ଶ୍ରୀମନ୍ଦିର ରେ ଲାଗିବ ନୂଆ କବାଟ...

May 17, 2026 - 07:30
 3
ଶ୍ରୀମନ୍ଦିର ରେ ଲାଗିବ ନୂଆ କବାଟ...

ଶ୍ରୀମନ୍ଦିର ରେ ଲାଗିବ ନୂଆ କବାଟ...

ଭୁବନେଶ୍ବର ଶ୍ରୀମନ୍ଦିର ହେବାକୁ ଯାଉଛି ବଡ଼ ପରିବର୍ତ୍ତନ । ଶ୍ରୀମନ୍ଦିର ଉତ୍ତରଦ୍ବାରରେ ଲାଗିବ ନୂଆ କବାଟ । ହସ୍ତୀ ଦ୍ବାର ତଥା ଉତ୍ତରଦ୍ବାର ଗୁମୁଟରେ ଲାଗିବ ନୂଆ ପିତ୍ତଳରେ ଆଚ୍ଛାଦିତ ବର୍ମାଟିକ କାଠରେ ପ୍ରସ୍ତୁତ କବାଟ । ଏହା ଦେଖ‌ିବା ପାଇଁ ଖୁବ ସୁନ୍ଦର ହୋଇଛି । ଦ୍ବାରର ଲମ୍ବ ୧୩ ଫୁଟ ୬ ଇଞ୍ଚ, ଚଉଡା ଫ୍ରେମ୍ ୪୨ ଇଞ୍ଚ ୩ ପାଆ, ଦ୍ବାରର ପଛପଟ ପଟାର ଲମ୍ବ ୧୩ ଫୁଟ ୧୦ ଇଞ୍ଚ୍, ଚଉଡା ୪୮ ଇଞ୍ଚ୍ । ଏଥିରେ ୩ କ୍ରିଣ୍ଟାଲ ପିତ୍ତଳ ବ୍ୟବହାର କରାଯାଉଛି ।

ଏହି ଦ୍ବାର କଟକ ନିକଟସୁ ତାରପୁର ବରତି ଗାଁରେ ପ୍ରସ୍ତୁତ କରାଯାଇଛି । କାରିଗର ପ୍ରମୋଦ ଓଝାଙ୍କ ସହ ସ‌ହ‌ଯୋଗୀ ମିଶି ତିନିମାସ ଧରି ଦ୍ବାର ନିର୍ମାଣ କରିଛନ୍ତି । ଆଜି ନୂଆ କବାଟ ଉତ୍ତର ଦ୍ବାରଠାରେ ପହଞ୍ଚିବା ପରେ ଦ୍ବାରକୁ ଲଗାଯିବା ପାଇଁ କାମ ଆରମ୍ଭ ହେବ ବୋଲି ନିର୍ମାଣକାରୀ ଆଶା ରଖୁଛନ୍ତି ।

ଯେଉଁ ଛାତ୍ରମାନେ ବିଦେଶୀ ଭାଷା (ଫ୍ରେଞ୍ଚ, ଜର୍ମାନୀ) ଆଦି ପଢିବାକୁ ଚାହୁଁଛନ୍ତି, ସେମାନେ ୩ୟ ଭାଷାକୁ ଚୟନ କରିପାରିବେ । ଛାତ୍ରଛାତ୍ରୀ ଚାହିଁଲେ ୪ର୍ଥ ଭାଷା ମଧ୍ୟ ପଢିପାରିବେ ।