ଶ୍ରୀ ଶ୍ରୀ ବିଶ୍ୱ ବିଦ୍ୟାଳୟ ର ଦ୍ୱାଦଶ ତମ ବାର୍ଷିକ ସମାବର୍ତନ...

Nov 9, 2025 - 16:31
 23
ଶ୍ରୀ ଶ୍ରୀ ବିଶ୍ୱ ବିଦ୍ୟାଳୟ ର ଦ୍ୱାଦଶ ତମ ବାର୍ଷିକ ସମାବର୍ତନ...

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ର ଦ୍ୱାଦଶ ବାର୍ଷିକ ସମାବର୍ତ୍ତନ ଉତ୍ସବ ବିଶ୍ୱବିଦ୍ୟାଳୟ ର ଶ୍ରୁତି ଭବନ ନିକଟ ପରିସରରେ ପାଳିତ ହୋଇଯାଇଛି |

ଏଥିରେ ବିଶ୍ୱପ୍ରସିଦ୍ଧ ଆଧ୍ୟାତ୍ମିକଗୁରୁ ତଥା ଆର୍ଟ ଅଫ ଲିଭିଙ୍ଗ ର ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବି ଶଙ୍କର ଅଧ୍ୟକ୍ଷତା କରିଥିଲେ l 

ଚଳିତ ବର୍ଷ ୭୦୦ ସ୍ନାତକଙ୍କୁ ସ୍ନାତକ ଏବଂ ସ୍ନାତକୋତ୍ତର ପ୍ରମାଣ ପତ୍ର ପ୍ରଦାନ କରାଗଲା। 

ସେମାନଙ୍କ ମଧ୍ୟରୁ ୩୦ ଜଣଙ୍କୁ ଉପାଧ୍ୟୁତ୍ତର(ପି.ଏଚ.ଡି) ଡିଗ୍ରୀ ପ୍ରଦାନ କରାଗଲା । 

୩୦ ଜଣ ବିଦ୍ୟାର୍ଥୀଙ୍କୁ ସ୍ଵର୍ଣ୍ଣ, ୨୮ଜଣ ଙ୍କୁ ରୋପ୍ୟ ଏବଂ ୧୮ ଜଣଙ୍କୁ କାଂସ୍ୟ ପଦକରେ ସମ୍ମାନିତ କରାଗଲା।

ଏହି ସମାରୋହ ରେ ବହୁ ବିଶିଷ୍ଟ ଅତିଥି ଙ୍କୁ ସମ୍ବର୍ଦ୍ଧିତ କରାଗଲା। କୁଳପତି ପ୍ରଫେସର ଡ. ତେଜ ପ୍ରତାପ ବାର୍ଷିକ ବିବରଣୀ ପାଠ କଲେ। 

ବିଶ୍ଵବିଦ୍ୟାଳୟ ଦ୍ଵାରା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ସୁରେଶ ପ୍ରଭୁଙ୍କୁ ସମ୍ମାନ ଜନକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଗଲା। 

ସମ୍ମାନନୀୟ ଅତିଥି ଶ୍ରୀ ଅନିଲ୍‌ ସହସ୍ରବୁଦ୍ଧେ ଏବଂ ଶ୍ରୀକଲ୍ୟାଣ ଶ୍ରେଷ୍ଠ କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ । 

ମୁଖ୍ୟ ଅତିଥି ଭାବରେ ତଥା କେନ୍ଦ୍ର ସରକାରଙ୍କ ଶିକ୍ଷା ରାଷ୍ଟମନ୍ତ୍ରୀ ଡ. ସୁକାନ୍ତ ମଜୁମଦାରଙ୍କୁ ସମ୍ବର୍ଦ୍ଧନା କରାଗଲା। 

ଶେଷରେ କାର୍ଯ୍ୟନିର୍ବାହି ଡ. ଅନିଲ କୁମାର ଶର୍ମା ଧନ୍ୟବାଦ ପ୍ରଦାନ କରିଥିଲେ ପରେ ରାଷ୍ଟ୍ରୀୟ ସଂଗୀତ ଗାନ କରି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା।

ଗୁରୁଦେବ ଶ୍ରୀ ଶ୍ରୀ ରବି ଶଙ୍କର ଚାରିଦିନିଆ ଗ୍ରସ୍ତ ସମୟରେ ଶୁକ୍ରବାର ସର୍ବପ୍ରଥମ ଅନ୍ତର୍ଜାତୀୟ ଓଷ୍ଟିଓପ୍ୟାଥି କନଭେସନକୁ ଉଦ୍ ଘାଟନ କରିଥିଲେ। 

ଏଥି ସହ ରାଜ୍ୟ ସରକାରଙ୍କ ଲୋକସେବା ଭବନରେ ଆୟୋଜିତ ବ୍ୟୁରୋକ୍ରାଷ୍ଟ ସନ୍‌କ୍ଲେଭକୁ ମଧ୍ୟ ସମ୍ବୋଧିତ କରିଥିଲେ । 

ଗୁରୁଦେବ ପ୍ରେରଣା ଦାୟୀ ଉପସ୍ଥିତିରେ ବହୁ ଉଚ୍ଚ ଶିକ୍ଷାନୁଷ୍ଠାନ ସହ ଶ୍ରୀଶ୍ରୀ ବିଶ୍ଵବିଦ୍ୟାଳୟର ଚୁକ୍ତି ସ୍ଵାକ୍ଷରିତ (ଏମଓୟୁ) ହୋଇଥିଲା।

ଏଥି ସହ ଗୁରୁଦେବ ବିଶ୍ଵବିଦ୍ୟାଳୟରେ ବହୁ ମହତ୍ଵପୂର୍ଣ୍ଣ ଶୈକ୍ଷଣିକ ଓ ନବୋନ୍ଲେଷୀ ଉଦାୟର ମଧ୍ୟ ଉଦ୍‌ଘାଟନ କରିଥିଲେ। ତନ୍ମଧ୍ୟରୁ "ନବୋନ୍ଲେଷ-ଆଇଡିଆଜ୍‌ ଟୁ ଇନୋଭେସନ୍‌”,ସଂକଳ୍ପ-ଏକାଡେମିକ୍ ଲିଡର୍ସ, ସଂସ୍ଥାପକ, ନିର୍ଦ୍ଦେଶକ ଓ ଅଧ୍ୟ। ପକମାନଙ୍କ ବିରାଟ ସମ୍ମିଳନୀ ତଥା ଇନ୍‌ଷ୍ଟିଚ୍ୟୁଟ ଅଫ୍ ରିସ୍କ ମ୍ୟାନେଜମେଣ୍ଟ (ଆଇଆରଏମ) ସହ ଶ୍ରୀଶ୍ରୀ ସେଣ୍ଟର ଫର ଏଣ୍ଟରପ୍ରାଇଜ ରିସ୍କ ମ୍ୟାନେଜମେଣ୍ଟର ଶୁଭାରମ୍ଭ କରିଥିଲେ।  

ବିଶ୍ଵବିଦ୍ୟାଳୟ ପରିସରରେ ଆୟୋଜିତ ବିଶାଳ ସାର୍ବଜନୀନ “ମହା ସତସଂଗ”ରେ ହଜାର ହଜାର ବିଦ୍ୟାର୍ଥୀ,ଅଧ୍ୟ।ପକ ଅଧ୍ଯ।ପିକା, କର୍ମଚାରୀ ଏବଂ ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ଜନ ସାଧାରଣ ଗୁରୁ ଦେବ ଶ୍ରୀଶ୍ରୀ ରବିଶଙ୍କରଙ୍କ ଉପସ୍ଥିତି,ଧ୍ୟାନ , ଅନୁଗ୍ରହ ଏବଂ ଜ୍ଞାନର ଉପଲବ୍ଧି କରି ପାରିଥିଲେ।।