ଶୁଭ ଅମୃତବେଳା ଯୋଗ...

ସଙ୍ଗମ ଯୁଗ ହେଉଛି ପରମାତ୍ମାଙ୍କ ଦିବ୍ୟ ସ୍ନେହର ଯୁଗ

Jul 21, 2026 - 11:20
 5
ଶୁଭ ଅମୃତବେଳା ଯୋଗ...

ଏହି ଯୁଗର ମାହାତ୍ମ୍ୟକୁ ଜାଣି ପରମାତ୍ମାଙ୍କ ସ୍ନେହର ଗଭୀର ଅନୁଭୂତିରେ ସମାହିତ ହୋଇଥିବା ମୁଁ ଆତ୍ମା, ଭ୍ରୂକୁଟି ସିଂହାସନ ଉପରେ ବିରାଜମାନ

ମୁଁ ଏକ ଅବିନାଶୀ ଚୈତନ୍ୟ ତାରକା ଅଟେ

ପଞ୍ଚତତ୍ତ୍ୱରେ ଗଢ଼ା ଏହି ଜଡ଼ ଶରୀରର ମୁଁ ମାଲିକ

ସମସ୍ତ କର୍ମେନ୍ଦ୍ରିୟର ମଧ୍ୟ ମାଲିକ ଅଟେ 

ମୁଁ ସ୍ୱରାଜ୍ୟ ଅଧିକାରୀ ଆତ୍ମା

ବ୍ରହ୍ମାବାବାଙ୍କ ସମାନ ସର୍ବଦା ଶିବବାବାଙ୍କ ସହ କମ୍ବାଇଣ୍ଡ (ଯୁଗଳ) ହୋଇ ରହୁଛି।

ଆମେ ବ୍ରହ୍ମା ମୁଖବଂଶାବଳୀ ବ୍ରାହ୍ମଣ ରୁ ଫରିସ୍ତା ଅଟୁ, ଏହି କମ୍ବାଇଣ୍ଡ ରୂପର ଅନୁଭୂତି ବିଶ୍ୱ ସମ୍ମୁଖରେ ସାକ୍ଷାତ୍କାର ମୂର୍ତ୍ତି ବନାଇବ--- ମୁଁ ଆତ୍ମା ଚଲାବୁଲା କରୁଥିବା ସମୟରେ ନିଜକୁ ଏହି ବ୍ୟକ୍ତ ଶରୀରରେ, ବ୍ୟକ୍ତ ଦେଶରେ ପାର୍ଟ (ଅଭିନୟ) ନିର୍ବାହ କରୁଥିବା ଏକ ଅବ୍ୟକ୍ତ ଆତ୍ମା ବୋଲି ଅନୁଭବ କରୁଛି...।

ଏହିପରି ରୂହାନୀ ସ୍ନେହର ସଦା ଅନୁଭବ କରୁଥିବା ଆତ୍ମା ହିଁ ପ୍ରକୃତ ଜ୍ଞାନୀ-ଯୋଗୀ ଆତ୍ମା ପାଲଟିଯାଆନ୍ତି--- ମୁଁ ଆତ୍ମା ବିନ୍ଦୁ ହୋଇ, ବିନ୍ଦୁ ରୂପୀ ପରମପିତାଙ୍କୁ ସ୍ମରଣ କରୁଛି--- ଶିବ ମହାଜ୍ୟୋତି ଦିବ୍ୟ ତାରକାଙ୍କୁ ନିରନ୍ତର ନିରୀକ୍ଷଣ କରୁଛି--- ସ୍ନେହର ସାଗର ଭୋଳାବାବା ନିଜର ସ୍ନେହର ହୀରା-ମୋତି ବର୍ଷଣ କରୁଛନ୍ତି--- ମୁଁ ସ୍ୱୟଂକୁ ସେହି ଦିବ୍ୟ ରତ୍ନରେ ଭରପୂର କରୁଛି।

ସଦା ସତ୍ୟପିତା ପରମାତ୍ମାଙ୍କ ସଙ୍ଗରେ ରହିବା ହିଁ ପ୍ରକୃତ ସତ୍‌ସଙ୍ଗ ଅଟେ--- ଏହା ହିଁ ସ୍ୱ-ଉନ୍ନତିର ସାଧନ ଅଟେ--- କୁସଙ୍ଗ ହେଉଛି ପତନର ମୂଳ--- ଶ୍ରେଷ୍ଠ ସଙ୍ଗ ଶ୍ରେଷ୍ଠ ଚରିତ୍ରର ନିର୍ମାଣ କରେ--- ମୁଁ ଆତ୍ମା ବେଫିକର ବାଦଶାହା (ଚିନ୍ତାମୁକ୍ତ ସମ୍ରାଟ୍) ହୋଇ ନିରନ୍ତର ଈଶ୍ୱରୀୟ ସୁଖ ଅନୁଭବ କରୁଛି ଏବଂ ସମସ୍ତଙ୍କୁ ସୁଖ ଦେବାର ହିଁ ସଂକଳ୍ପ କରୁଛି--- ମୋର କୌଣସି କଥା କିମ୍ବା କର୍ମ ଦ୍ୱାରା କେହି ଯେପରି ଆହାତ ନ ହୁଅନ୍ତି-- ଏଥିପାଇଁ ନିରନ୍ତର ପ୍ରୟାସ କରୁଛି-- କରନକରାବନହାର ସର୍ବଶକ୍ତିମାନ ବାବା ମୋ ସାଥୀରେ ଅଛନ୍ତି-- ଏହି ସ୍ମୃତି ମୋତେ ଚିନ୍ତାମୁକ୍ତ ସମ୍ରାଟ୍ କରିଦେଉଛି-- ଏହି ଶ୍ରେଷ୍ଠ ସ୍ଥିତିରେ ସ୍ଥିତ ହୋଇ ମୁଁ ଅନ୍ୟ ଆତ୍ମାମାନଙ୍କୁ ମଧ୍ୟ ଚିନ୍ତାମୁକ୍ତ ବନାଉଛି।

ଏହି ପରମାତ୍ମ-ସ୍ନେହର ହୀରା-ମୋତି ଅମୂଲ୍ୟ ଅଟନ୍ତି--- ଏଥିରେ ସର୍ବଦା ନିଜକୁ ସଜାଇ ରଖିବାକୁ ହେବ--- ମୋତେ ନିଜର ଦୈବୀ ଗୁଣ ଦ୍ୱାରା ନିଜର ପିତା ପରମାତ୍ମାଙ୍କୁ ପ୍ରତ୍ୟକ୍ଷ କରିବାକୁ ହେବ--- ମୁଁ ଆତ୍ମା ବାପଦାଦାଙ୍କ ସ୍ନେହ ବନ୍ଧନରେ ବାନ୍ଧିହୋଇ ଯାଉଛି--- ମୋ' ଆତ୍ମାର ଲୌକିକ ସମ୍ପର୍କରୁ ମୋହ ଛାଡ଼ିଯାଉଛି--- ମୁଁ ଆତ୍ମା ସମସ୍ତ ମୋହର ବିନାଶୀ ବନ୍ଧନରୁ ମୁକ୍ତ ହୋଇଯାଉଛି।

????ପରମାତ୍ମାଙ୍କ ସହ ସ୍ନେହ ହିଁ ପ୍ରକୃତ ଯୋଗ ଅଟେ --- ଏବଂ ସେହି ସ୍ନେହରେ ସମାହିତ ହୋଇଯିବା ଅର୍ଥ ସମ୍ପୂର୍ଣ୍ଣ ଜ୍ଞାନ ଅଟେ