ପେମୀଯୁଗଳଙ୍କ ବର୍ବର କାଣ୍ଡ ; ସବଇନ୍ସପେକ୍ଟରଙ୍କ ଉପରେ ଚଢ଼ାଇ ଦେଲେ କାର

ନୂଆଦିଲ୍ଲୀ: ପେମୀଯୁଗଳଙ୍କ ବର୍ବର କାଣ୍ଡ ; ସବଇନ୍ସପେକ୍ଟରଙ୍କ ଉପରେ ଚଢ଼ାଇ ଦେଲେ କାର । ବେଙ୍ଗାଲୁରୁର ଜ୍ଞାନଭାରତୀ ପୁଲିସ ଷ୍ଟେସନ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, ବେଙ୍ଗାଲୁରୁର ଜ୍ଞାନଭାରତୀ ପୁଲିସ ଷ୍ଟେସନ ଅନ୍ତର୍ଗତ ଏକ ପାର୍କ ଅଛି। ଏହି ପାର୍କରେ ଦ୍ବିପହର ସମୟରେ ଏକ କାର ଆସି ଅଟକିଥିଲା। ଏଥିରେ ଯୁବକ ଓ ଯୁବତୀ ବସିଥିଲେ। ହଠାତ ଦୁହେଁ କାରରେ ଆପତ୍ତିଜନକ କାମ କରିବାକୁ ଲାଗିଥିଲେ। ଉକ୍ତ ସ୍ଥାନରେ ଡିୟୁଟିରେ ଥିବା ସବଇନ୍ସପେକ୍ଟର ମହେଶଙ୍କ ନଜର ପ୍ରେମୀଯୁଗଳଙ୍କ ଉପରେ ପଡ଼ିଥିଲା। ସେ କାର ପାଖକୁ ଯାଇ ପ୍ରେମୀଯୁଗଳଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିବା ବେଳେ କାର ଭିତରେ ବସିଥିବା ଯୁବକ ଜଣକ ବ୍ୟାକଗିୟର ଦେଇ ସବ-ଇନ୍ସପେକ୍ଟରଙ୍କ ଉପରେ ଗାଡ଼ି ଚଢ଼ାଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଏଥିରେ ସବ-ଇନ୍ସପେକ୍ଟର ଆହତ ହୋଇ ଯାଇଥିଲେ। ସ୍ଥାନୀୟଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

Jan 26, 2024 - 22:45
 7
ପେମୀଯୁଗଳଙ୍କ ବର୍ବର କାଣ୍ଡ ; ସବଇନ୍ସପେକ୍ଟରଙ୍କ ଉପରେ ଚଢ଼ାଇ ଦେଲେ କାର