ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକ ଅନୁଷ୍ଠିତ

Feb 11, 2026 - 07:48
 11
ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକ ଅନୁଷ୍ଠିତ

ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକ ଅନୁଷ୍ଠିତ

୪୧୧୧ କୋଟିର ୨୩ ପୁଞ୍ଜିନିବେଶ ପ୍ରସ୍ତାବକୁ ଅନୁମୋଦନ

୧୦ ହଜାର ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ

ରାଜ୍ୟର ୧୧ ଟି ଜିଲ୍ଲାରେ ପ୍ରକଳ୍ପଗୁଡ଼ିକ କାର୍ଯ୍ୟାନ୍ଵୟନ ହେବ

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ବରେ ଆଗକୁ ବଢୁଥିବା ଓଡ଼ିଶା ସରକାର ଶିଳ୍ପ ଅଭିବୃଦ୍ଧିକୁ ଆଗେଇ ନେବାର ଆଭିମୁଖ୍ୟକୁ କାର୍ଯାନୁଷ୍ଠାନ ଦିଗରେ ଯାତ୍ରା ଜାରି ରଖିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ଯକ୍ଷତାରେ ୧୪୪ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସଏଲଏସଡବ୍ଲୁସିଏ) ବୈଠକ ମାଧ୍ୟମରେ ମୋଟ ୪୧୧୧.୮୦ କୋଟି ଟଙ୍କା ବିନିଯୋଗ ସହିତ ୨୩ଟି ଶିଳ୍ପ ନିବେଶ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି, ଯାହା ୯୯୨୪ ବା ପ୍ରାୟ ୧୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ଲକ୍ଷ୍ୟ ରଖିଛି । ଏହି ମଞ୍ଜୁରି ଓଡ଼ିଶାର ଶିଳ୍ପ ଇକୋସିଷ୍ଟମକୁ ସୁଦୃଢ଼ କରିବା ଏବଂ ନିଯୁକ୍ତିଭିଭିକ ଆର୍ଥିକ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା ଦିଗରେ ଆଉ ଏକ ପ୍ରମୁଖ ମାଇଲଖୁଣ୍ଟ ଭାବେ ପ୍ରତିଫଳିତ ହେବ ।

ଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ ଅନୁମୋଦିତ କରାଯାଇଥିବା ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ମେକାନିକାଲ ଏବଂ ଇଲେକ୍ଟ୍ରି କାଲ୍ କ୍ୟାପିଟାଲ୍ ଗୁଡ଼୍ଗ, ପୋଷାକ ଏବଂ ବୟନଶିଳ୍ପ, ଏରୋସ୍ପେସ୍ ଏବଂ ପ୍ରତିରକ୍ଷା ଉତ୍ପାଦନ, ଜାହାଜ ନିର୍ମାଣ ଏବଂ ଜାହାଜ ମରାମତି, ଫାର୍ମାସ୍ୟୁଟିକାଲ୍ସ, କେମିକାଲ୍ସ, ରିଫ୍ରାକ୍ଟୋରୀ, ଆଲୁମିନିୟମ୍ ଡାଉନଷ୍ଟ୍ରିମ୍ ଇଣ୍ଡଷ୍ଟ୍ରିଜ୍, ଖଣିଜ ଲାଭ, ଧାତୁ ଡାଉନଷ୍ଟ୍ରିମ୍, ପ୍ଲାଷ୍ଟିକ୍, ଗ୍ଲାସ୍ ଉତ୍ପାଦନ, ଲଜିଷ୍ଟିକ୍ ଏବଂ ଗୋଦାମ, ଭିତ୍ତିଭୂମି ଏବଂ ପର୍ଯ୍ୟଟନ ଏବଂ ଆତିଥେୟତା ଆଦି ବିଭିନ୍ନ କ୍ଷେତ୍ରରେ ରହିଛି, ଯାହା ରାଜ୍ୟର ବିବିଧ, ଭବିଷ୍ୟତ ପାଇଁ ପ୍ରସ୍ତୁତ ଏବଂ ସହନଶୀଳ ଶିଳ୍ପ ରଣନୀତିକୁ ପ୍ରତିଫଳିତ କରୁଛି । ଏହି ପ୍ରକଳ୍ପଗୁଡିକୁ ରାଜ୍ୟର ବାଲେଶ୍ବର, ଭଦ୍ରକ, କଟକ, ଦେବଗଡ଼, ଗଞ୍ଜାମ, ଯାଜପୁର, ଖୋର୍ଦ୍ଧା, କୋରାପୁଟ, ପୁରୀ, ସମ୍ୱଲପୁର ଏବଂ ସୁନ୍ଦରଗଡ଼ ଆଦି ୧୧ ଟି ଜିଲ୍ଲାରେ କାର୍ଯ୍ୟାନ୍ଵୟନ କରାଯିବ, ଯାହା ମାଧ୍ଯମରେ ଆଚଂଳିକ ସମତୁଲ ଶିଳ୍ପ ବିକାଶ ଏବଂ ବୃହତ ନିଯୁକ୍ତି ସୁଯୋଗ ସୁନିଶ୍ଚିତ କରିବ ।

ଅନୁମୋଦିତ ହୋଇଥିବା ପ୍ରମୁଖ ପ୍ରକଳ୍ପଗୁଡିକ ମଧ୍ୟରେ ମେକାନିକାଲ୍ ଏବଂ ଇଲେକ୍ଟ୍ରି କାଲ୍ କ୍ୟାପିଟାଲ୍ ଦ୍ରବ୍ୟ କ୍ଷେତ୍ରରେ, ନିଫା ଲିମିଟେଡ୍ ଖୋର୍ଦ୍ଧାରେ ୩୮୪ କୋଟି ଟଙ୍କା ବିନିଯୋଗରେ ଏକ ରେଳ ଯନ୍ତ୍ରାଂଶ ଉତ୍ପାଦନ ସ୍ଥାପନ କରିବ, ଯାହା ୩୧୦ ନିଯୁକ୍ତି ସୃଷ୍ଟି କରିବ । ଉନ୍ନତ ମାନୁଫାକ୍ଟରିଂ କ୍ଷେତ୍ରରେ ଓଡ଼ିଶାର ସ୍ଥିତିକୁ ସୁଦୃଢ଼ କରିବା ପାଇଁ ଇନଭେଣ୍ଟଗ୍ରୀଡ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଗଞ୍ଜାମରେ ୩୦୦ କୋଟି ଟଙ୍କା ବିନିଯୋଗରେ ଏକ ଉନ୍ନ‌ତ ମଲ୍ଟି ଡ୍ରୋନ୍‌ ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବ, ଯାହା ୧,୦୦୦ ନିଯୁକ୍ତି ସୃଷ୍ଟି କରିବ ଏବଂ ଏହା ରାଜ୍ୟର ଏରୋସ୍ପେସ୍ ଏବଂ ପ୍ରତିରକ୍ଷା ଉତ୍ପାଦନ ଇକୋସିଷ୍ଟମରେ ଏକ ପ୍ରମୁଖ ପଦକ୍ଷେପ ହେବା

ସମୁଦ୍ର ଓ ଜାହାଜ ନିର୍ମାଣ କ୍ଷେତ୍ରରେ, ନର୍ଥନ ଏକ୍ସପ୍ରେସ୍ ଇନଫ୍ରାଡେଭେଲପର୍ସ ପ୍ରାଇଭେଟ୍ ଲିମିଟେଡ୍ ଭଦ୍ରକରେ ଜାହାଜ ନିର୍ମାଣ ଓ ଜାହାଜ ମରାମତି ସୁବିଧା ବିକଶିତ କରିବାକୁ ୩୩୯.୪୦ କୋଟି ଟଙ୍କାର ନିବେଶ କରିବ, ଯଦ୍ବାରା ୫୦୭ ରୋଜଗାର ସୁଯୋଗ ସୃଷ୍ଟି ହେବା ସହିତ ଓଡ଼ିଶାକୁ ଉଦୀୟମାନ ସମୁଦ୍ର ଶିଳ୍ପ କେନ୍ଦ୍ର ଭାବେ ଅବସ୍ଥାପିତ କରିବ ।

ପୋଷାକ ଏବଂ ବସ୍ତ୍ର କ୍ଷେତ୍ରରେ ଜେ.ଜି ହୋସିଏରୀ ପ୍ରା. ଲି. ଖୋର୍ଦ୍ଧାରେ ଏକ ପୋଷାକ ଉତ୍ପାଦନ ଏକକ ସ୍ଥାପନା କରିବ, ଯାହାର ବାର୍ଷିକ ଉତ୍ପାଦନ କ୍ଷମତା ୧୪୯.୭୬ ନିୟୁତ ଖଣ୍ଡ କପଡା ବିଶିଷ୍ଟ ଏବଂ ୧୦୦ କୋଟି ନିବେଶ ସହିତ, ୨୩୫୦ ଚାକିରି ସୃଷ୍ଟି ହେବ । ଏହାକୁ ଆଜିର ଅନୁମୋଦନରେ ସର୍ବାଧିକ ଚାକିରି ସୃଷ୍ଟି କରିଥିବା ପ୍ରକଳ୍ପମାନଙ୍କ ମଧ୍ୟରେ ଗଣାଯାଇଛି ।

ଫାର୍ମାସ୍ୟୁଟିକାଲ୍ସ ଏବଂ କେମିକାଲ୍ସ କ୍ଷେତ୍ରରେ ଆଲଭେଣ୍ଟା ଫାର୍ମା ଲିମିଟେଡ୍ ଖୋର୍ଦ୍ଧାରେ ୧୦୦ କୋଟି ଟଙ୍କା ବିନିଯୋଗରେ ଏକ ଫାର୍ମାସ୍ୟୁଟିକାଲ୍ ଫର୍ମୁଲେସନ ୟୁନିଟ୍ ସ୍ଥାପନ କରିବ, ଯାହା ୨୫୦ ନିଯୁକ୍ତି ସୃଷ୍ଟି କରିବ, ଯେତେବେଳେ କି ବ୍ଲ ମାଉଣ୍ଟ ଏନର୍ଜି ଲିମିଟେଡ୍ ୧୦୦ କୋଟି ଟଙ୍କା ବିନିଯୋଗରେ ବାର୍ଷିକ ୧୭,୦୦୦ ମେଟ୍ରିକ୍ ଟନ୍‌ ଉତ୍ପାଦନ କ୍ଷମତା ବିଶିଷ୍ଟ ଏକ ସର୍ବିଟଲ୍ ଉତ୍ପାଦନ ୟୁନିଟ୍ କଟକରେ ପ୍ରତିଷ୍ଠା କରିବା ସ‌ହ ୧୦୦ ନିଯୁକ୍ତି ସୃଷ୍ଟି କରିବ । ଗ୍ରୋଇଂ ଟ୍ରି ଅଏଲ ରିଫାଇନାରୀ ପ୍ରାଇଭେଟ ଲିମିଟେଡ ୧୦୦ କୋଟି ଟଙ୍କା ବିନିଯୋଗରେ କଟକରେ ଏକ ସମନ୍ବିତ ଦ୍ରବଣୀୟ ଉତ୍ତୋଳନ ୟୁନିଟ୍, ତୈଳ ବିଶୋଧନାଗାର, ମାଛ ଖାଦ୍ୟ, ଚିଙ୍ଗୁଡ଼ି ଖାଦ୍ୟ, ଗୋଖାଦ୍ୟ ଏବଂ କୁକୁଡ଼ା ଖାଦ୍ୟ ଉତ୍ପାଦନ କମ୍ପ୍ଲେକ୍ସ ବିକଶିତ କରିବ, ଏଥିରେ ୨୫୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ କୃଷି ପ୍ରକ୍ରିୟା କରଣ ଏବଂ ରାସାୟନିକ ମୂଲ୍ୟ ଶୃଙ୍ଖଳକୁ ସୁଦୃଢ଼ କରିବ ‌।

२०० ରିଫ୍ରାକ୍ଟୋରୀ ଏବଂ ଆଲୁମିନିୟମ୍ ଡାଉନଷ୍ଟ୍ରିମ୍ କ୍ଷେତ୍ରରେ, ସର୍ବେଶ ରିଫ୍ରାକ୍ଟୋରିଜ୍ ଲିମିଟେଡ୍ ସୁନ୍ଦରଗଡ଼ରେ ୬୨ କୋଟି ଟଙ୍କା ବିନିଯୋଗରେ ଏକ ସିଲିକା ଇଟା ଉତ୍ପାଦନ କାରଖାନା ସ୍ଥାପନ କରି ଏହାର ରହିଥ‌ିବା ୟୁନିଟ୍ ବିସ୍ତାର କରିବ, ଯାହା ୧୦ ନିଯୁକ୍ତି ସୃଷ୍ଟି କରିବ, ଯେତେବେଳେ କି ଝାଡ଼ଖଣ୍ଡ ଗ୍ରାଇଣ୍ଡ କେମ୍ ପ୍ରାଇଭେଟ୍ ଲିମିଟେଡ୍ ୬୭.୧୫ କୋଟି ଟଙ୍କା ବିନିଯୋଗରେ ଯାଜପୁରରେ ଏକ ରିଫ୍ରାକ୍ଟୋରୀ ୟୁନିଟ୍ ପ୍ରତିଷ୍ଠା କରିବ ଏବଂ ୨୨୫ ନିଯୁକ୍ତି ସୃଷ୍ଟି କରିବ । ରୋମକୋ ଆଲୁମିନେଟ୍ସ (କୋରାପୁଟ) ପ୍ରାଇଭେଟ୍ ଲିମିଟେଡ୍ ୫୪.୫୦ କୋଟି ଟଙ୍କା ବିନିଯୋଗରେ କୋରାପୁଟରେ ଏକ ଆଲୁମିନା ଭିଭିକ ରିଫ୍ରାକ୍ଟୋରୀ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ, ଯାହା ୧୦୦ ନିଯୁକ୍ତି ସୃଷ୍ଟି କରିବ ଏବଂ ଦକ୍ଷିଣ ଓଡ଼ିଶାରେ ଆଲୁମିନିୟମ୍ ଡାଉନଷ୍ଟ୍ରିମ୍ ଶିଳ୍ପାୟନକୁ ମଜବୁତ କରିବ ‌।

ପ୍ଲାଷ୍ଟିକ୍, କାଚ ଏବଂ ପ୍ୟାକେଜିଂ କ୍ଷେତ୍ରରେ, ଯଶ୍ ଫ୍ଲେକ୍ସି ପ୍ୟାକ୍ ପ୍ରାଇଭେଟ୍ ଲିମିଟେଡ୍ ବାଲେଶ୍ବରେ ୧୨,୪୦୦ ମେଟ୍ରିକ ଟନ ଫ୍ଲେକ୍ସିବଲ୍ ପ୍ୟାକେଜିଂ ପ୍ରଡକ୍ଟସ୍ ଇଉନିଟ୍ ସ୍ଥାପନ କରିବାକୁ ୫୧ କୋଟି ବିନିଯୋଗ ସହ ୧୫୦ ନିଯୁକ୍ତି ସୃଷ୍ଟି କରିବ, ଯେତେବେଳେ କି ଜେବିଏସଏସ ଗ୍ଲାସ୍ ପ୍ରାଇଭେଟ୍ ଲିମିଟେଡ୍ କଟକରେ ଏକ କାଚ ଉତ୍ପାଦନ ଇଉନିଟ୍ ସ୍ଥାପନ କରିବାକୁ ୫୦ .୮୫ କୋଟିର ବିନିଯୋଗ କରି, ୨୬୩ ଚାକିରି ସୃଷ୍ଟି କରିବ ଯଦ୍ବାରା ଓଡିଶାର ଶିଳ୍ପ ଉତ୍ପାଦନ ଆଧାର ବିସ୍ତାରିତ ହେବ ।

ଇସ୍ପାତ, ଖଣିଜ ବେନିଫିକେସନ ଏବଂ ଆନୁଷଙ୍ଗିକ ଧାତୁ ଡାଉନଷ୍ଟ୍ରିମ କ୍ଷେତ୍ରରେ, ସୁନ୍ଦରଗଡରେ କଳିଙ୍ଗ ମେଟାଲିକ୍ସ ଲିମିଟେଡର ୪ ଏମଟିପିଏ ଲୁହାପଥର ବେନିଫିସିଏସନ ପ୍ଲାଣ୍ଟ ସମେତ ଏକାକ ବୃହତ୍ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି, ଯେଉଁଥ୍ରେ ୬୦୦ କୋଟି ଟଙ୍କା ବିନିଯୋଗ ହୋଇଛି, ଯାହା ୭୦୦ ନିଯୁକ୍ତି ସୃଷ୍ଟି କରିବ; ୨୫୦ କୋଟି ଟଙ୍କା ବିନିଯୋଗରେ ଦେବଗଡ଼ରେ ଶ୍ରୀ ରାମ ଆଇରନ୍ ଆଣ୍ଡ ଆଲଏଜ୍‌ ପ୍ରାଇଭେଟ୍ ଲିମିଟେଡ୍ ର ୦.୮ ଏମ୍ ଟିପିଏ ପେଲେଟ୍ ପ୍ଲାଣ୍ଟ ସ୍ଥାପନ କରି ୪୭୫

ସୃଷ୍ଟି ଲକ୍ଷ୍ୟ ପଟୁଛି । ରଶ୍ମି ମେଟାଲର୍ଜିକାଲ୍ ଇଣ୍ଡଷ୍ଟ୍ରି ପ୍ରାଇଭେଟ୍ ଲିମିଟେଡ୍ ସୁନ୍ଦରଗଡ଼ରେ ଟେଲିଂ ପୋଖରୀ ସହିତ ୩.୦ ଏମ୍ ଟିପିଏ ଲୁହାପଥର ବେନିଫିସିଏସନ୍‌ ପ୍ଲାଣ୍ଟ ୩୫୦ କୋଟି ଟଙ୍କା ବିନିଯୋଗରେ ୨୦୦ ନିଯୁକ୍ତି ସୃଷ୍ଟି କରିବ; ସୁନ୍ଦରଗଡ଼ରେ ଆରିୟାସ ଓର ରିଫାଇନାରୀ ପ୍ରାଇଭେଟ୍ ଲିମିଟେଡ୍ ର ଲୁହାପଥର ବେନିଫିସିଏସନ୍‌ ପ୍ଲାଣ୍ଟ ୫୧ କୋଟି ଟଙ୍କା ବିନିଯୋଗରେ ୧୪୯ ଟି ନିଯୁକ୍ତି ସୃଷ୍ଟି କରିବ; ସୁନ୍ଦରଗଡ଼ରେ ଇଷ୍ଟସାଇଡ୍ ଶୁଭ ଷ୍ଟିଲ୍‌ ପ୍ରାଇଭେଟ୍ ଲିମିଟେଡ୍ ର ଇସ୍ପାତ ପ୍ରକ୍ରିୟାକରଣ ୟୁନିଟ୍ ୬୦.୦୫ କୋଟି ଟଙ୍କା ବିନିଯୋଗରେ ୧୩୦ ନିଯୁକ୍ତି ସୃଷ୍ଟି କରିବ, ଯାହା ଓଡ଼ିଶାର ଖଣିଜଭିଭିକ ଶିଳ୍ପ ମୂଲ୍ୟ ଶୃଙ୍ଖଳକୁ ଯଥେଷ୍ଟ ମଜବୁତ କରିବ ।

ଲଜିଷ୍ଟିକ୍ସ, ଗୋଦାମ ଓ ଭିଭିଭୂମି କ୍ଷେତ୍ରରେ ସୃଷ୍ଟି ଟ୍ରେଡିଂ କର୍ପୋରେସନ୍ ପ୍ରାଇଭେଟ୍ ଲିମିଟେଡ୍ କଟକରେ ଏକ ଲଜିଷ୍ଟିକ୍ ପାର୍କ୍ ଓ ଗୋଦାମ ସୁବିଧା ବିକାଶ କରିବାକୁ ଯୋଜନା କରୁଛି, ଯାହାର ପୂଞ୍ଜିରାଶି ୧୬୦.୭୫ କୋଟି, ୫୯୫ ଟି ଚାକିରି ସୃଷ୍ଟି କରିବ, ଔଦ୍ୟୋଗିକ ସଂଯୋଗକୁ ସୁଦୃଢ କରିବ ଓ ସପ୍ଲାଇ ଚେନ୍ କ୍ଷମତାକୁ ବୃଦ୍ଧି କରିବ ।

ପର୍ଯ୍ୟଟନ ଏବଂ ଆତିଥେୟତା କ୍ଷେତ୍ରରେ, ଏକାଧିକ ପ୍ରିମିୟମ ଆତିଥ୍ୟ ପ୍ରକଳ୍ପ ମଞ୍ଜୁର ହୋଇଛି, ଯେପରିକି ଖୋର୍ଦ୍ଧାରେ ଏମକେ ଆସେଟ୍ସ ପ୍ରାଇଭେଟ୍ ଲିମିଟେଡ୍ ଦ୍ବାରା ପଂଚ ତାରକା ବିଳାସପୂର୍ଣ୍ଣ ହୋଟେଲ୍, ଯାହାର ନିବେଶ ୨୧୦ କୋଟି, ୨୪୦ଟି ଚାକିରି ସୃଷ୍ଟି; ପୁରୀରେ ମଞ୍ଜୀରା ହୋଟେଲ୍ସ ଏଣ୍ଡ ରିସୋର୍ଟ ପ୍ରା. ଲି. ଦ୍ବାରା ପଂଚ ତାରକା ବିଳାସ ପୂର୍ଣ୍ଣ ହୋଟେଲ୍, ଯାହାର ନିବେଶ ୨୦୦ କୋଟି, ୪୫୦ଟି ଚାକିରି ସୃଷ୍ଟି; ପୁରୀରେ ପଣ୍ଡା ରିସୋର୍ଟ ପ୍ରାଇଭେଟ୍ ଲି. ଦ୍ବାରା ୪-ତାରକା ହୋଟେଲ୍, ଯାହାର ନିବେଶ ୭୦ କୋଟି, ୨୪୦ଟି ଚାକିରି ସୃଷ୍ଟି; ଏବଂ ସମ୍ବଲପୁରରେ ଶଙ୍କରୀ ଦେବୀ ଏଣ୍ଟରପ୍ରାଇଜ୍‌ ଦ୍ବାରା ୪-ଷ୍ଟାର୍ ହୋଟେଲ୍, ଯାହାର ନିବେଶ ୬୪.୧୦ କୋଟି, ୧୬୫ଟି ଚାକିରି ସୃଷ୍ଟି, ଏସବୁ ଓଡ଼ିଶାର ଉଚ୍ଚ ଶ୍ରେଣୀର ପର୍ଯ୍ୟଟନ ଭିତ୍ତିଭୂମିକୁ ଉଲ୍ଲେଖନୀୟ ଭାବେ ସୁଦୃଢ କରିବ ।

ପ୍ଲାଷ୍ଟିକ୍ କ୍ଷେତ୍ରରେ ୱାଟର୍ ଟେକ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଗଞ୍ଜାମରେ ପ୍ଲାଷ୍ଟିକ୍ ଆଧାରିତ ଉତ୍ପାଦ ପାଇଁ ଏକ ସୁବିଧା ସ୍ଥାପନ କରିବାକୁ ୩୮୭ କୋଟିର ବିନିଯୋଗ କରିବ, ଯାହା ୯୭୫ ଟି ଚାକିରି ସୃଷ୍ଟି କରିବ ଯାହା ଫଳରେ ଶିଳ୍ପ ଯୋଗାଯୋଗ ଏବଂ ସପ୍ଲାୟ ଚେନ୍ କାର୍ଯ୍ୟକ୍ଷମତାକୁ ବୃଦ୍ଧି ଘଟିବ ।

ଏହି ୨୩ ଟି ପ୍ରକଳ୍ପ ସାମଗ୍ରିକ ଭାବେ ମୋଟ ୪୧୧୧ .୮୦ କୋଟି ନିବେଶ ଏବଂ ୯୯୨୪ ଟି ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି, ଯାହା ପୂର୍ବ ଭାରତରେ ଓଡ଼ିଶାକୁ ଏକ ସମ୍ଭାବନାଶୀଳ ନିବେଶ ଗନ୍ତବ୍ୟ ସ୍ଥାନ ଭାବରେ ପୁନରୁ ତ୍ଥାପିତ କରିଛି । ପାରମ୍ପରିକ ଉତ୍ପାଦନରୁ ବିମାନ ଓ ଅନ୍ତରୀକ୍ଷ ଶିଳ୍ପ, ପ୍ରତିରକ୍ଷା, ଉନ୍ନତ ଉତ୍ପାଦନ, ଲଜିଷ୍ଟିକ୍ସ, ଭିଭିଭୂମି ଓ ପ୍ରିମିୟମ୍ ପର୍ଯ୍ୟଟନ ପର୍ଯ୍ୟନ୍ତ ସୁଦୃଢ କ୍ଷେତ୍ରୀୟ ବିବିଧତା ସହିତ, ରାଜ୍ୟ ଏକ ସହିଷ୍ଣୁ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ଶିଳ୍ପ ଆଧାର ନିର୍ମାଣ କରୁଛି ।

ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥାରେ ସମୟସୀମା ମଧ୍ୟରେ, ସମନ୍ବିତ ଅନୁମୋଦନ ଏବଂ ସକ୍ରିୟ ନିବେଶକ ସୁବିଧା ସୁନିଶ୍ଚିତ କରି ବ୍ୟବସାୟିକ ସୁଗମତାକୁ ବଢ଼ାଇବାରେ ଲାଗିଛି, ଯାହା ନିବେଶ ଉଦ୍ଦେଶ୍ୟକୁ ବାସ୍ତବ ପ୍ରକଳ୍ପରେ ଦ୍ରୁତ ରୂପାନ୍ତରିତ କରିବାରେ ସକ୍ଷମ କରୁଛି । ସମୃଦ୍ଧ ଓଡ଼ିଶା-୨୦୩୬ ର ଦୀର୍ଘମିଆଦୀ ଦୃଷ୍ଟିକୋଣକୁ ଦୃଷ୍ଟିରେ ରଖ୍ ଏହି ଅନୁମୋଦନ କରାଯାଇଛି, ଯାହାକି ବ୍ୟାପକ ନିଯୁକ୍ତିଭିଭିକ ଅଭିବୃଦ୍ଧି, ନିରନ୍ତରତା ଭିଭିରେ ଶିଳ୍ପାୟନ ଏବଂ ସନ୍ତୁଳିତ ଆଞ୍ଚଳିକ ବିକାଶ ଉପରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ