ରନ୍ଧନ ଗ୍ୟାସ୍ LPGର ସଙ୍କଟ ଭିତରେ ଭାରତ ପାଇଁ ଆଶ୍ବସ୍ତିର ଖବର।

Mar 18, 2026 - 10:35
 12
ରନ୍ଧନ ଗ୍ୟାସ୍ LPGର ସଙ୍କଟ ଭିତରେ ଭାରତ ପାଇଁ ଆଶ୍ବସ୍ତିର ଖବର।

ରନ୍ଧନ ଗ୍ୟାସ୍ LPGର ସଙ୍କଟ ଭିତରେ ଭାରତ ପାଇଁ ଆଶ୍ବସ୍ତିର ଖବର। 

କାରଣ ମଧ୍ୟପ୍ରାଚ୍ୟର ଯୁଦ୍ଧ ଭୂଇଁରୁ ଗ୍ୟାସ୍ ଧରି ଭାରତ ଉପକୂଳରେ ପହଞ୍ଚିଛି ଭାରତୀୟ ଜାହାଜ ଶିବାଲିକ୍। 

????ହର୍ମୁଜରୁ ୪୫ ହଜାର ମେଟ୍ରିକ୍ ଟନରୁ ଅଧିକ LPG ଧରି ଗୁଜୁରାଟ ଉପକୂଳ ମୁନ୍ଦ୍ରା ବନ୍ଦରରେ ଜାହାଜ ଶିବାଲିକ୍ ପହଞ୍ଚିଛି।

ଫଳରେ ଦେଶରେ ଲାଗିରହିଥିବା ଏଲପିଜି ଯୋଗାଣ ଅଭାବକୁ ଦୂର କରିବାରେ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି।

????ଦ୍ୱିତୀୟ ଜାହାଜ ନନ୍ଦା ଦେବୀ, ଆସନ୍ତାକାଲି ଗୁଜରାଟର କାଣ୍ଡଲା ବନ୍ଦରରେ ପହଞ୍ଚିବ।

????ସେଥିରେ ବି ରହିଛି, ୪୬ ହଜାରରୁ ଅଧିକ ମେଟ୍ରିକ ଟନର LPG। 

????ଏହାବ୍ୟତୀତ ଅନ୍ୟ ଏକ ଭାରତୀୟ ତୈଳ ଟ୍ୟାଙ୍କର୍ ‘ଜାଗ୍ ଲାଡକି’ ବି ପ୍ରାୟ ୮୦ ହଜାର ୮୦୦ ଟନ୍ ଅଶୋଧିତ ତୈଳ ନେଇ UAEର ଫୁଜୈରାହରୁ ସୁରକ୍ଷିତ ଭାବେ ଭାରତ ମୁହାଁ ହୋଇଛି। 

ଖୁବ ଶୀଘ୍ର ଭାରତରୁ LPG ସଙ୍କଟ ଦୂର ହୋଇ ଏକ ଶାନ୍ତ ବାତାବରଣ ସୃଷ୍ଟି ହେବ ବୋଲି ଆଶା କରାଯାଉଛି