ଭୁବନେଶ୍ବରରେ ହେବ ‘କଲରାପତ୍ରିଆ ବାଘ ସଂରକ୍ଷଣ' ଶୀର୍ଷକ କାର୍ଯ୍ୟକ୍ରମ
ଭୁବନେଶ୍ବରରେ ହେବ ‘କଲରାପତ୍ରିଆ ବାଘ ସଂରକ୍ଷଣ' ଶୀର୍ଷକ କାର୍ଯ୍ୟକ୍ରମ
କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ବାଘ, ସିଂହ ଆଦି ପ୍ରଜାତିର ସଂରକ୍ଷଣ କ୍ଷେତ୍ରରେ ଭାରତର ନେତୃତ୍ବକୁ ଦର୍ଶାଇବା ଏବଂ ଅନ୍ତର୍ଜାତୀୟ ବିଗ୍ କ୍ୟାଟ୍ ଆଲାଏନ୍ସ (I BCA)ର ଉଦ୍ଦେଶ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ସାରା ଦେଶରେ କେତେକ ବିଷୟଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛି I ଏହି କାର୍ଯ୍ୟକ୍ରମଗୁଡ଼ିକ ଭାରତର ପାଞ୍ଚଟି ଜଙ୍ଗଲୀ ବ୍ୟାଘ୍ର ପ୍ରଜାତି ବାଘ, ଏସୀୟ ସିଂହ, କଲରାପତ୍ରିଆ, ବରଫାଞ୍ଚଳରେ ବାସ କରୁଥିବା ଚିତାବାଘ ଏବଂ ଚିତାମାନଙ୍କ ସଂରକ୍ଷଣ ସଂପର୍କରେ ଆୟୋଜନ ହେବ। ଏସବୁ କାର୍ଯ୍ୟକ୍ରମରେ ଭାରତ ସରକାର ଏବଂ ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ବାରା ସଂରକ୍ଷଣରେ ଗ୍ରହଣ କରାଯାଇଥିବା ସଫଳତା, ଚ୍ୟାଲେଞ୍ଜ ଏବଂ ସହଯୋଗୀ ପ୍ରୟାସକୁ ପ୍ରଦର୍ଶନ କରିବ।
ଏସବୁ କାର୍ଯ୍ୟକ୍ରମ ମଧ୍ୟରୁ ଗୋଟିଏ କାର୍ଯ୍ୟକ୍ରମ ଭୁବନେଶ୍ଵରରେ ଆୟୋଜନ କରାଯିବ। ଏହାର ଶୀର୍ଷକ ରହିବ କଲରାପତ୍ରିଆ ସଂରକ୍ଷଣ ଓ ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ କାର୍ଯ୍ୟକ୍ରମ । ଅନ୍ୟ କାର୍ଯ୍ୟକ୍ରମଗୁଡ଼ିକ ହେଉଛି ଗୁଜରାଟର ଗିର୍ରେ ଏସୀୟ ସିଂହ ସଂରକ୍ଷଣ କାର୍ଯ୍ୟକ୍ରମ, ମଧ୍ୟପ୍ରଦେଶର ଭୋପାଳରେ ଚିତା ସଂରକ୍ଷଣ କାର୍ଯ୍ୟକ୍ରମ, ସିକିମର ଗ୍ୟାଙ୍ଗଟକ୍ରେ ତୁଷାର ଚିତାବାଘ ସଂରକ୍ଷଣ କାର୍ଯ୍ୟକ୍ରମ ଓ ମହାରାଷ୍ଟ୍ର ଚନ୍ଦ୍ରପୁରରେ ବାଘ ସଂରକ୍ଷଣ କାର୍ଯ୍ୟକ୍ରମ ।
ଏହି ପ୍ରାକ-ଶିଖର ସମ୍ମିଳନୀ କାର୍ଯ୍ୟକ୍ରମଗୁଡ଼ିକ ସଚେତନତାର ପ୍ରସାର, ଅଂଶୀଦାରଙ୍କ ସମ୍ପୃକ୍ତିକୁ ସୁଦୃଢ଼ କରିବା ଏବଂ ଭାରତ ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ଅଧୀନରେ ଭାରତର ସଂରକ୍ଷଣ ସଫଳତା କାହାଣୀକୁ ଦର୍ଶାଇବା ପାଇଁ ଡିଜାଇନ୍ କରାଯାଇଛି ଏସବୁ କାର୍ଯ୍ୟକ୍ରମଗୁଡ଼ିକ ଏହା ମଧ୍ଯ ଦର୍ଶାଇବେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ଭାରତର ନେତୃତ୍ବରେ କିପରି ଆଇବିସିଏ ପରି ଏକ ବୈଦ୍ଧିକ ମେଣ୍ଟ ସ୍ଥାପନ ହୋଇପାରିଛି I
ଭୁବନେଶ୍ବରରେ ଆୟୋଜନ ହେବାକୁ ଥିବା କଲରାପତ୍ରିଆ ବାଘ ସଂରକ୍ଷଣ ଓ ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ କାର୍ଯ୍ୟକ୍ରମର ଶୀର୍ଷକ ରହିବ ‘ମାନବ ଅଧ୍ଯୁଷିତ ବାତାବରଣରେ ସହାବସ୍ଥାନ' । ସାରା ଭାରତର ସର୍ବାଧୂକ ବିସ୍ତୃତ ଅଂଚଳରେ ରହୁଥିବା ବ୍ୟାଘ୍ର ପ୍ରଜାତି ହେଉଛି କଲରାପତ୍ରିଆ ବାଘ। ସେମାନେ ପ୍ରାୟତଃ ମାନବ ବସତି ନିକଟବର୍ତ୍ତୀ ଅଞ୍ଚଳରେ ବାସ କରନ୍ତି I କଲରାପତ୍ରିଆଙ୍କ ସଂରକ୍ଷଣ ପାଇଁ କାର୍ଯ୍ୟକାରୀ ହୋଇଥିବା ପ୍ରମୁଖ ପଦକ୍ଷେପ ମଧ୍ଯରେ ରହିଛି ମାନବ-ବନ୍ୟପ୍ରାଣୀ ସଂଘର୍ଷ ପ୍ରଶମନ କାର୍ଯ୍ୟକ୍ରମ ଏବଂ ଦ୍ରୁତ ପ୍ରତିକ୍ରିୟା ଦଳ, ଉଦ୍ଧାର ଏବଂ ପୁନର୍ବାସ ଭିତ୍ତିଭୂମିକୁ ସୁଦୃଢ଼ କରିବା, ସହାବସ୍ଥାନକୁ ପ୍ରୋତ୍ସାହିତ କରୁଥିବା ଜନସଚେ ତନତା ଅଭିଯାନ, ବନ ବିଭାଗର ଆଗଧାଡ଼ିର କର୍ମଚାରୀଙ୍କ ପାଇଁ କ୍ଷମତା-ନିର୍ମାଣ କାର୍ଯ୍ୟ, ସଂଘର୍ଷପ୍ରବଣ ବ୍ୟକ୍ତିମାନଙ୍କୁ ଟ୍ରାକ୍ ଏବଂ ନିରୀକ୍ଷଣ କରିବା ପାଇଁ ପ୍ରଯୁକ୍ତିର ବ୍ୟବହାର। ଓଡ଼ିଶାର ଜୈବ ବିବିଧତା ସଂରକ୍ଷଣ ପଦକ୍ଷେପଗୁଡ଼ିକ ଇକୋସିଷ୍ଟମ ପୁନରୁଦ୍ଧାର