ମାରଣାସ୍ତ୍ର ଦେଖାଇ ସୁନା ଗହଣା ଓ ଟଙ୍କା ଲୁଟ

ନୟାଗଡ଼ : ନୟାଗଡ ଜିଲ୍ଲା ଦଶପଲ୍ଲା ଥାନାରେ ଘଟିଛି ଅଭାବନୀୟ ଘଟଣା । ବିଳମ୍ବିତ ରାତିରେ ଘରର ପଛ କବାଟ ଭାଙ୍ଗି ଘର ଭିତରେ ପଶିଲେ ଦୁର୍ବୃତ୍ତ । ଘରେ ଥିବା ସମସ୍ତ ସୁନା ଗହଣା ଓ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ରାତି ଅଧରେ ଘର ଭିତରେ ଶବ୍ଦ ଶୁଣି ଘରର ମାଲିକ ଉଠି ଦେଖିଲା ବେଳକୁ ଘରେ ପଶିଛନ୍ତି ଦୁର୍ବୃତ୍ତ । ସେମାନେ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ବିଫଳ ହୋଇଥିଲେ । ସୂଚନା ଅନୁଯାୟୀ, ଦୁର୍ବୃତ୍ତମାନେ ଘର ମାଲିକଙ୍କୁ ମାରଣାସ୍ତ୍ର ଦେଖାଇ ଆକ୍ରମଣ କରିଥିଲେ । ପରେ ଘରୁ ସମସ୍ତ ମୂଲ୍ୟବାନ ଜିନିଷ ନେଇ ଘରୁ ଦୌଡ଼ି ପଳାଇଥିଲେ । ଘର ମାଲିକଙ୍କ ପାଟି ଶୁଣି ପଡ଼ିଶା ଘର ଲୋକ ଆସି ଦେଖନ୍ତି ତ ଘର ମାଲିକଙ୍କ ଶରୀରରେ ରକ୍ତ ଓ ଘରର ସମସ୍ତ ଜିନିଷପତ୍ର ଅସଜଡ଼ା ହୋଇ ପଡିଛି । ସେମାନେ ଘର ମାଲିକଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଥିଲେ । ପୋଲିସ ଘଟଣାସ୍ଥଳରେ ଘଟଣାର ତଦନ୍ତ ଆରମ୍ଭ କରିଛି । କିଏ ଓ କେଉଁ କାରଣରୁ ଚୋରି କରିଛି ତାର କାରଣ ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।

ମାରଣାସ୍ତ୍ର ଦେଖାଇ ସୁନା ଗହଣା ଓ ଟଙ୍କା ଲୁଟ