ମହାମହିମ ରାଜ୍ୟପାଳଙ୍କ ବାଲିଯାତ୍ରା ପରିଦର୍ଶନ...
"ଐତିହାସିକ ବାଲିଯାତ୍ରା କଟକ - ୨୦୨୫"ର ଅଷ୍ଟମ ସନ୍ଧ୍ୟାରେ ଆଜି ଓଡ଼ିଶାର ମହାମହିମ ରାଜ୍ୟପାଳ Dr. Hari Babu Kambhampati, ମାନ୍ୟବର କଟକ-ସଦର ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ, କଟକ-ବାରବାଟୀ ବିଧାୟିକା ଶ୍ରୀମତୀ ସୋଫିଆ ଫିର୍ଦେସ ଏବଂ କଟକ-ଚୌଦ୍ବାର ବିଧାୟକ ଶ୍ରୀ ସୌଭିକ ବିଶ୍ବାଳ ଉପସ୍ଥିତ ମଧ୍ଯ ଥିଲେ |
ବାଲିଯାତ୍ରା ହେଉଛି ଓଡ଼ିଶାର ସମୃଦ୍ଧ ଐତିହ୍ୟ ଓ ଗୌରବମୟ ନୌବାଣିଜ୍ୟ ପରମ୍ପରାର ଜୀବନୁ ସ୍ମୃତି । ଏହା କେବଳ ଏକ ବାଣିଜ୍ୟିକ ମେଳା ନୁହେଁ, ବରଂ ଓଡ଼ିଶାର କଳା ଓ ସାଂସ୍କୃତିକ ଭାବନାର ମୂର୍ତିମନୁ ପ୍ରତୀକ । ଏହି ବାଲିଯାତ୍ରା ଓଡ଼ିଆଜାତିର ସାହସ, ବୀରତ୍ଵ ଓ ଦୃଢସଙ୍କଳ୍ପର ଗାଥାକୁ ମନେପକାଇ ଦେଇଥାଏ ।