୧୯୭୮ ବ୍ୟାଚ ର ପୁରାତନ ଛାତ୍ରଙ୍କ ବନ୍ଧୁମିଳନ..

Mar 7, 2026 - 09:05
Mar 7, 2026 - 09:10
 4
୧୯୭୮ ବ୍ୟାଚ ର ପୁରାତନ ଛାତ୍ରଙ୍କ ବନ୍ଧୁମିଳନ..

ଭୁବନେଶ୍ଵର, ୬.୩ : ଦୀର୍ଘ ୪୮ ବର୍ଷ ବର୍ଷ ପରେ ଜୟଦେବ ବାଟିକାରେ ୮ ନମ୍ବର ସରକାରୀ ବାଳକ ବିଦ ବିଦ୍ୟାଳୟର ୧୯୭୮ ମସିହା ବ୍ୟାଚର ପୁରାତନ ଛାତ୍ରମାନେ ଏକାଠି ହୋଇଥିଲେ । ସମସ୍ତେ ପରିଣତ ବୟସ ସରେ ପଦାର୍ପଣ କରିଥିବା । ୩୫ ଜଣ ପୁରାତନ ଛାତ୍ରମାନେ ଏକାଠି ହୋଇ ନିଜ ଭିତରେ ବାଣ୍ଟିଥିଲେ ସ୍ମୃତି ଓ ଅନୁଭୂତି । । ସୁଦୂର ଆମେରିକାର ଟେକ୍ସାସ କ୍ୱାସ ଏ ଆଣ୍ଡ ଏମ୍ ବିଶ୍ଵବିଦ୍ୟାଳୟରୁ ଆସି ଯୋଗ ଦେଇଥିଲେ ପୁରାତନ ଛାତ୍ର ପ୍ରଫେସର ବିନାୟକ ପ୍ରସାଦ ମହାନ୍ତି । ତାମ ତାଙ୍କର ଅନୁଭୂତିକୁ ସମସ୍ତଙ୍କ ନିକଟରେ ବର୍ଣ୍ଣନା କରିଥିଲେ । ସମୟ ଯେମିତି ଅଟକି ଯାଇଥୁଳ ଇଥିଲା । ସମସ୍ତେ ନିଜ ନିଜର ଅନୁଭୂତିକୁ ବର୍ଣ୍ଣନା କରିସାରିବା ପରେ ଭାବପ୍ରବଣତାର ସ୍ରୋତ ଭିତ ଭିତରେ ସମସ୍ତେ ହଜି ଯାଇଥିଲେ ।

ଜୟଦେବ ବାଟିକାରୁ ଘରକୁ ଫେରିବାକୁ ଯେମିତି କାହାରି ମନ ନଥୁଲା । ସମସ୍ତେ । ୟହୁଁଥିଲେ ସମୟ ଅଟକିଯାଉ, ), ବସନ୍ତର ମଳୟ ପବନ ବହୁଥାଉ । ଏହି ପୁରାତନ ଛାତ୍ରମାନେ ଫେରି ଯାଆନ୍ତୁ ଥାନ୍ତୁ ଅତୀତକୁ । ସେହି ପିଲାଦିନକୁ ବହିବସ୍ତାନି କାନ୍ଥ କାନ୍ଧରେ ପକାଇବା ପକ ଦିନକୁ। କିନ୍ତୁ ଏ ତ ସମ୍ଭବ ନଥୁଲା, ଶାରୀରିକ ଅସୁସ୍ଥତା, ବୟସର ଭାରାକ୍ରାନ୍ତରେ ସମସ୍ତେ ନଇଁ ଇଁ ଆସିଥିଲେ । । କିନ୍ତୁ ମନ ଭିତରେ ସେଇ ତାରୁଣ୍ଯର । ଉଦାମତା ସେମିତି ରହି ଯାଇଥିଲା । ଆମ ଗହଣରୁ ହଜି ଯାଇଥିବା କିଛି ପୁରାତନ ଛାତ୍ରମାନଙ୍କ ପାଇଁ ବ ପ୍ରାର୍ଥନା କରିସାରିବା ପରେ ଭଗବାନଙ୍କୁ ଡାକୁଥୁଲୁ ହେ ପ୍ରଭୁ, ଏତିକି ଆଶୀର୍ବାଦ କରନ୍ତୁ, ଆଗାମୀ ବନ୍ଧୁମିଳ ମିଳନ ପର୍ଯ୍ୟନ୍ତ ସମସ୍ତେ ସୁସ୍ଥରେ ସ୍ଥରେ ରୁହନ୍ତୁ । ସୂର୍ଯ୍ୟ ବୁଡ଼ି ବୁଡ଼ି ଆସୁଥିଲେ ସୁନେଲି କିରଣରେ ସମସ୍ତଙ୍କ ମୁହଁ ଭାରି ଭାରି ଲାଗୁଥିଲା । ଗୁଥିଲା । ଆମେ ବିଦାୟ ନେଇଥୁଲୁ ପୁଣି ମିଶିବାର ପ୍ରତିଶ୍ରୁତି ଦେଇ ।

 ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ପୁରାତନ ତନ ଛାତ୍ର ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ମହାନ୍ତି, ଭାନୁପ୍ରକାଶ ଜେନା, ଅବନୀ କୁମାର ଦାସ, ଗୌରୀ ଶଙ୍କର ସାହୁ, ପ୍ରସନ୍ନ କୁମାର ରାଠୋର, ଦେବୀ ପ୍ରସାଦ ପ୍ରଧାନ, ବିନାୟକ ପ୍ରସାଦ ମହାନ୍ତି, ପ୍ରଫୁଲ୍ଲ କୁମାର ଦାସ, ମାନସ ରଞ୍ଜନ ସାହୁ, ପ୍ରାଣକୃଷ୍ଣ ପ୍ରସାଦ, ଦିଲ୍ଲୀପ ସାହୁ, ଏ. ଶ୍ରୀନିବାସ ଚନ୍ଦ୍ର, ସଞ୍ଜୀବ କିଶୋର ନାନୁନଗୋ, କମଳାକାନ୍ତ ସାହୁ, ବିମ୍ବାଧର ସ୍ଵାଇଁ, ଅମୀୟ କୁମାର ମିଶ୍ର, ରଜନୀକାନ୍ତ ତ୍ରିପାଠୀ, ବିଭୂତି ଭୂଷଣ ମିଶ୍ର, କେଦାରନାଥ ରାଉତ, ତାପସ ରଞ୍ଜନ ରାୟ, ଚିର ରଞ୍ଜନ ମହାପାତ୍ର, ସମୀର କୁମାର ଭଦ୍ର, ଅସିତ୍ କୁମାର ସାହୁ, ବିଶ୍ଵନାଥ ସାମନ୍ତରାୟ, ଜ୍ୟୋତିରଞ୍ଜନ ଜେନାମଣି, ଶୁଭେନ୍ଦୁ ନାୟକ, ଜିତେନ୍ଦ୍ର ଦାସ, ପ୍ରଶାନ୍ତ କୁମାର ଦାସ, ଏ. ବିଜୟ କୁମାର, ଲିଙ୍ଗରାଜ ସାମନ୍ତରାୟ, ଦେବବ୍ରତ ମହାନ୍ତି, ଲୋକନାଥ ଦାଶ, ବିଭୂତି ଭୂଷଣ ଦଳବେହେରା, ସୁବାସ ସରାବ ଓ ବିଶ୍ଵନାଥ ପତି ପ୍ରମୁଖ ଯୋଗ ଦେଇଥିଲେ । ନୀରବ