ଭାରତ, ଅଗ୍ନି ମିସାଇଲର ପରୀକ୍ଷଣ କ୍ଷେତ୍ରରେ ଏକ ଐତିହାସିକ ସଫଳତା ହାସଲ କଲା...

Sep 25, 2025 - 18:33
 8
ଭାରତ, ଅଗ୍ନି ମିସାଇଲର ପରୀକ୍ଷଣ କ୍ଷେତ୍ରରେ ଏକ ଐତିହାସିକ ସଫଳତା ହାସଲ କଲା...

ଜଳ, ସ୍ଥଳ ଓ ଆକାଶ ପରେ ଟ୍ରେନରୁ ଲଞ୍ଚ ହୋଇଛି ଘାତକ ଅଗ୍ନି ମିସାଇଲ୍। 

ଡିଆରଡିଓ (DRDO) ପକ୍ଷରୁ ପ୍ରଥମଥର ପାଇଁ ମଧ୍ୟମ ଦୂରଗାମୀ ଅଗ୍ନି ପ୍ରାଇମ ମିସାଇଲର ସଫଳ ପରୀକ୍ଷଣ ଟ୍ରେନରୁ କରାଯାଇଛି।

ଉତକ୍ଷେପଣ ହୋଇଥିବା ଏହି ଅଗ୍ନି ପ୍ରାଇମ ମିସାଇଲର ଲକ୍ଷ୍ୟଭେଦୀ କ୍ଷମତା ୨ ହଜାର କିଲୋମିଟର। ଏହାକୁ ରେଳ ଭିତ୍ତିକ ମୋବାଇ ଲଂଚର ସିଷ୍ଟମରୁ ଲଞ୍ଚ କରାଯାଇଛି। ଏହା ସଫଳ ହୋଇଥିବାରୁ ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଶକ୍ତିକୁ ଆହୁରି ମଜବୁତ କରିବ|

ଏବେ ଦେଶର ରେଳ ଟ୍ରାକରୁ ଶତ୍ରୁ ପକ୍ଷ ଉପରେ ମିସାଇଲ ମାଡ଼ କରିବାକୁ ଭାରତ ସକ୍ଷମ ହୋଇଯାଇଛି। 

ସେପ୍ଟେମ୍ବର ୨୪ ରାତି ସମୟରେ ଏପରି ପରୀକ୍ଷଣ କରାଯାଇଥିଲା। ଏହା ସଫଳ ହୋଇଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ  ସୂଚନା ଦେଇଛନ୍ତି।