ରାଜ୍ୟ ସ୍ତରୀୟ ଖୋ ଖୋ କ୍ରୀଡା ପ୍ରତିଯୋଗିତାରେ ପୁରୀଜିଲ୍ଲାର ସଫଳତା...

Nov 9, 2025 - 16:30
 5
ରାଜ୍ୟ ସ୍ତରୀୟ ଖୋ ଖୋ କ୍ରୀଡା ପ୍ରତିଯୋଗିତାରେ ପୁରୀଜିଲ୍ଲାର ସଫଳତା...

କେନ୍ଦୁଝର ଡି ଏନ ଉଚ୍ଚବିଦ୍ୟାଳୟରେ ୬ ତାରିଖ ରୁ ଆରମ୍ଭ ହୋଇଥିବା ୧୭ ବର୍ଷରୁ କମ ବାଳକ ବାଳିକା ୬୯ ତମ ବିଦ୍ୟାଳୟ ସମୁହ ଖୋ ଖୋ ପ୍ରତିଯୋଗିତାରେ ପୁରୀ ଜିଲ୍ଲା ବାଳକ ଓ ବାଳିକା କ୍ରୀଡାବିତ୍ ସୀତାକାନ୍ତ ରାଉତରାୟ ଓ ଲିପିକା ଭୋଇଙ୍କ ପ୍ରସିକ୍ଷଣରେ ଅଂଶଗ୍ରହଣ ଥିଲେ। 

ବାଳକ ଦଳ ଓ ବାଳିକା ଦଳ ପ୍ରାରମ୍ଭରୁ ଦମଦାର କ୍ରୀଡ଼ା ପ୍ରଦର୍ଶନ କରି ବିଜୟ ଧାରାକୁ କ୍ରମାଗତ ଭାବେ ବଜାୟ ରଖି ବାଳକ ଦଳ ସେମିଫାଇନାଲ ରେ ସୁନ୍ଦରଗଡ଼ କୁ ଏକତରଫା ପରାସ୍ତ କରି ଫାଇନାଲ ରେ ଜଗତସିଂପୁର ସହ ସାକ୍ଷାତ କରି ୫ ପଏଣ୍ଟ ରେ ପରାସ୍ତ କ୍ରମାଗତ ଭାବେ ତୃତୀୟ ବର୍ଷ ବିଜେତା ର ହକଦାର ହୋଇଛନ୍ତି। 

ସେହିପରି ବାଳିକା ଦଳ ସେମିଫାଇନାଲ ରେ ବାଲେଶ୍ଵର ଠାରୁ ୩ ପଏଣ୍ଟ ରେ ପରାସ୍ତ ହୋଇ ତୃତୀୟ ସ୍ଥାନ ଅଧିକାର କରିଛନ୍ତି

ଏହି ସଫଳତା ପାଇଁ ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଦୀପକ କୁମାର ପାଢ଼ୀ , ସହ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଦ୍ଵିତିକାନ୍ତ ପ୍ରଧାନ, ଶାରିରୀକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ବିଶ୍ବାଳ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀଯୁକ୍ତ ଚନ୍ଦନ କୁମାର ସାହୁ ଶୁଭେଛା ଜଣାଇବା ସହ ସେମାନଙ୍କ ଭବିଷ୍ୟତ ଉଜ୍ଜଳମୟ କାମନା କରିଛନ୍ତି। 

ସେହିପରି ୮ ତାରିଖରୁ ୧୪ ବର୍ଷରୁ କମ ବାଳକ ବାଳିକା ଦଳ ସଂଗ୍ରାମ ମହାନ୍ତି ଓ ଚିନ୍ମୟୀ ଚିରଞ୍ଜିଵୀ ମହାନ୍ତି ଙ୍କ ନେତୃତ୍ୱରେ ଅଂଶଗ୍ରହଣ କରିଛନ୍ତି ଓ ବିଜୟ ସଫଳତା କୁ ବଜାୟ ରଖିବେ ବୋଲି ମତପ୍ରକାଶ କରିଛନ୍ତି। 

ବୈଷୟିକ ଅଧିକାରୀ ସୂର୍ଯ୍ୟନାରାୟଣ ଜେନା , ବିଭୂତି ଭୂଷଣ ରାଉତ, ବୀରବର ଭଟ୍ଟ ଓ ଅଧିର ବରାଳ ଯୋଗଦେଇ କ୍ରୀଡ଼ା ପରିଚାଳନାରେ ସହଯୋଗ କରୁଛନ୍ତି।