ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ

କୋରାପୁଟ : କାର୍‌-ପିକ୍‌ଅପ୍‌ ଗାଡି ମୁହାଁମୁହିଁ ଧକ୍କା। ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ତେବେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା କୋରାପୁଟ-ଜୟପୁର ୨୬ ନମ୍ବର ଜାତୀୟ ରାଜପଥର ଦେଓଘାଟି ନିକଟରେ ଘଟିଛି। ତେବେ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରୁ ଗୁରୁତର ବ୍ୟକ୍ତିଙ୍କର ପ୍ରାଥମିକ ଚିକିତ୍ସା କରାଯାଇ କୋରାପୁଟ ମେଡିକାଲ କଲେଜ ସ୍ଥାନାନ୍ତରିତ କରାଯାଇଛି। କୋରାପୁଟ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ଛାନ୍‌ଭିନ ଜାରି ରଖିଛି। ତେବେ କାରଟି ଭାରସାମ୍ୟ ହରାଇ ପିକଅପ ଗାଡି ସହ ମାଡ ହୋଇଥିବା ପୋଲିସ ଅନୁମାନ କରୁଛି।

Feb 24, 2024 - 16:44
 8
ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ