ରାଜ୍ୟ ବିଜେପିରୁ ପୂର୍ଣ୍ଣିମା ହେବେ ରାଜ୍ୟସଭା ପ୍ରାର୍ଥୀ...

Mar 3, 2026 - 08:56
 22
ରାଜ୍ୟ ବିଜେପିରୁ ପୂର୍ଣ୍ଣିମା ହେବେ ରାଜ୍ୟସଭା ପ୍ରାର୍ଥୀ...

ରାଜ୍ୟ ବିଜେପିରୁ ପୂର୍ଣ୍ଣିମା ହେବେ ରାଜ୍ୟସଭା ପ୍ରାର୍ଥୀ...

????ବିଜୁ ଜନତା ଦଳ ଦୁଇ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି । 

????ଏବେ ଶାସକ ଦଳ ବିଜେପିର ପାଳି । 

????ତେବେ ନାମାଙ୍କନ ଭରିବାକୁ ଆଉ ମାତ୍ର ୪ ଦିନ ବାକି ରହିଛି 

????ବିଜେପି ପୁଣି ଏକ ଆଦିବାସୀ କାର୍ଡ ଖେଳିବା ପାଇଁ ଯୋଜନା ପ୍ରସ୍ତୁତ କରୁଥିବା କୁହାଯାଉଛି ।

????ସୁନ୍ଦରଗଡ଼ର ବିଜେପି ଆଦିବାସୀ ନେତ୍ରୀ ପୂର୍ଣ୍ଣିମା କେରକେଟାଙ୍କୁ ବିଜେପି ରାଜ୍ୟସଭା ଟିକେଟ୍ ଦେଇପାରେ । 

????ପୂର୍ଣ୍ଣିମା ତୃଣମୂଳ ସ୍ତରରେ ବେଶ ପରିଚିତ ଚେହେରା ଅଟନ୍ତି । ????ସମାଜ ସେବା ତାଙ୍କୁ ଭିନ୍ନ ପରିଚୟ ଦେଇଛି । 

????ଗତ ୨୪ ତାରିଖରେ ପୂର୍ଣ୍ଣିମା ରେଲ ଇଣ୍ଡିଆ ଟେକ୍ନିକାଲ ଆଣ୍ଡ ଇକୋନୋମିକ୍ ସର୍ଭିସ୍ (ଆରଆଇଟିଇଏସ୍) ବୋର୍ଡରୁ ଇସ୍ତଫା ଦେଇଛନ୍ତି । 

????ଏହି ବୋର୍ଡରେ ସେ ଅଣସରକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ

????ଗତ ଜୁଲାଇ ମାସରେ ରେଳ ବିଭାଗ ତାଙ୍କୁ ନିଯୁକ୍ତି ଦେଇଥିଲା । ତାଙ୍କର ଆଗାମୀ ତିନି ବର୍ଷ ଯାଏଁ କାର୍ଯ୍ୟକାଳ ଥିଲା । 

????ମାତ୍ର ଗତ ଫେବ୍ରୁଆରୀ ୨୪ ତାରିଖରେ ସେ ଇସ୍ତଫା ଦେବା ପରେ ୨୫ ତାରିଖରେ ତାଙ୍କ ଇସ୍ତଫା ମଞ୍ଜୁର ହୋଇଯାଇଛି । ????ଇସ୍ତଫା ପରେ ରାଜ୍ୟସଭାକୁ ସେ ଯିବା ନିଶ୍ଚିତ ହୋଇଛି

????ବିଜେପି ପୂର୍ଣ୍ଣିମାଙ୍କ ନାମକୁ ଚୂଡ଼ାନ୍ତ କରିସାରିଥିବାବେଳେ କେବଳ ଘୋଷଣା ବାକି ରହିଥିବା କୁହାଯାଉଛି ।