କଟକ ଦୁର୍ଗାପୂଜା ଭସାଣି ଯାତ୍ରା ର ଅଘଟକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ରେ ମିଳିତ ଭସାଣି ଉତ୍ସବ ବନ୍ଦ...
ଭୁବନେଶ୍ଵର ଲକ୍ଷ୍ମୀ ପୂଜା ଭସାଣି ଉତ୍ସବ ସମିତି ଓ ଉତ୍ତର ଭୁବନେଶ୍ବର ଲକ୍ଷ୍ମୀପୂଜା ଭସାଣି ସମିତି ମିଳିତ ଆନୁକୁଲ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ ଆଜି ଭୁବନେଶ୍ଵର ସହିଦନଗର ଦୂର୍ଗା ପୂଜା ସମିତି ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଉଦ୍ଦେଶ୍ୟରେ ଉଭୟ ସଭାପତି ପ୍ରଥମେ ସମସ୍ତଙ୍କୁ ଏହି ସାମ୍ବାଦିକ ସମ୍ମିଳନୀ ର ଉଦ୍ଦେଶ୍ଯ ଉପରେ ଆଲୋଚନା କରିଥିଲେ I
ସଭାପତି ଶ୍ରୀ ମନୋରଞ୍ଜନ ଦାସ କହିଲେ ଯେ ଚଳିତ ବର୍ଷ ମିଳିତ ଭସାଣି ଅନୁଷ୍ଠିତ ହୋଇ ପାରିବ ନାହିଁ
ବାରମ୍ଵାର ଉଭୟ ସମିତି ପୋଲିସ ପ୍ରଶାସନ ସହିତ ଆଲୋଚନା କରିବା ପରେ ଏହି ନିଷ୍ପରି ଗ୍ରହଣ କରାଯାଇଛି I
ସମିତି ର ସାଧାରଣ ସମ୍ପାଦକ ଶ୍ରୀ ହରିଶ ପ୍ରସାଦ ରଥ କହିଲେ କି ଦୁର୍ଗା ପୂଜା ଭସାଣି ଉତ୍ସବ ଅତି ସୁନ୍ଦର ଭାବରେ ଅନୁଷ୍ଠିତ ହୋଇଯାଇଛି ।
କିନ୍ତୁ ଚଳିତ ବର୍ଷ କଟକ ଦୁର୍ଗା ପୂଜା ଭସାଣିରେ କିଛି ଅଘଟଣ ଘଟିବା ଅତି ନିନ୍ଦନୀୟ ଘଟଣା, ଏହାକୁ ଆଖି ଆଗରେ ରଖ୍ ପୋଲିସ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।
ଏଥିରେ ଭୁବନେଶ୍ଵର ସମସ୍ତ ଲକ୍ଷ୍ମୀପୂଜା ସମିତିର କର୍ମକର୍ତ୍ତାଗଣ ଓ ସହିଦନଗର ଦୁର୍ଗାପୂଜା ସମିତିର ସଭାପତି ଶ୍ରୀ ହେମନ୍ତ କୁମାର ପରିଡା, ସମ୍ପାଦଳ ସଚ୍ଚିନନ୍ଦନ ନାୟକ,ଉପଦେଷ୍ଟା ସୁଧର ଶତପଥୀ ଓ ବିଶ୍ଵ ପ୍ରକାଶ ମହାନ୍ତି, ଅଚ୍ୟୁତପ୍ରସାଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
ଶେଷରେ ଉତ୍ତର ଭସାଣିଉତ୍ସବର ମୁଖ୍ୟ ଉପଦେଷ୍ଟା ଶ୍ରୀ ବିଶ୍ଵଜିତ ପଟ୍ଟନାୟକ, ଉପଦେଷ୍ଟା ଶ୍ରୀ ସୁର ପାତ୍ର, ସଭାପତି ଶ୍ରୀ କୃଷ୍ଣଚନ୍ଦ୍ର ପତି କହିଲେ କି ଉଭୟ ସମିତି ସବୁବେଳେ ରାଜ୍ୟ ସରକାର ଙ୍କ ମାର୍ଗଦର୍ଶିକା କୁ ଅନୁସରଣ କରନ୍ତି ଓ ସମସ୍ତ ସମିତିକୁ ନିବେଦନ କରିଛନ୍ତି ପୋଲିସ ପ୍ରଶାସନକୁ ଭସାଣି ରେ ସହଯୋଗ କରନ୍ତୁ ।