ବିଧାନସଭା ସଂସ୍ଥାଗୁଡ଼ିକର କାର୍ଯ୍ୟରେ ଗୁଣାତ୍ମକ ମାନଦଣ୍ଡ ଆବଶ୍ୟକ ଉପରେ ଗୁରୁତ୍ୱାରୋପ କରିଛନ୍ତି ଲୋକସଭା ବାଚସ୍ପତି
ବିଧାନସଭା ସଂସ୍ଥାଗୁଡ଼ିକର କାର୍ଯ୍ୟରେ ଗୁଣାତ୍ମକ ମାନଦଣ୍ଡ ଆବଶ୍ୟକ ଉପରେ ଗୁରୁତ୍ୱାରୋପ କରିଛନ୍ତି ଲୋକସଭା ବାଚସ୍ପତି
୮୬ତମ ଏଆଇପିଓସିର ଦ୍ବିତୀୟ ଦିନରେ ନିର୍ଦ୍ଧାରିତ ବିଷୟଗୁଡ଼ିକ ଉପରେ ବ୍ୟାପକ ଆଲୋଚନା
ସ୍ବଚ୍ଛ ଓ ନାଗରିକ-କେନ୍ଦ୍ରିକ ବିଧାନସଭା ପାଇଁ ପ୍ରଯୁକ୍ତି, ଦକ୍ଷତା ଓ ଦାୟିତ୍ଵ ଉପରେ ମାନସ ମନ୍ଥନ
ନୂଆଦିଲ୍ଲୀ/ଲକ୍ଷ୍ନୌ, ୨୦.୦୧.୨୦୨୬: ଲକ୍ଷ୍ନୌରେ ଅନୁଷ୍ଠିତ ୮୬ତମ ଅଧୂଳ ଭାରତୀୟ ପିଠାସୀନ ଅଧୂକାରୀ ସମ୍ମିଳନୀ (ଏଆଇପିଓସି)ର ଦ୍ବିତୀୟ ଦିନ ସ୍ବଚ୍ଛ ଓ ନାଗରିକ-କେନ୍ଦ୍ରିକ ବିଧାନସଭା ପାଇଁ ପ୍ରଯୁକ୍ତିର ବ୍ୟବହାର, ବିଧାୟକମାନଙ୍କ କ୍ଷମତା ବୃଦ୍ଧି ଓ ବିଧାନସଭାର ଉତ୍ତରଦାୟିତ୍ଵ ଭଳି ତିନିଟି ପ୍ରମୁଖ ବିଷୟ ଉପରେ ଆଲୋଚନା ସହିତ ସମାପ୍ତ ହୋଇଛି। ଏଥିରେ ଲୋକସଭା ଅଧ୍ୟକ୍ଷ ଶ୍ରୀ ଓମ୍ ବିର୍ଲା ଉପସ୍ଥିତ ଥିଲେ ଏବଂ ରାଜ୍ୟସଭା ଉପ-ସଭାପତି ଶ୍ରୀ ହରିବଂଶ ଆଲୋଚନା ସଂଚାଳନ କରିଥିଲେ।
ଗୃହକୁ ସମ୍ବୋଧୃତ କରି ଶ୍ରୀ ବିର୍ଲା, ଦେଶବ୍ୟାପୀ ବିଧାନସଭାଗୁଡ଼ିକର ସର୍ବୋତ୍ତମ ଅଭ୍ୟାସକୁ ଉତ୍ତର ପ୍ରଦେଶ ବିଧାନସଭାରେ ସଫଳଭାବେ କାର୍ଯ୍ୟକାରି କରିଥିବା ପାଇଁ ଉତ୍ତର ପ୍ରଦେଶ ବିଧାନସଭାର ବାଚସ୍ପତି ଶ୍ରୀ ସତୀଶ ମହାନାଙ୍କୁ ପ୍ରଶଂସା କରିଥିଲେ। ଏହା ସହ ବିଧାୟକମାନଙ୍କ ଶିକ୍ଷାଗତ ଯୋଗ୍ୟତା ଓ ବୃତ୍ତଗତ ଅଭିଜ୍ଞତାକୁ ଗଠନମୂଳକ ଭାବେ ବ୍ୟବହାର କରିବାରେ ନିଆଯାଇଥିବା ପଦକ୍ଷେପକୁ ମଧ୍ୟ ସ୍ବୀକୃତି ଦେଇଥିଲେ।
ପୂର୍ବ ଏଆ ଏଆଇପିଓସି ସମ୍ମିଳନୀରେ ମୁଖ୍ୟ ଆଲୋଚନାକୁ ମନେ ପକାଇ, ଶ୍ରୀ ବିର୍ଲା ଉତ୍କୃଷ୍ଟତା, ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଭଳି ମାନଦଣ୍ଡ ଉପରେ ରା ରାଜ୍ୟ ବିଧାନସଭାଗୁଡ଼ିକ ମଧ୍ୟରେ ସୁସୁ ପ୍ରତିଯୋଗିତାର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଥିଲେ। ଏହି ପରିପ୍ରେକ୍ଷୀରେ, ଡେରାଡୁନରେ १०९८ ଏଆଇପିଓସିରେ ଅନୁଷ୍ଠିତ ଆଲୋଚନାକୁ ଉଲ୍ଲେଖ କରି, ସେ ରାଜ୍ୟ ବିଧାନସଭାଗୁଡ଼ିକର ଦକ୍ଷତା ଏବଂ କାର୍ଯ୍ୟକାରିତାରେ ଉନ୍ନତି ଆଣିବା ପାଇଁ ତାଙ୍କର ଦ ଦୀର୍ଘକାଳୀନ ଦୃଷ୍ଟିକୋଣକୁ ପୁନର୍ବାର ଦୋହରାଇଥିଲେ। ସେ ସୂଚନା ଦେଇଥୁଲେ ଯେ, ଭାରତରେ ବିଧାନସଭା ସଂସ୍ଥାଗୁଡ଼ିକର କାର୍ଯ୍ୟପଦ୍ଧତି ৩০° ସଗୁଡ଼ିକୁ ମାନକୀକରଣ କରିବା ସହିତ ଜଡିତ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଏକ କମିଟି ଗଠନ କରାଯାଇଛି।
ରାଜ୍ୟସଭା ଉପାଧ୍ଯକ୍ଷ ଶ୍ରୀ ହରିବଂଶ ବିଧାନସଭା ସଂସ୍ଥାଗୁଡ଼ିକର ଦକ୍ଷତା ବୃଦ୍ଧି କରିବାରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଭୂମିକା ଉପରେ ଗୁରୁତ୍ବାରୋପ କରିଥିଲେ ଏବଂ ଏବଂ ଏହି ପ୍ରଯୁକ୍ତିବିଦ୍ୟାକୁ ଉପଯୁକ୍ତ ତଥା ନିର୍ଭରଯୋଗ୍ୟ କରିବା ପାଇଁ ଆବଶ୍ୟକ ବିଭିନ୍ନ ପଦକ୍ଷେପର ରୂପରେଖ ଦେଇଥିଲେ। ସଂସଦରେ ଏଆଇର ବ୍ୟବହାର ଏବଂ ଏହାକୁ କାର୍ଯ୍ୟକାରୀ କରିବାର ବିଭିନ୍ନ ଉପାୟ ବିଷୟରେ ବର୍ଣ୍ଣନା କରି, ସେ ସଂସଦ ଏବଂ ରାଜ୍ୟ ବିଧାନସଭାଗୁଡ଼ିକ ମଧ୍ୟରେ ଅଧୂକ ସମନ୍ବୟର ନ୍ବୟର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଥିଲେ, ଯାହା ଦ୍ବାରା ବିଧାନସଭାଗୁଡ଼ିକର ସଂସ୍ଥାଗତ ଜ୍ଞାନକୁ ସଂସଦ ଏବଂ ରାଜ୍ୟ ବିଧାନସଭା ଉଭୟ ପ୍ରଭାବ ବଶାଳୀ ଭାବରେ ବ୍ୟବହାର କରିପାରିବେ।
ଜାନୁଆରୀ ୨ ୨୧ ସମ୍ମିଳନୀର ତୃତୀୟ ଏବଂ ଶେଷ ଦିନ ହେବ, ଯେଉଁଠାରେ ଲୋକସଭା ଅଧ୍ୟକ୍ଷ ଶ୍ରୀ ଓମ୍ ବିର୍ଲା ସମାପନୀ ଭାଷଣ ଦେବେ ଏବଂ ଉତ୍ତର ପ୍ରଦେଶ । ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ମୁଖ୍ୟ ଅତିଥୂ ଭାବେ ଯୋଗ ଦେଇ ସମ୍ମିଳନୀକୁ ସମ୍ବୋଧୂତ କରିବେ।