ରାଜୀବ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଯୁବ ପିଢ଼ିଙ୍କୁ ମୁଖ୍ୟ ଅତିଥଙ୍କ ଆହ୍ବାନ ଦାରିଦ୍ର୍ୟ ଓ ନିରକ୍ଷରତା ଦୂରିକରଣ ଥୁଲା ରାଜୀବ ଗାନ୍ଧୀଙ୍କ ସ୍ବପ୍ନ
ଭୁବନେଶ୍ଵର, ତା. ୨୧/୦୫ : ଓଡ଼ିଶା ରାଜୀବ ଗାନ୍ଧୀ ଛାତ୍ର ଫୋରମ୍, ରାଜୀବ ଗାନ୍ଧୀ ଷ୍ଟଡ଼ି ସର୍କଲ ମିଳିତ ଆନୁକୁଲ୍ୟରେ ରାଜୀବ ଗାନ୍ଧୀଙ୍କର ୩୫ ତମ ଶ୍ରାଦ୍ଧ ଉତ୍ସବ ଓ ରାଜ୍ୟ ସ୍ତରୀୟ ରାଜୀବ ଗାନ୍ଧୀ ପ୍ରତିଭା ସମ୍ମାନ ଉତ୍ସବ – ୨୦୨୫ ରାଜ୍ୟ ସଭାପତି ସତ୍ୟବ୍ରତ ନାୟକଙ୍କ ଅଧ୍ଯକ୍ଷତାରେ ପୂର୍ବାହ୍ନ ୧୧.୩୦ ଘଟିକା ସମୟରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇ ।
ମାନଙ୍କ ମୁଖ୍ୟଅତିଥି ଭାବରେ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଡକ୍ଟର ଡିପି ଚୌଧୁରୀ ଯୋଗ ଦେଇ ପ୍ରଦ୍ଵିପପ୍ରତ୍ତୋଳନ କରି ଆନୁଷ୍ଠାନିକ ଭାବରେ ରାଜୀବ ଗାନ୍ଧୀ ପ୍ରତିଭା ସମ୍ମାନ ଉତ୍ସବ ଉଦ୍ଘାଟନ କରିଥିଲେ । ଯୁବକମାନେ ସମ୍ଭାବନାର ଶକ୍ତି, ରାଜୀବ ଗାନ୍ଧୀ ଭାରତକୁ ଶୋଷଣ ଦୁର୍ନୀତି ଓ ବୈଷମ୍ୟ ମୁକ୍ତ ସମାଜ ଗଠନ କରିବାକୁ ସଂକଳ୍ପ ବଦ୍ଧ ହୋଇଥିଲେ । ସୂଚନା ଓ ପ୍ରଜୁକ୍ତି ବିଦ୍ୟା କ୍ଷେତ୍ରରେ ଭାରତବର୍ଷକୁ ସର୍ବଶ୍ରେଷ୍ଠ ଓ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଲାଗି ରାଜୀବ ଗାନ୍ଧୀଙ୍କ ଉଦ୍ୟମ ଚିର ପ୍ରଶଂସନୀୟ ଥିଲା, ଭୋଟ ହେଉଛି ଗଣତନ୍ତ୍ର ପ୍ରକ୍ରିୟାର ବଡ଼ ଅସ୍ତ୍ର । ଆଜିର ଯୁବକମାନେ ମଦ, ମାଂସ ଓ ପ୍ରଲୋଭନ ଦ୍ଵାରା ନିଜର ଅମୋଘ ଅସ୍ତ୍ରକୁ ନଷ୍ଟ ନ ନ କରିବା ପାଇଁ ଡକ୍ଟର ଚୌଧୁରି ନିଜ ଭାଷଣରେ ଆହ୍ଵାନ ଦେଇଥିଲେ । ମୁଖ୍ୟବକ୍ତା ଭାବରେ ଫକୀର ମୋହନ ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର କୁମରବର ଦାସ ରାଜୀବ ଗାନ୍ଧୀ ତାଙ୍କ ପ୍ରଧାନମନ୍ତ୍ରୀତ୍ଵ କାଳରେ ଭାରତ ବର୍ଷ ବିଜ୍ଞାନ ଓ ବୈଷୟିକ ଉନ୍ନତି ପାଇଁ ଯେଉଁ କାର୍ଯ୍ୟ କରିଥିଲେ ତାହା ଆଜି ଭାରତ ବର୍ଷର ଜନସାଧାରଣ ଯୁବକ ଆଜି ଉପଭୋଗ କରୁଛନ୍ତି । ଭାରତ ବର୍ଷର ମେଧାବୀ ଛାତ୍ରଛାତ୍ରୀମାନେ ନିଜ ଦେଶ ପାଇଁ କାର୍ଯ୍ୟ ନ କରି ଅର୍ଥ ଲୋଭରେ ନିଜ ମାତୃଭୂମି ଛାଡି ବିଦେଶରେ ବସବାସ କରୁଛନ୍ତି । ସେମା ପିତାମାତାଙ୍କ ସେବା କରିବା ପାଇଁ ଭୁଲିଯାଉଛନ୍ତି ।
ସମ୍ମାନନୀୟ ଅତିଥ୍ ଭାବରେ ପୂର୍ବତନ ସାଂସଦ ଡଃ ରାମଚନ୍ଦ୍ର ଖୁଟିଆ ଯୋଗ ପାଗଦେଇ ତାଙ୍କ ବକ୍ତବ୍ୟରେ କହିଥିଲେ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ଥାଇ ବି ରାଜସ୍ଵର ୧ ଟଙ୍କାରୁ ୮୦ ପଇସା ବାଟମାରଣା ହେବା ଅତ ଚିନ୍ତାଜନକ କହି ନିଜ ସରକାରଙ୍କୁ ବି ସମାଲୋଚନା କରିବାକୁ ପଛାଇନଥିଲେ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଅରବିନ୍ଦ ଦାସ ସମ୍ମାନନୀୟ ଅତିଥୀ ଭାବେ ଯୋଗ ଦେଇ ୧୮ ବର୍ଷର ଭୋଟ ଦାନ ଅଧିକାର ଥିଲା ରାଜୀବ ଗାନ୍ଧୀଙ୍କର ଐତିହାସିକ ନିଷ୍ପତି । ସର୍ବଧର୍ମ ସମଭାବପନ୍ନ ବିଶ୍ଵାସ କରିବା, ପଂଚାୟତ ରାଜ ବ୍ୟବସ୍ଥାରେ ମହିଳାକୁ ସୁଯୋଗ ଦେବା ଓ କେବିକେକୁ ସ୍ଵତନ୍ତ୍ର ଧ୍ୟାନ ଦେବା ତାଙ୍କର ଅବଦାନ ଚିରସ୍ମରଣୀୟ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ଦୈନିକ ଖବର କାଗଜ ପର୍ଯ୍ୟବେକ୍ଷକ ତଥା କଳିଙ୍ଗ କ୍ଲୋନିକିଲ୍ର ମୁଖ୍ୟ ସମ୍ପାଦକ ଡଃ. ପବିତ୍ର ମୋହନ ସାମନ୍ତରାୟ, ଯୋଗ ଦେଇ ରାଜୀବ ଗାନ୍ଧୀଙ୍କ ବହୁମୁଖୀ ପ୍ରତିଭା ବିଷୟରେ ନିଜର ଅନୁଭୂତିକୁ ବର୍ଣନ କରିଥିଲେ । ରାଜ୍ୟସଭାପତି ସତ୍ୟବ୍ରତ ନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ ଆଜିର ସମ୍ମାନୀତ ପ୍ରତିଭାବାନ ଛାତ୍ର ଓ ଯୁବକମାନେ ଆଗାମୀ ଦିନରେ ତାଙ୍କର କର୍ମମୟ ଜୀବନରେ ସେବା ମନବୃତି ନେଇ କାର୍ଯ୍ୟକଲେ ତାହା ରାଜୀବ ଗାନ୍ଧୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜ ହେବ । ରାଜୀବ ଗାନ୍ଧୀ ଛାତ୍ର ଫୋରମ୍ର ଉତର ଓଡ଼ିଶା ସଂଯୋଜକ ଜ୍ୟୋତ୍ସ୍ନା ରାଉତରାୟ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଏନ୍.ସି.ସି., ଏନ୍.ଏସ୍.ଏସ., ଯୁବ ରେଡକ୍ରସର, ସ୍କାଉଟ୍ ଗାଇଡ଼ ରେଞ୍ଜର, ରୋଭର, ବିଜ୍ଞାନ, କଳା, ସଙ୍ଗୀତ, ସାହିତ୍ୟ ଓଡିଶୀ ନୃତ୍ୟ, ଖେଳ, ଅଭିନୟ ଓ ସମାଜସେବାରେ ଉତକର୍ଷ ଲାଭ କରିଥିବା ରାଜ୍ୟର ୧୪୦ ଜଣ ପ୍ରତିଭାବାନ ଛାତ୍ରଛାତ୍ରୀ ଓ ଯୁବକଙ୍କୁ ରାଜ୍ୟ ସ୍ତରୀୟ ରାଜୀବ ଗାନ୍ଧୀ ପ୍ରତିଭା ସମ୍ମାନରେ ମୁଖ୍ୟଅତିଥ୍ ଓ ଅତିଥିମାନେ ସମ୍ମାନୀତ କରିଥିଲେ । ଅତ୍ଯନ୍ତ ସମ୍ମାନୀୟ
ଏହି କାର୍ଯ୍ୟକ୍ରମରେ ସଂଗଠନର ଉପସଭାପତି କୃଷ୍ଣଚନ୍ଦ୍ର ସାହୁ, ସଂଯୋଜକ ପ୍ରିୟବ୍ରତ ନାୟକ, ଅନୀଲ ଛୁଆଳ ସିଂ, ମିର ଅବୁବକର ସିଦିକି, ପ୍ରକାଶ ଚନ୍ଦ୍ର ନାୟକ, ଦେବେନ୍ଦ୍ର ଦାସ, ବିନୋଦ ରାଉତ, ସାଗର ରଞ୍ଜନ ପରିଡା, ଶିବ ପ୍ରସାଦ ଦସ, ଅନିଲ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସଂଗଠନର ସାଧାରଣ ସମ୍ପାଦକ ମାନସ ରଞନ କର ଧନ୍ୟବାଦ ଅର୍ପଣ କରିଥିଲେ ।
ସତ୍ୟବ୍ରତ ନାୟକ, ସଭାପତି
ଓଡ଼ିଶା ରାଜୀବ ଗାନ୍ଧୀ ଛାତ୍ର ଫୋରମ୍