'ଷଷ୍ଠୀ ଓଷା' ର ପ୍ରଚ୍ଛଦ କାହାଣୀ

Aug 29, 2025 - 20:03
 17
'ଷଷ୍ଠୀ ଓଷା' ର ପ୍ରଚ୍ଛଦ କାହାଣୀ

ଭାଦ୍ରବ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ଦିନରେ ଅର୍ଥାତ ଗଣେଶ ଚତୁର୍ଥୀର ଦୁଇ ଦିନ ପରେ ଷଠି ଓଷା ପାଳନ ହୁଏ । 

ତେବେ କେତେକ ଏହାକୁ ସୋମନାଥ ବ୍ରତ ମଧ୍ୟ କହିଥାନ୍ତି । ଏଥିପାଇଁ ମହିଳା ମାନେ ସକାଳେ ଶିବଙ୍କ ପାଇଁ ସୋମନାଥ ବ୍ରତ ପାଳନ କରନ୍ତି। ଏହି ବ୍ରତରେ ଷଠୀ ମା ଙ୍କ ପାଇଁ ବିଭିନ୍ନ ପ୍ରକାର ବ୍ୟଞ୍ଜନ ତିଆରି ହୁଏ। ଭାତ, ଡାଲିଠୁ ଆରମ୍ଭ କରି ଚକୁଳି ପିଠା, ଶାକାହାରୀ ତରକାରୀ ଭଳି ଛଅ ପ୍ରକାର ଖାଦ୍ୟ ରନ୍ଧାହୁଏ । ତେବେ ଏହାକୁ ସପ୍ତାହ ଧରି ପାଳନ କରାଯାଏ। ଏମିତିରେ ସପ୍ତାହକୁ ଗୋଟିଏ ଦିନ ଆମିଷ ଭୋଗ ମଧ୍ୟ ଦିଆଯାଏ। 

ବିଧି ଅନୁସାରେ ଶିଳପୁଆକୁ ହଳଦୀ କନାରେ ବନ୍ଧାଯାଏ ଓ ତା’ ଉପରେ ହଳଦୀ ରଖାଯାଏ । ଏହାସହିତ ମାଟିରେ ୬ଟି ଷଠୀ ଦେବୀ ତିଆରି କରାଯାଏ। 

ଏହି ପୂଜାରେ ଆଉ ଏକ ଖାସ କଥା ରହିଛି। ଏହି ଦିନ ଅପାମାରଙ୍ଗ, ବାଉଁଶ, ଧାନ, ବଜ୍ରମୂଳୀ, ସାରୁ ଆଦି ପାଞ୍ଚ ପ୍ରକାର ଗଛକୁ ଏକାଠି କରି ବନ୍ଧାଯାଏ । ଗୋଟେ ପୂର୍ଣ୍ଣ କଳସୀ ତା’ ପାଖରେ ରଖାଯାଏ । ଗଳି ଗୁଆ, ସିନ୍ଦୁର ଫରୁଆ, କଜଳ ପାତି ତା’ ପାଖରେ ରଖାଯାଏ। । ତା’ପରେ ଦୁବ, ବରକୋଳି ପତ୍ର ଓ ଅରୁଆ ଚାଉଳରେ ବନ୍ଦାପନା ହୁଏ । ସମସ୍ତେ ପୂଜା ହୋଇଥିବା ହଳଦୀ କନାକୁ ହାତରେ ବାନ୍ଧନ୍ତି । ଏହାସହିତ ପାଞ୍ଚ ପ୍ରକାର ଗଛକୁ ଏକାଠି ବନ୍ଧା ଯାଇ ପିଲାଙ୍କୁ ଆଶିର୍ବାଦ ସ୍ୱରୁପ ମାଡ଼ ବା ଛୁଆଁ ଯାଏ।

ଏହାକୁ "ଷଠି ବାଡ଼ିଆ" ମଧ୍ୟ କୁହାଯାଏ। ତେବେ ଏହା ପଛରେ ମଧ୍ୟ ଏକ ମାନ୍ୟତା ରହିଛି। ଏହି ଗଛ ବିଡ଼ାକୁ ଏକାଠି କରି ବାନ୍ଧି ଶିଶୁମାନଙ୍କ ରକ୍ଷା ପାଇଁ ତାଙ୍କ ପିଠିରେ ମାଆ ମାନେ ବାଡ଼େଇଥାନ୍ତି। ଏହାକୁ 'ଷଠି ବାଡ଼ିଆ' କୁହାଯାଏ। ଏମିତିରେ ଶିଶୁମାନଙ୍କ ବାଳ ରିଷ୍ଟ ଖଣ୍ଡନ ହୁଏ ବୋଲି ବିଶ୍ୱାସ ରହିଛି।