ପଶ୍ଚିମ ବଙ୍ଗ ର ମତଦାନ % ଭାରତ ର ଇତିହାସରେ ପ୍ରଥମ ଥର ପାଇଁ ଯୋଡି ହେଲା...

Apr 30, 2026 - 15:49
 14
ପଶ୍ଚିମ ବଙ୍ଗ ର ମତଦାନ  % ଭାରତ ର ଇତିହାସରେ ପ୍ରଥମ ଥର ପାଇଁ ଯୋଡି ହେଲା...

ପଶ୍ଚିମବଙ୍ଗର ଦୁଇ-ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ୯୨.୪୭ ପ୍ରତିଶତର ଐତିହାସିକ ମତଦାନ ହୋଇଛି 

ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ୯୧.୬୬ ପ୍ରତିଶତ ସନ୍ଧ୍ୟା ସୁଧା ରହିଛି 

ଗତ ଏପ୍ରିଲ୍ ୨୩ ରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟରେ ୯୩.୧୯ ପ୍ରତିଶତ ମତଦାନ ରେକର୍ଡ କରାଯାଇଥିଲା। 

ଉଭୟ ପର୍ଯ୍ୟାୟକୁ ମିଶାଇ ସମୁଦାୟ ମତଦାନ ହାର ୯୨.୪୭ ପ୍ରତିଶତ ହିସାବ କରାଯାଇଛି।

ରାଜ୍ୟରେ ସମୁଦାୟ ୬.୮୧ କୋଟି ଭୋଟର ଅଛନ୍ତି। 

ନିର୍ବାଚନ ଆୟୋଗ କହିଛନ୍ତି ଯେ ଭୋଟ୍ ଦେବାରେ ମହିଳାମାନେ ପୁରୁଷମାନଙ୍କୁ ପଛରେ ପକାଇ ଦେଇଛନ୍ତି

ଯାହା ପୁରୁଷଙ୍କ ମତଦାନ ହାର ୯୧.୦୭ ପ୍ରତିଶତ ଥିଲା, ସେଠାରେ ମହିଳାଙ୍କ ମତଦାନ ହାର ୯୨.୨୮ ପ୍ରତିଶତ ରହିଛି। 

ଏହାପୂର୍ବରୁ ପଶ୍ଚିମବଙ୍ଗର ସର୍ବାଧିକ ମତଦାନ ୨୦୧୧ ବିଧାନସଭା ନିର୍ବାଚନରେ ୮୪.୭୨ ପ୍ରତିଶତ ଥିଲା। 

ତେବେ ଜାତୀୟ ସ୍ତରରେ ସର୍ବାଧିକ ମତଦାନର ରେକର୍ଡ ଏବେ ବି ତ୍ରିପୁରା ନାମରେ ରହିଛି, ଯେଉଁଠାରେ ୨୦୧୩ ବିଧାନସଭା ନିର୍ବାଚନରେ ୯୩.୬୧ ପ୍ରତିଶତ ମତଦାନ ହୋଇଥିଲା।

????ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏହି ବିପୁଳ ମତଦାନକୁ ପ୍ରଶଂସା କରି କହିଛନ୍ତି ଯେ ରେକର୍ଡ ସଂଖ୍ୟକ ଅଂଶଗ୍ରହଣ ପାଇଁ ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗର ପ୍ରତ୍ୟେକ ଭୋଟରଙ୍କୁ ସଲାମ କରୁଛନ୍ତି। 

????ଆସାମ ଏବଂ ପୁଡୁଚେରୀ ସମେତ ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ଏଥର ସର୍ବାଧିକ ମତଦାନ ହୋଇଥିବା ଆୟୋଗ ଉଲ୍ଲେଖ କରିଛନ୍ତି।

????ଆସନ୍ତା ମାସ ୪ ତାରିଖରେ ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ଆସାମ ଏବଂ ପୁଡୁଚେରୀ ପାଇଁ ଭୋଟ୍ ଗଣତି ଅନୁଷ୍ଠିତ ହେବ।

????ଏଥିସହିତ କର୍ଣ୍ଣାଟକ, ନାଗାଲାଣ୍ଡ, ତ୍ରିପୁରା, ମହାରାଷ୍ଟ୍ର ଏବଂ ଗୁଜରାଟର ବିଭିନ୍ନ ବିଧାନସଭା ଉପ-ନିର୍ବାଚନ ପାଇଁ ମଧ୍ୟ ସେହିଦିନ ଭୋଟ୍ ଗଣତି କରାଯିବ