଦ୍ଧତାକୁ ଦୋହରାଇ ଆମେ ଏହା ସୁନିଶ୍ଚିତ କରିବା ଲାଗି ସଂକଳ୍ପବଦ୍ଧ ରହିଛୁ ଯେ, ପ୍ରତ୍ୟେକ ନାଗରିକଙ୍କୁ ବଡ଼ ସ୍ୱପ୍ନ ଦେଖିବା, ନିଜ ଆକାଂକ୍ଷାକୁ ସାକାର କରିବା ଏବଂ ଏକ ବିକଶିତ ଭାରତର ପରିକଳ୍ପନାରେ ଯୋଗଦାନ କରିବାର ସୁଯୋଗ ମିଳିବା ଉଚିତ୍‌ ।