ବାଲେଶ୍ଵର ବିଜେଡି ଲୋକସଭା ପ୍ରାର୍ଥୀ ହେଲେ ଲେଖାଶ୍ରୀ

ବିଧାନସଭା ଆସନ ସହ ବିଜେଡି ଲୋକସଭା ଆସନ ପାଇଁ ଆଜି ପ୍ରାର୍ଥୀ ତାଲିକା ଘୋଷଣା କରିଛି। ବିଜେଡି ବାଲେଶ୍ୱର ଲୋକ ସଭା ପାଇଁ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଟିକେଟ୍ ଦେଇଛି। ତେବେ ବାଲେଶ୍ୱରରୁ ବିଜେପି ପ୍ରାର୍ଥୀ ପ୍ରତାପ ଷଢଙ୍ଗୀଙ୍କ ବିପକ୍ଷରେ ଲେଖାଶ୍ରୀ ଲଢିବେ।ସୁଚନା ଯୋଗ୍ୟ ଯେ, ଗତ କିଛି ଦିନ ତଳେ ବିଜେପିରୁ ଇସ୍ତଫା ଦେଇଥିଲେ ଲେଖାଶ୍ରୀ ସାମନ୍ତସିଂହାର। ସୋଶାଲ ମିଡିଆ ଜରିଆରେ ସେ ଏହି ସୂଚନା ଦେଇଥିଲେ। ସେ ତାଙ୍କ ଇସ୍ତଫାପତ୍ର ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇ ପଠାଇଥିଲେ । ସେ ଦଳ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ସେ ଦଳର ରାଜ୍ୟ ଉପ-ସଭାପତି ପଦରେ ରହିଥିଲେ। ଆଉ କିଛି ସମୟ ପରେ ସେ ବିଜେଡିରେ ଯୋଗ ଦେଇଥିଲେ ।