ବିଶ୍ୱ ଯକ୍ଷ୍ମା ଦିବସ ପାଳନ

ବିଶ୍ୱ ଯକ୍ଷ୍ମା ଦିବସ ପାଳନ

ବିଷୟ ଦେଉଛି...

ବାଲିପାଟଣା ସ୍ଥିତ IYWW, ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ମୋ ଭାରତ ଙ୍କ ମିଳିତ ଆନୁକୂଲ୍ୟରେ ବାଲିପାଟଣା ବ୍ଲକର ପମ୍ପଲୋ ପଂଚାୟତରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ ହୋଇ ଯାଇଛି |

ଉକ୍ତ କାର୍ଯ୍ୟକ୍ରମରେ ପମ୍ପଲୋ ସରପଞ୍ଚ ବାହନ ଭୋଇମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସତୀଲତା ବେହେରା -ଗୋଷ୍ଠୀ ସ୍ୱାସ୍ଥ୍ୟ ଶିକ୍ଷା ଅଧିକାରୀ, ରାଜଶ୍ରୀ ରଶ୍ମିରେଖା ନାୟକ - ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହିତ ମହିଳା ସ୍ୱାସ୍ଥ୍ୟକର୍ମୀ ଅନ୍ୟତମ ଅତିଥି ଭାବେ ମଧ୍ୟ ଯୋଗ ଦେଇଥିଲେ |

ସମଗ୍ର ବିଶ୍ୱରେ ଯକ୍ଷ୍ମା ରୋଗର କାରଣ, ନିରାକରଣ, ଏହାର ଆଶୁ ଚିକିତ୍ସା ଇତ୍ୟାଦି ବିଷୟ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ମାନ କରାଯାଇଥିଲା |ସରକାରୀ ସ୍ତରରେ ଥିବା ସୁବିଧା ସୁଯୋଗ ମାନ ଆଲୋଚନା ମାଧମରେ ଲୋକମାନଙ୍କୁ ସଚେତନତା ମଧ୍ୟ କରାଯାଇଥିଲା |

ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନ ର ସମ୍ପାଦକ ଶିବ ପ୍ରସାଦ ପାଟଯୋଶୀ ପରିଚାଳନା କରିଥିବା ବେଳେ ରୋଜାରାଣୀ ବାରିକ ସହଯୋଗୀତା କରିଥିଲେ ||