ଲୋକଙ୍କ ସରକାରରେ ସାମାନ୍ୟ ଯୁକ୍ତିତର୍କ ପାଇଁ ଅଗ୍ନିଶମ କର୍ମଚାରୀ ଉପରେ ଆକ୍ସନ...
ଲୋକଙ୍କ ସରକାରରେ ସାମାନ୍ୟ ଯୁକ୍ତିତର୍କ ପାଇଁ ଅଗ୍ନିଶମ କର୍ମଚାରୀ ଉପରେ ଆକ୍ସନ...
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅବମାନନା କରିବା ପଡ଼ିଲା ମହଙ୍ଗା।
କେନ୍ଦୁଝର ଜିଲ୍ଲାରେ ଜଣେ ଅଗ୍ନିଶମ କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କରାଯିବା ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।
ଏହି କାର୍ଯ୍ୟାନୁଷ୍ଠାନ ପଛରେ ଥିବା କାରଣ ଏବଂ ପୋଲିସ ପ୍ରଶାସନର ତତ୍ପରତାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀର କୁମୁଳାବାହାଲି ଗାଁରେ ଏକ ଶାଳ ଗଛରେ ନିଆଁ ଲାଗିଯାଇଥିଲା। ଖବର ପାଇ ପାଟଣା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ମାତ୍ର ରାସ୍ତାରେ ଏକ ଗାତ ଥିବାରୁ ଗାଡ଼ିଟି ଗଛ ନିକଟକୁ ଯାଇପାରି ନଥିଲା। ଫଳରେ ଅଗ୍ନିଶମ କର୍ମଚାରୀ ରାକେଶ ପଣ୍ଡା ପାଇପ୍ ସାହାଯ୍ୟରେ ଦୂରରୁ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ।
ଏହି ସମୟରେ ସ୍ଥାନୀୟ ବାସିନ୍ଦା ଦିନେଶ ମହାନ୍ତ ଗାଡ଼ିକୁ ଆଗକୁ ନେବାକୁ ଜିଦ୍ କରିବା ସହ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଫୋନ୍ ଲଗାଇଥିଲେ।
ସେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବାକୁ ରାକେଶଙ୍କୁ ଫୋନ୍ ବଢ଼ାଇଥିଲେ।
ମାତ୍ର କାର୍ଯ୍ୟରତ ଅଗ୍ନିଶମ କର୍ମଚାରୀ ଜଣକ ଏହାକୁ ଜଣେ ସାଧାରଣ ବ୍ୟକ୍ତିଙ୍କ ପରିହାସ ବୋଲି ଭାବି କଥା ହେବାକୁ ମନା କରିବା ସହ ଗାଡ଼ି ଆଗକୁ ନେବାକୁ ଅମଙ୍ଗ ହୋଇଥିଲେ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବା ଦର୍ଶାଇ କେନ୍ଦୁଝର ଜିଲ୍ଲା ପାଟଣା ଅଗ୍ନିଶମ ଅଧିକାରୀ ଗୌରହରୀ ହେମ୍ବ୍ରମ ତୁରନ୍ତ ରାକେଶ ପଣ୍ଡାଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି।
ତେବେ ଏହି ଘଟଣାରେ କିଛି ମୌଳିକ ପ୍ରଶ୍ନ ଆସୁଛି..
ଗାଡ଼ି ଯିବା ପାଇଁ ବାସ୍ତବରେ ରାସ୍ତା କୁ ଦେଖିବା ବିଭାଗର ଦାୟୀତ୍ୱ
ବିଭାଗୀୟ ତଦନ୍ତ ପୂର୍ବରୁ ଏତେ ବଡ଼ କାର୍ଯ୍ୟାନୁଷ୍ଠାନ ସରକାରର ଲୋକାଭିମୁଖୀତାର ପ୍ରମାଣ କୁହା ଯାଇ ପାରିବ ନି କାହିଁକି ?
ଜଣେ କର୍ମଚାରୀ କର୍ତ୍ତବ୍ୟ କରୁଥିବା ବେଳେ ଅଚିହ୍ନଟ ନମ୍ବରରୁ ଆସିଥିବା ଫୋନ୍ କଲ୍କୁ ବିଶ୍ୱାସ ନ କରିବାର କାରଣ କଣ ଥିଲା ?
ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି।
କେହି କେହି ଏହାକୁ ଶାସନର କଠୋରତା କହୁଥିବା ବେଳେ, ଅନ୍ୟମାନେ ଏହାକୁ ଜଣେ ନିମ୍ନବର୍ଗର କର୍ମଚାରୀଙ୍କ ପ୍ରତି ଅନ୍ୟାୟ ବୋଲି ଅଭିହିତ କରୁଛନ୍ତି।
ବାସ୍ତବରେ ତାହା କିଛି ନୁହେଁ |
ଲୋକଙ୍କ ସରକାରରେ ଲୋକଙ୍କ ପାଇଁ ତୁରନ୍ତ ଆକ୍ସନର ଏକ ଝଲକ....