ନିଶା ମୁକ୍ତ ଭାରତ ଗଠନ ପାଇଁ ସର୍ବ ଭାରତୀୟ ପ୍ରତିନିଧିଗଣଙ୍କ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଦାବୀପାତ୍ର ଓ ସାକ୍ଷାତ...

Oct 11, 2025 - 22:41
 10
ନିଶା ମୁକ୍ତ ଭାରତ ଗଠନ ପାଇଁ ସର୍ବ ଭାରତୀୟ ପ୍ରତିନିଧିଗଣଙ୍କ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଦାବୀପାତ୍ର ଓ ସାକ୍ଷାତ...

ମହାତ୍ମାଗାନ୍ଧୀଙ୍କ ସମାଧିପୀଠ ଦିଲ୍ଲୀର ରାଜଘାଟଠାରେ ମଦମୁକ୍ତ ଭାରତର ଆବାହକତ୍ବରେ ଓଡିଶାର ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ(ମୋନା) ର ପ୍ରାୟ ୧୪ରୁ ଅଧିକ କର୍ମକର୍ତ୍ତାମାନଙ୍କ ସମେତ ସାରା ଦେଶରୁ ପନ୍ଦରଟି ରାଜ୍ୟର ପ୍ରତିନିଧି ଉପସ୍ଥିତ ରହି ନିଶାମୁକ୍ତ ଭାରତ ଗଠନ ପାଇଁ ଶପଥ ନେବା ସହ ପ୍ରତି ରାଜ୍ଯରେ କିପରି ନିଶା କାରବାରକୁ ରୋକାଯାଇ ପାରିବ ତାର କାର୍ଯ୍ଯ ଖସଡା ତିଆରି କରା ଯାଇଛି।  

ଉକ୍ତ କାର୍ଯ୍ୟକ୍ରମରେ ସାରା ଦେଶର ବିଭିନ୍ନ ରାଜ୍ୟରୁ ଶତାଧିକ ନେତୃତ୍ବ ଯୋଗ ଦେଇଥିବା ବେଳେ ଓଡିଶାର ମିଳିତ ଓଡିଶା ନିଶା ନିବାରଣ ଅଭିଯାନ (ମୋନା)ର ବରିଷ୍ଠ ସଦସ୍ୟ ମଳୟ କୁମର ତ୍ରିପାଠୀଙ୍କ ନେତୃତ୍ବ ରେ ଉପ- ସଭାପତି ଅର୍ଜୁନ ଚରଣ ସାମନ୍ତରାୟ, କବିତା ପରିଡା, ଖଗେଶ୍ବର ବଳ, ସମ୍ପାଦକ ଗିରିଜା ନାୟକ, ରମାକାନ୍ତ ମଣ୍ଡଳ, ସଂଗଠନ ସମ୍ପାଦକ ଅରୁଣ କୁମାର ସ୍ବାଇଁ, କାର୍ଯ୍ଯାଳୟ ସମ୍ପାଦକ ଶୁଭେନ୍ଦୁ କୁମାର ରାଉତରାୟ, କୋଷାଧ୍ୟକ୍ଷ ପ୍ରିୟନାଥ ଆଚାର୍ଯ୍ଯ, ଭୁବନେଶ୍ବର ଉପ-ସଭାପତି ଗୀତାଞ୍ଜଳି ସ୍ବାଇଁ, ସଦସ୍ଯା ଶାନ୍ତିଲତା ରାଉତରାୟ, ଗୀତାଞ୍ଜଳି ଦଳାଇ, ବାଣୀ ମଞ୍ଜରୀ ଦାସ ଓ ତପସ୍ବିନୀ କରଙ୍କ ସମେତ ଅନ୍ଯମାନେ ଯୋଗଦେଇଥିଲେ । 

ଓଡିଶାକୁ ମଦମୁକ୍ତ କରିବା ପାଇଁ ଓ ସରକାରୀଙ୍କୁ ମଦ ଲାଇସେନ୍ସ ବନ୍ଦ କରିବା ଦାବୀରେ ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କରାଯିବା ସହ ଆସନ୍ତା ତା ୧୫/୧୦/୨୦୨୫ରିଖ ପୂର୍ବାହ୍ନ ୧୨ଘଟିକାରେ ରାଷ୍ଟ୍ରପତିଙ୍କ ସ୍ବିକୃତିକ୍ରମେ ଏକ ଦଶ ଜଣିଆ ପ୍ରତିନିଧିଦଳ (ମୋନା) ସଭାପତି ପଦ୍ମଚରଣ ନାୟକଙ୍କ ନେତୃତ୍ବରେ ମହାମହିମ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଅଛି ।  

ଅବଶିଷ୍ଟ କାର୍ଯ୍ୟକ୍ରମ ରୂପରେଖ ସାକ୍ଷାତ ଆଲୋଚନା ପରେ ସିଦ୍ଧାନ୍ତ ନିଆଯିବ ବୋଲି ସଂଗଠନ ତରଫରୁ ଏକ ପ୍ରେସ ଇସ୍ତାହାର ଜରିଆରେ ଜଣାଇ ଦିଆଯାଉଛି ।