ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ବିଭିନ୍ନ ବିଭାଗର ବ୍ୟୟ ଓ ରାଜସ୍ବ ଆଦାୟ ସ୍ଥିତି ସମୀକ୍ଷା

May 14, 2026 - 21:52
May 15, 2026 - 09:40
 22
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ବିଭିନ୍ନ ବିଭାଗର ବ୍ୟୟ ଓ ରାଜସ୍ବ ଆଦାୟ ସ୍ଥିତି ସମୀକ୍ଷା

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

ବିଭିନ୍ନ ବିଭାଗର ବ୍ୟୟ ଓ ରାଜସ୍ବ ଆଦାୟ ସ୍ଥିତି ସମୀକ୍ଷା

ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଜନା ଓ କାର୍ଯ୍ୟକ୍ରମକୁ ଅଗ୍ରାଧୂକାର ଦେବାକୁ ଗୁରୁତ୍ବ

ଓଡ଼ିଶା ଭିଜନକୁ ଦୃଷ୍ଟିରେ ରଖୂ ଗଞ୍ଜାମ ଜିଲ୍ଲାର ବିକାଶମୂଳକ ପଦକ୍ଷେପ ସମ୍ପର୍କରେ ଜିଲ୍ଲାପାଳଙ୍କ ଉପସ୍ଥାପନାକୁ ପ୍ରଶଂସା

ଭୁବନେଶ୍ୱର, ୧୪.୦୫.୨୦୨୬

ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ସଚିବସୁରୀୟ ବୈଠକ ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ‌ଯାଇଛି । ବୈଠକରେ ଅର୍ଥ ବିଭାଗ ପକ୍ଷରୁ ଗତ ଅପ୍ରେଲ ମାସ ଶେଷ ସୁଦ୍ଧା ବିଭିନ୍ନ ବିଭାଗର ବ୍ୟୟ ସମେତ ରାଜସ୍ବ ଆଦାୟ ସ୍ଥିତି ସମୀକ୍ଷା କରାଯାଇଥିଲା । ବୈଠକରେ ବିଭିନ୍ନ ଭିତ୍ତିଭୂମି କ୍ଷେତ୍ର, ସାମାଜିକ, କୃଷି ଓ ଉଦୀୟମାନ କ୍ଷେତ୍ରରେ ବ୍ୟୟ ସ୍ଥିତି ଅନୁଧ୍ୟାନ କରାଯାଇ କାର୍ଯ୍ୟ ଓ ଖର୍ଚ୍ଚ ତ୍ୱରାନ୍ବିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ବଜେଟ୍ ରେ ଯେଉଁସବୁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଓ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି, ତାହାକୁ ଅଗ୍ରାଧିକାର ଦେବାକୁ ବୈଠକରେ ଗୁରୁତ୍ବ ଦିଆଯାଇଥିଲା

ବୈଠକରେ ମାନ୍ୟବର ମଖ୍ୟମନ୍ତ୍ରୀ ଦେଇଥିବା ବିଭିନ୍ନ ବିଭାଗ ସଂପର୍କିତ ଗୁରୁତ୍ଵପୂର୍ଣ୍ଣ ନିର୍ଦ୍ଦେଶ ଓ ପର୍ଯ୍ୟବେକ୍ଷଣ ସଂପର୍କିତ ପତ୍ର (ୟୁଓଆଇଁ ନୋଟ)ର କାର୍ଯ୍ୟାନୁଷ୍ଠାନ ସଂପର୍କରେ ସମୀକ୍ଷା କରାଯାଇ ଉତ୍ତର ଅପେକ୍ଷାରେ ଥ‌ିବା ବିଭାଗମାନଙ୍କୁ ଶୀଘ୍ର ଅନୁପାଳନ ବିବରଣୀ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜଳଜୀବନ ମିଶନ-୨୦ ମାଧ୍ୟମରେ ନିରନ୍ଧର ଗ୍ରାମୀଣ ପାନୀୟ ଜଳ ଯୋଗାଣ ଏବଂ ଏଥିରେ ସଂପୂକୁ ବିଭିନ୍ନ ବିଭାଗର ସହଯୋଗ ଓ ସମନ୍ବୟ ସଂପର୍କରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଉପସ୍ଥାପନ କରିଥିଲେ ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଭନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମେତ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଏବଂ କମିଶନର ତଥା ଶାସନ ସଚିବମାନେ

ଉପସ୍ଥିତ ଥିଲେ ।

ବୈଠକର ପ୍ରାରମ୍ଭରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ କୀର୍ଷି ଭାସନ ଭି, ଯୋଗଦେଇ "ଓଡ଼ିଶା ଭିଜନ" ଲକ୍ଷ୍ୟ ନେଇ ଜିଲ୍ଲାର ୨୫ ଟି ପ୍ରମୁଖ ପଦକ୍ଷେପ ସଂପର୍କରେ ଏକ ଉତ୍ସାହଜନକ ଓ ଦୂରଦର୍ଶୀ ରୋଡମ୍ୟାପ ଉପସ୍ଥାପନ କରିଥିଲେ, ଯାହାକି ଅତ୍ୟନ୍ତ ପ୍ରଶଂସନୀୟ ଥିଲା । ଗୋପାଳପୁରକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ କେନ୍ଦ୍ରରେ ବିକଶିତ କରିବା, 'ବାହୁଦା' ଗଭୀର ସମୁଦ୍ର ବନ୍ଦରର ବିକାଶ, ବୃହତ୍ ବ୍ରହ୍ମପୁର ମହାନଗର ନିଗମର ସାମଗ୍ରିକ ଉନ୍ନତି, ପିପଲପଙ୍କା ଜଳସେଚନ ପ୍ରକଳ୍ପ, ଆର୍ଯ୍ୟପଲ୍ଲୀ ମାଛଧରା ବନ୍ଦର, ଜାତୀୟ ରାଜପଥ-୧୬ ର ସଂପ୍ରସାରଣ ଓ ଏହାକୁ ୬ ଲେନ୍ ବିଶିଷ୍ଟ କରାଯିବା, ଋଷିକୂଲ୍ୟାରେ କଂସାରୀଗଣ୍ଡ ଅନ୍ତଃ-ନଦୀ ଜଳାଶୟ ପ୍ରକଳ୍ପ, ଜିଲ୍ଲାର ବାକି ରହିଥ‌ିବା ସବୁ ବ୍ଲକକୁ ମେଗା ପାଇପ ଜଳଯୋଗାଣ ସୁବିଧା, ବ୍ରହ୍ମପୁର ବାଇପାସ ରୋଡ଼ ନିର୍ମାଣ ଶେଷ କରାଯିବା ସଂପର୍କରେ ଜିଲ୍ଲାପାଳ ଉପସ୍ଥାପନ କରିଥିଲେ ।

ଗଞ୍ଜାମ ଜିଲ୍ଲାପାଳ ଆହୁରି ମଧ୍ୟ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟକୁ ଏମସ ପ୍ଲସ୍ ବର୍ଗରେ ସୁପରସ୍ପେସିଆଲିଟି ଚିକିତ୍ସାଳୟ ସୁବିଧା, ଗଂଜାମରେ ଟେକ୍ସଟାଇଲ ପାର୍କ ସ୍ଥାପନ, କିଆଫୁଲ ସଂଗ୍ରହରୁ ଅତର ପ୍ରସ୍ତୁତି କରାଯାଉଥିବା ଆନୁଷ୍ଠଙ୍ଗିକ ଶିଳ୍ପକୁ ପ୍ରୋତ୍ସାହନ, କଳିଙ୍ଗ ଷ୍ଟାଡିଅମ୍ ମଡେଲରେ ବ୍ରହ୍ମପୁରରେ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣ, ବିଶ୍ବ ଦକ୍ଷିତା କେନ୍ଦ୍ର ସ୍ଥାପନ, ମା ତାରିଣୀ ରିଭର ଫ୍ରଣ୍ଟ ବିକାଶ ପ୍ରକଳ୍ପ, ଜିଲ୍ଲାରେ ଆଦର୍ଶ ବିଦ୍ୟାଳୟ, ମଡେଲ ଅଙ୍ଗନବାଡି କେନ୍ଦ୍ର ଓ ଶିଶୁ ବାଟିକା, ପର୍ଯ୍ୟଟନ କ୍ଲଷ୍ଟର, ଶୁଖୁଆ ଉତ୍ପାଦନଭିତ୍ତୀକ ଆନୁଶୃଙ୍ଗିକ ଶିଳ୍ପକୁ ପ୍ରୋତ୍ସାହନ, ବିଭିନ୍ନ ସଡ଼କ ଭିତ୍ତିଭୂମିର ଉନ୍ନତିକରଣ ସହ ସଡ଼କ ସୁରକ୍ଷାକୁ ପ୍ରାଥମିକତା, ସ୍ବାସ୍ଥ୍ୟସେବା, ଆଦର୍ଶ ପାକୁ, ଲାମ୍ପୁ ନିର୍ମାଣ, ଜିଲ୍ଲାରେ ନିଯୁକ୍ତି ଓ ଜୀବିକା ନିର୍ବାହ କାର୍ଯ୍ୟକ୍ରମର ବ୍ୟାପକ ସୁଯୋଗ ସୃଷ୍ଟି କରାଯାଇ ଶ୍ରର୍ମିକମାନଙ୍କ ବାଧ୍ୟତାମୂଳକ ପ୍ରବାସକୁ ହ୍ରାସ କରିବା ଆଦି ୨୫ ଟି ପ୍ରମୁଖ ପଦକ୍ଷେପ ସଂପର୍କରେ ଜିଲ୍ଲାପାଳ ଉପସ୍ଥାପନ କରିଥିଲେ । ସମସ୍ତ ପ୍ରକଳ୍ପଗୁଡିକ ନିର୍ଦ୍ଧାରିତ ସମୟ ସୀମା ଭିତରେ ସାରିବା ପାଇଁ ସେ ମଧ୍ୟ ରୋଡ୍ ମ୍ୟାପରେ ଦର୍ଶାଇଥିଲେ । ଗଞ୍ଜାମ ଜିଲ୍ଲାପାଳଙ୍କ ପ୍ରସ୍ତାବ ସଂପର୍କରେ ସଂପୃକ୍ତ ବିଭିନ୍ନ ବିଭାଗର ସଚିବମାନେ ନିର୍ମାଣାଧୁନ ଏବଂ ଆକାଂକ୍ଷୀ ପ୍ରସ୍ତାବଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ମିଳିତ ସହଯୋଗ ନେଇ ମତ ରଖୁଥିଲେ । ବ୍ରହ୍ମପୁର ସହରର ଅତ୍ୟଧୂକ ଭିଡ କମାଇବା ପାଇଁ ପୁନର୍ବିକାଶ ସଂପର୍କିତ ଆଲୋଚନା ସହ ଏସ୍ଏସ୍ଏମଇ କ୍ଲଷ୍ଟର ନିର୍ମାଣ ଆଦି ସଂପର୍କରେ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଥିଲେ ।