"ବିଶ୍ବ ପଖାଳ ଦିବସ" ରେ ପଖାଳ ଓ ଶ୍ରୀଜଗନ୍ନାଥ ପ୍ରସଙ୍ଗ...
"ବିଶ୍ବ ପଖାଳ ଦିବସ" ରେ
ପଖାଳ ଓ ଶ୍ରୀଜଗନ୍ନାଥ ପ୍ରସଙ୍ଗ...
ଓଡ଼ିଆଙ୍କର ଆରାଧ୍ଯ ପ୍ରଭୂ ଶ୍ରୀଜଗନ୍ନାଥଙ୍କର ଟଙ୍କତୋରାଣୀ ରୁ ଏହାର ସୃଷ୍ଟି ।
ପ୍ରତ୍ୟେକ ଓଡ଼ିଆ ଘରେ *ପଖାଳ କଂସାର* ଆଦର ଅତ୍ୟନ୍ତ ନିଆରା ।
ପଖାଳ ଆମ ଜନଜୀବନର ଅବିଚ୍ଛେଦ୍ୟ ଅଂଶବିଶେଷ। ଆମ ଜଳବାୟୁ, ଅର୍ଥନୈତିକ ପରିସ୍ଥିତି, ଆମ ଉତ୍ପାଦିତ ବିବିଧ ଶସ୍ୟ ସବୁରୁ କିଛି ଖାଦ୍ୟ ଖସଡା ତିଆରି ହୋଇଛି।
ଉତ୍କଳୀୟ ପରମ୍ପରାରେ ଖାଦ୍ୟର ଯେଉଁ ବିଶେଷତ୍ୱ ରହିଛି ତାହା ମଧ୍ୟରୁ *ପଖାଳ* ଅନ୍ୟତମ..!
ଏହି ପଖାଳ ଶ୍ରୀମନ୍ଦିର ପରମ୍ପରାରେ ମଧ୍ୟ ଯୋଡି ହୋଇଯାଇଛି..!
ମହାପ୍ରଭୁଙ୍କ ନିକଟରେ ଦୈନନ୍ଦିନ ଲାଗି ହେଉଥିବା ଛପନ ଭୋଗ ମଧ୍ୟରେ ପଖାଳ ର ସ୍ଥାନ ସ୍ୱତନ୍ତ୍ର..!
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ବଢା ହେଉଥିବା ପଖାଳରେ.. କେତେବେଳେ ଦହି ଭାସେ ତ କେତେବେଳେ ଘିଅ ବାସେ...!
ମହାପ୍ରଭୁଙ୍କ ବଡ଼ ପଣିଆକୁ ପ୍ରତିପାଦିତ କରିବାକୁ ଯାଇ ..ଓଡ଼ିଆ ଲୋକେ କଥା କଥାରେ ଥଟ୍ଟା କରି କୁହନ୍ତି - *ପଖାଳ ଭାତରେ ଘି’*…
*ତୋ ବାପା ଖାଇଥିଲା କି*?
ଶ୍ରୀମନ୍ଦିରରେ ଯେଉଁ ଟଙ୍କତୋରାଣି ମିଳେ ତାହା ମହାପ୍ରସାଦ ପଖାଳରୁ ପ୍ରସ୍ତୁତ ହୋଇଥାଏ..! ଏହି ପଖାଳ ତୁଣ ସୁଆର ଓ ଥାଳି ସୁଆର ସେବକମାନେ ପ୍ରସ୍ତୁତ କରିଥାନ୍ତି..!
ସମ୍ପ୍ରତି ଶ୍ରୀମନ୍ଦିରରେ ୫ ପ୍ରକାର ପଖାଳ ଠାକୁରଙ୍କୁ ଭୋଗ ଲାଗି ହେଉଛି..!
????ଏହି ପଖାଳ ହେଲା ..*ଚିପୁଡ଼ା ପଖାଳ..ଟଭା ପଖାଳ..ସୁବାସିତ ପଖାଳ.. ଦହି ପଖାଳ ଓ ଘିଅ ପଖାଳ*..! *ଏହି ପଖାଳ ପ୍ରସ୍ତୁତି ପାଇଁ ଶ୍ରୀମନ୍ଦିର ରୋଷ ଭିତରେ ..ସ୍ବତନ୍ତ୍ର ଖଡ଼ି ପଥରରେ ଏକ ପଖାଳ କୁଣ୍ଡ ରହିଛି*..! ଏଥିରେ ଅନ୍ନ ଓ ପାଣି ପୂରାଯାଇ ମହାପ୍ରଭୁଙ୍କ ଲାଗି ପଖାଳ ପ୍ରସ୍ତୁତ କରାଯାଇଥାଏ..!
ଏଭଳି ଭୋଗ ଅର୍ପଣ ଓ ପ୍ରସ୍ତୁତ ପରମ୍ପରା ବାସ୍ତବିକ୍ ସମଗ୍ର ବିଶ୍ୱରେ ବିରଳ..!
????ସୁବାସ ପଖାଳ:
ପ୍ରଥମେ କୁଡୁଆରେ ଅନ୍ନ ରନ୍ଧା ହୋଇସାରିବା ପରେ ସେଥିରେ ପାଣି ମିଶିଥାଏ..! ଏଥିରେ ସ୍ୱାଦ ଅନୁଯାୟୀ ଲୁଣ ମିଶାଇ କଟା ଅଦା, ଭଜା ଜିରା ପକାଇ ପ୍ରସାଦ ଭାବେ ପରଷାଯାଏ..! ଏହା ଏକ ସୁଗନ୍ଧିତ ଅନ୍ନ ହୋଇଥିବାରୁ ପାରମ୍ପରିକ ଭାବେ ଏହାକୁ ସୁବାସ ପଖାଳ ବୋଲି କୁହାଯାଏ..!
????ଚୁପୁଡା ପଖାଳ:
ରନ୍ଧା ହୋଇଥିବା ଅନ୍ନକୁ ଭଲଭାବେ ଚିପୁଡି ଦିଆଯାଏ..! ଏଥିରେ ଭଜା ଜିରା, ଲୁଣ ଓ ଦହି ମିଶାଇ ପ୍ରସାଦ ଭାବେ ମାଟିପାତ୍ରରେ ମହାପ୍ରଭୂଙ୍କୁ ପରଷି ଦିଆଯାଏ..!
????ପାଣି ପଖାଳ:
ରନ୍ଧା ହୋଇଥିବା ଅନ୍ନରେ କେବଳ ପାଣି ଓ ଲୁଣ ମିଶାଇ ଏହି ପଖାଳ ପ୍ରସ୍ତୁତ ହୁଏ..! ଏଥିରେ ଅନ୍ୟ କୌଣସି ଦ୍ରବ୍ୟ ମିଶ୍ରଣ କରାଯାଏ ନାହିଁ..! ସାଧାରଣତଃ ଏହା ପ୍ରତ୍ୟେକ ଓଡ଼ିଆ ଘରର ସାଧାରଣ ଖାଦ୍ୟ..!
????ଦହି ପଖାଳ:
ଶୁଖିଲା ଅନ୍ନରେ କେବଳ ଦହି ପକାଇ ଗୋଳାଇ ଦିଆଯାଏ.. ଏଥିରେ ଦହିର ମାତ୍ରା ଅଧିକ ଥାଏ..! ଏହି ମିଶ୍ରିତ ଅନ୍ନରେ ଭଜା ଜିରା ଓ ଅଦା ପକାଇ ପ୍ରସ୍ତୁତ କରାଯାଏ..!
????ମିଠା ପଖାଳ:
ସାଧା ଅନ୍ନରେ ଚିନି କିମ୍ବା ଧଳା ଗୁଡ ପକାଇ ରନ୍ଧାଯାଏ.. ଏଥିରେ ଭଜା ଜିରା, ଲୁଣ ଓ ଅଦାଖଣ୍ଡ ପକାଇ ପରଷା ଯାଇଥାଏ..!
????ମଲ୍ଲିଫୁଲ ପଖାଳ:
ଏହି ପଖାଳ ଦହି ପଖାଳ ଭଳି ପ୍ରସ୍ତୁତ ହୋଇଥାଏ..!ମାତ୍ର ଏହାକୁ ସୁବାସିତ କରିବାକୁ ମଲ୍ଲିଫୁଲ ଦେଇ ପରଷା ଯାଏ..!
????ଟଭା ପଖାଳ:
ସାଧା ଅନ୍ନରେ ଟଭା ମିଶ୍ରିତ ଜଳ ଦେଇ ମହାପ୍ରଭୁଙ୍କ ପାଖରେ ଭୋଗ ଲାଗି ହୁଏ..! ଉପରୋକ୍ତ ପ୍ରଣାଳୀରେ ଏହି ପଖାଳସବୁ ପ୍ରସ୍ତୁତ ହୁଏ..! ଏହା ମଧ୍ୟ ସୁବାସ ପଖାଳ ପର୍ଯ୍ୟାୟଭୁକ୍ତ..!
????ଘିଅ ପଖାଳ:
ସାଧା ଅନ୍ନ, ଲୁଣ, ଅଦାଖଣ୍ଡ, ଦହି, ଭଜା ଜିରା ଇତ୍ୟାଦି ଓଳିରେ ରଖାଯାଇ ଏଥିରେ ଘିଅ ମିଶାଯାଏ..! ଯାହାକୁ ଶ୍ରୀମନ୍ଦିର ପାରମ୍ପରିକ ପରିଭାଷାରେ ଘିଅ ପଖାଳ କୁହାଯାଏ..!
????ବିଶେଷ କରି ସନ୍ଧ୍ୟାଧୂପ ଓ ବଡ଼ ସିଂହାର ବା ରାତ୍ର ପହୁଡ଼ ପୂର୍ବରୁ ମହାପ୍ରଭୁଙ୍କ ପାଖରେ ପଖାଳ ଓ କଦଳୀ ଭଜା ଭୋଗ ଲାଗିଥାଏ..!
????ମହାପ୍ରଭୁଙ୍କ କେଉଁ ଭୋଗରେ କ’ଣ ଲାଗି ହେବ ତାହା ଶ୍ରୀମନ୍ଦିର ଆରମ୍ଭରୁ ମାଦଳା ପାଞ୍ଜିରେ ଲିଖିତ ଅଛି..!
????ବିଭିନ୍ନ ରାଜାଙ୍କ ସମୟରେ ଏକାଧିକ ପିଠା ଏବଂ ଭୋଗ ଯୋଡାଯାଇଥିଲେ ମଧ୍ୟ ପଖାଳ ତନ୍ମଧ୍ୟରୁ ସର୍ବପ୍ରଥମ ଓ ପ୍ରାଚୀନ ବୋଲି ଜଣାପଡିଛି..!
????ସାଧାରଣତଃ ପଖାଳ ଭାତ ରେ ଦହି, ଲେମ୍ବୁ, ଭୂଷଙ୍ଗ ପତ୍ର, କମଳା ବା ନାରଙ୍ଗ ପତ୍ର, ଆମ୍ବ କସିର ଲସା ବା ରସ ଓ ଲୁଣ ମିଶାଇ ଏକ ସ୍ୱାଦିଷ୍ଟ "ସ୍ୱତନ୍ତ୍ର ପଖାଳ" ତିଆରି କରାଯାଏ |
ଏହି ପଖାଳ ସାଙ୍ଗରେ, ବାଇଗଣ ଆଳୁ ଭର୍ତ୍ତା, ଶାଗ ଭଜା, ବଡି ଚୁରା, ଆମ୍ବୁଲ ଖଟା, କଲରା ଭଜା, ସାରୁ ସିଝା,ବିଲାତି ବାଇଗଣ ପୋଡା, ଲୁଣ ବଡି ପାଣି (ବଡି ଫୁଲା), (ସାକାହାରୀ ଭାବେ) ;
ଶୁଖୁଆ, ଚୁନା ମାଛ ଭଜା, ବଡ଼ ମାଛ ଭଜା ଆମିଷ ଭାବରେ ଖାଇଥାନ୍ତି |