ବିଧାନ ସଭା ବାହାରେ ଧାରଣାରେ ବସିଲେ କଂଗ୍ରେସ ସଦସ୍ୟ...

Sep 22, 2025 - 20:02
 5
ବିଧାନ ସଭା ବାହାରେ ଧାରଣାରେ ବସିଲେ କଂଗ୍ରେସ ସଦସ୍ୟ...

ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ରାଜ୍ୟ ସରକାରଙ୍କ ବିରୋଧରେ ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯିବ ବୋଲି କଂଗ୍ରେସ ଘୋଷଣା କରିଥିଲା।

କିନ୍ତୁ ତାହା ସମ୍ଭବ ହୋଇପାରିଲା ନାହିଁ। 

କଂଗ୍ରେସର ଅନାସ୍ଥା ନୋଟିସକୁ ବାଚସ୍ପତି ସୁରମା ପାଢ଼ୀ ସୋମବାର ଅଗ୍ରାହ୍ୟ କରିଦେଇଛନ୍ତି।

ବିଧାନସଭା ଆରମ୍ଭରୁ ସାର ସଙ୍କଟକୁ ନେଇ ବିରୋଧୀ ବିଜେଡି ହଟ୍ଟଗୋଳ କରିଥିଲା। ଫଳରେ ଗୃହ କାର୍ଯ୍ୟ ସ୍ଵାଭାବିକ ଭାବେ ଚାଲିପାରି ନ ଥିଲା। 

ବାଚସ୍ପତି ଏହି କାରଣ ଦର୍ଶାଇ ନୋଟିସକୁ ଅଗ୍ରାହ୍ୟ କରିବାକୁ ବାଧ୍ୟ ହୋଇଥିଲେ। 

ଗୃହ ସ୍ଵାଭାବିକ ନ ଥିବା ଏବଂ ଅନାସ୍ଥା ନୋଟିସକୁ ଅଗ୍ରାହ୍ୟ କଲେ ବାଚସ୍ପତି, କକ୍ଷତ୍ୟାଗ କରି ବାହାରେ ଧାରଣା ଦେଲେ କଂଗ୍ରେସ ସଦସ୍ୟ |

ଅନ୍ୟପଟେ କଂଗ୍ରେସ ବାଚସ୍ପତିଙ୍କୁ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ପାଇଁ ଅନୁରୋଧ କରି ବିଫଳ ହୋଇଛି। ବାଚସ୍ପତି ନ ଶୁଣିବାରୁ କଂଗ୍ରେସ ସଦ୍ୟମାନେ ହୋହଲ୍ଲା କରିଛନ୍ତି। ବାଚସ୍ପତିଙ୍କ ପୋଡ଼ିଅମ ନିକଟକୁ ଆସି ନାରାବାଜି କରିଥିବା ଦେଖିବାକୁ ମିଳିଛି। ଶେଷରେ ସଦସ୍ୟମାନେ କକ୍ଷତ୍ୟାଗ କରି ବିଧାନସଭା ବାହାରେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ ||