ରାଜ୍ୟ ସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ

Sep 1, 2025 - 05:53
 23
ରାଜ୍ୟ ସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ

ରାଜ୍ୟସ୍ତରୀୟ ସ୍ବାୟତ୍ତ ଶାସନ ଦିବସ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥ୍‌ ଭାବେ ଯୋଗ ଦେଇ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ଓ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ବର ରେଲୱେ ଅଡିଟୋରିୟମରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ବିଧାୟକ ବାବୁ ସିଂ, ମେୟର ସୁଲୋଚନା ଦାସ, ନଗର ଉନ୍ନୟନ ବିଭାଗ ସଚିବ ଉଷା ପାଢ଼ୀ ଉପସ୍ଥିତ ଥିଲେ ।

ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭ :

୧. ଆମ ବସ୍ ପାଇଁ ହ୍ଵାଟସ୍ ଆପ୍ ଆଧାରିତ ଟିକେଟ୍ ବୁକିଂର ଶୁଭାରମ୍ଭ ଏବଂ ଡିଜିଟାଲ୍ ଟିକେଟ୍‌ କ୍ରେତାଙ୍କୁ ରିହାତି ପ୍ରଦାନ ।

୨. ଜାତୀୟ ଏକକ ଗମନାଗମନ କାର୍ଡର ଲୋକାର୍ପଣ ।

୩. ଡିଜିଟାଲ୍ ପାସ୍ ବ୍ୟବସ୍ଥାର ଅନ୍ୟ ସହରକୁ ସମ୍ପ୍ରସାରଣ ।

୪. ସମଗ୍ର ରାଜ୍ୟରେ କାର୍ଯ୍ୟକାରୀ ହେବ ‘ସହଯୋଗ’ ଅଭିଯାନ ।

୫. ସମାବେଶୀ ସହର ଗଠନ ନିମନ୍ତେ ଟାଟା ଷ୍ଟିଲ୍ ଫାଇଣ୍ଡେସନ୍ ସହ ବୁଝାମଣା ।

୬. ସହର ସାଥ୍ କଲ୍ ସେଣ୍ଟର ଏବଂ ପୌରସଂସ୍ଥା କର୍ମଚାରୀଙ୍କ ପାଇଁ ସିୟୁଜି ନମ୍ବର ବଣ୍ଟନ ।

୭. ଜଳସାଥୀ, ସ୍ବଚ୍ଛ ସାଥୀ, ପରିମଳ କର୍ମଚାରୀ ଓ ଶ୍ରେଷ୍ଠ ପୌର ସଂସ୍ଥାକୁ ପୁରସ୍କାର ପ୍ରଦାନ ।

୮. ସୁଲଭ ଆବାସ ବଣ୍ଟନ ଏବଂ ପିଏମ୍ ଆବାସରେ ଗୃହ ପ୍ରବେଶ ।

୯. ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା'ର ଲୋଗୋ ଉନ୍ମୋଚନ ।

୧୦. ୪୩ ବହୁମୁଖୀ ଭବନର ଲୋକାର୍ପଣ।

୧୧. ‘ଅମୃତ’ ଏବଂ ‘ସୁଜଳ’ ଅଧୀନରେ ଜଳ ଯୋଗାଣ ସମ୍ପର୍କିତ ସଚେତନତା ଅଭିଯାନର ଶୁଭାରମ୍ଭ।

-୧୨. ଭୁବନେଶ୍ବର ମହାନଗର ନିଗମ ହ୍ବାଟସ୍ ଆପ୍ ବଟ୍ ସେବାର ଶୁଭାରମ୍ଭ ।