ପୁରୀ ସି ବିଚ ଠାରେ ତିନି ଦିନିଆ ଫିଟ ଇଣ୍ଡିଆ କାର୍ନିଭାଲ ର ଉଦଯାପନ ସମାରୋହ...

Mar 24, 2026 - 12:27
 14
ପୁରୀ ସି ବିଚ ଠାରେ ତିନି ଦିନିଆ  ଫିଟ ଇଣ୍ଡିଆ କାର୍ନିଭାଲ ର ଉଦଯାପନ ସମାରୋହ...

ପୁରୀ ସି ବିଚ ଠାରେ ତିନି ଦିନିଆ ଫିଟ ଇଣ୍ଡିଆ କାର୍ନିଭାଲ

ର ଉଦଯାପନ ସମାରୋହ...

ଭାରତୀୟ କ୍ରୀଡା ପ୍ରାଧିକରଣ, ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ଏବଂ ପୁରୀ ଜିଲ୍ଲା ପ୍ରଶାସନ କ୍ରୀଡା କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ହୋଇଥିବା ଏହି ଉଦଯାପନୀ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଯୋଗ ଦେଇଥିଲେ।

ଆମେ ସୁସ୍ଥ ରହିଲେ ରାଜ୍ୟ ଓ ଦେଶ ସୁସ୍ଥ ରହିବ।ଦେଶ ସୁସ୍ଥ ରହିଲେ ସମୃଦ୍ଧି ସହଜ ହୋଇ ପାରିବ ବୋଲି ଜିଲ୍ଲାପାଳ କହିଥିଲେ। 

ବର୍ତ୍ତମାନ ଛୋଟ ରୁ ବଡ ପର୍ଯ୍ୟନ୍ତ ସମସ୍ତେ ବିବିଧ ଚାପରେ ରହୁଥିବାରୁ ମାନସିକ ଶାରୀରିକ ଭାବେ ପ୍ରଭାବିତ ହେଉଛନ୍ତି।

ଏହାକୁ ପରିଚାଳନା ପାଇଁ ସୁସ୍ଥ ରହିବା ଓ ସ୍ବାସ୍ଥ୍ୟ ସଚେତନ ହେବା ଜରୁରୀ।ଫିଟ ଇଣ୍ଡିଆ କାର୍ନିଭାଲ ଯୋଗ, କ୍ରୀଡା, ମନୋରଞ୍ଜନ ଇତ୍ୟାଦି ବିବିଧ କ୍ଷେତ୍ରରେ ଆମକୁ ଆଗେଇ ନେଇଥାଏ।ଏହାକୁ ନିତ୍ୟ ବ୍ୟବହାର କରିବାକୁ ଜିଲ୍ଲାପାଳ ଶ୍ରୀ ପରିଡା ଆହ୍ୱାନ ଦେଇଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଅଲମ୍ପିଆନ ଆଥଲେଟ ଦୂତୀ ଚାନ୍ଦ,ଯୁବ ଅଭିନେତା ଶୁଭମ ନାୟକ,ସାଇର ସହଯୋଗୀ ପାର୍ଟନର ତଥା ସିଇଓ ସୁଜିତ ପାଣିଗ୍ରାହୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଓ କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ଉପସ୍ଥିତ ଥିଲେ।

ସାଇ ବା ଭାରତୀୟ କ୍ରୀଡା ପ୍ରାଧିକରଣ ର ସହକାରୀ ନିର୍ଦ୍ଦେଶକ କରଣ ସଦୱ୍ବାନୀ, ଉପ ନିର୍ଦ୍ଦେଶକ ତୈଲୋକ୍ୟ ନାଥ ସାହୁ ପ୍ରମୁଖ ଯୋଗ ଦେଇ ଫିଟ ଇଣ୍ଡିଆ ର ତିନି ଦିନିଆ କାର୍ଯ୍ୟକ୍ରମ ଏକ ସୁନ୍ଦର ଓ ସଫଳ ପଦକ୍ଷେପ ବୋଲି କହିଥିଲେ।

ଏହାର ସୁଫଳ ଲୋକ ମାନେ ନିଶ୍ଚିତ ପାଇବେ ଓ ସୁସ୍ଥ ରହିବେ ବୋଲି ସେମାନେ ଆଶା କରିଥିଲେ।

ଏହି ତିନି ଦିନିଆ କାର୍ଯ୍ୟକ୍ରମ ରେ ପ୍ରତ୍ୟେକ ଦିନ ଯୋଗ, ଜୁମ୍ବା,ବିଚ ଭଲି,ବିଚ କ୍ରିକେଟ, କବାଡି,କୁସ୍ତି, ମାଲଖମ୍ବ,ପାଇକ ଆଖଡା ଇତ୍ୟାଦି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ସଂଧ୍ୟାରେ ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।