ଭୁବନେଶ୍ବର ଏବେ ନାକା ବନ୍ଦୀରେ...
ଭୁବନେଶ୍ବର : ଦିଲ୍ଲୀ ବିସ୍ଫୋରଣ ପରେ ହାଇଆଲର୍ଟରେ
ରାଜଧାନୀ ଭୁବନେଶ୍ବର । ନୟାପଲ୍ଲୀ, ଇନ୍ଫୋଭେଲୀ, ଭରତପୁର, କ୍ୟାପିଟାଲ ଆଦି ବିଭିନ୍ନ ଥାନା ଅଂଚଳରେ ପାଟ୍ରୋଲିଙ୍ଗ କଡାକଡି କରାଯାଇଛି । ସେହିଭଳି ବିଭିନ୍ନ ଅଞ୍ଚଳରେ ନାକା ଲଗାଯାଇ ଗାଡ଼ି ମୋଟର ଚେକିଂ କରାଯାଉଛି । ରେଲୱେ ଷ୍ଟେସନ, ବସ ଷ୍ଟାଣ୍ଡ ଅଞ୍ଚଳରେ ଚେକିଂ କରିବା ସହ ସହର ରେ ଥିବା ହୋଟେଲ ରେ ମଧ୍ୟ ଯାଞ୍ଚ କରାଯାଉଛି । କେବଳ ଭୁବନେଶ୍ବର ନୁହଁ ରାଜ୍ୟର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ ବି କଡାକଡି କରାଯାଇଛି। ରେଳୱେ ଷ୍ଟେସନ, ଏୟାରପୋର୍ଟ ସହ ଐତିହ୍ୟ ସ୍ଥଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।