ସଂକ୍ଷେପରେ ସ୍କନ୍ଦ ମାତା ସନ୍ତାନ ବତ୍ସଳା...
ନବରାତ୍ରିର ପଞ୍ଚମ ଦିନ ଦେବୀ ନବଦୁର୍ଗା ମାଁ ସ୍କନ୍ଦମାତା ରୂପରେ ବିଦିତ |
ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ପୁତ୍ର ହେଉଛନ୍ତି ଭଗବାନ କାର୍ତ୍ତିକେୟ। ଏହାଙ୍କ ଅନ୍ୟ ନାମ ସ୍କନ୍ଦ। ପୌରାଣିକ କଥା ଅନୁସାରେ ତାରକାସୁର ନାମରେ ଏକ ରାକ୍ଷସ ଥିଲା। ଯିଏ ତ୍ରି ପୁରକୁ ନିଜର କଠୋର ସାଧନା ବଳରେ ଜୟ କରିପାରି ଥିଲା। ଏହାର ମୃତ୍ୟୁ କେବଳ ଭଗବାନ ଶଙ୍କରଙ୍କ ପୁତ୍ର କାର୍ତ୍ତିକେୟଙ୍କ ଦ୍ୱାରା ସମ୍ଭବ ଥିଲା। ଏହା ଜାଣିବା ପରେ ମାଁ ପାର୍ବତୀ ପୁତ୍ର କାର୍ତ୍ତିକେୟଙ୍କୁ ଯୁଦ୍ଧ ପାଇଁ ପ୍ରଶିକ୍ଷିତ କରିବା ସହ "ସ୍କନ୍ଦ ମାତା"ଙ୍କ ରୂପ ଧାରଣ କରିଥିଲେ। ସ୍କନ୍ଦମାତାଙ୍କ ଠାରୁ ଯୁଦ୍ଧ ପ୍ରଶିକ୍ଷିଣ ନେବା ପରେ ଭଗବାନ ସ୍କନ୍ଦ ତାରକାସୁର କୁ ବଦ୍ଧ କରିଥିଲେ।
ନବରାତ୍ର ରେ ଦେବୀ ଦୁର୍ଗାଙ୍କ ପଞ୍ଚମ ଅବତାରକୁ *ସ୍କନ୍ଦମାତା* କୁହାଯାଇଥାଏ ।
ଭଗବାନ ସ୍କନ୍ଦଙ୍କୁ ନିଜ କୋଳରେ ଧରି ବସିଥିବାରୁ ସ୍କନ୍ଦମାତା ନାମରେ ପୁରାଣରେ ବର୍ଣ୍ଣିତ ହୋଇଛି।
ଦେବୀ ସ୍କନ୍ଦମାତା ବିଶୁଦ୍ଧ ଚକ୍ରର ଅଧିଷ୍ଠାତ୍ରି ଦେବୀ। ନବରାତ୍ର ବ୍ରତ ରଖିଥିବା ସାଧକଙ୍କ ମନ ଏହି ଦିନ ବିଶୁଦ୍ଧ ଚକ୍ରରେ ସ୍ଥିର ରହିଥାଏ।
ମାଁ ସ୍କନ୍ଦମାତାଙ୍କ ସାଧନା କେବଳ ସନ୍ତାନ ସୁଖ ପାଇଁ ନୁହେଁ ବରଂ ରୋଗରୁ ମୁକ୍ତି ହେବା ପାଇଁ ମଧ୍ୟ ପୂଜା କରାଯାଇଥାଏ।
ଯେଉଁ ମହିଳାମାନେ ସନ୍ତାନ ସୁଖରୁ ବଞ୍ଚିତ ଅଟନ୍ତି ସେମାନେ ନବରାତ୍ରୀ ସମୟରେ ମା ସ୍କନ୍ଦମାତାଙ୍କୁ ପୂଜା କରିବା ସହ ମା'ଙ୍କୁ ଲାଲ ରଙ୍ଗର ବସ୍ତ୍ର, ସିନ୍ଦୁର, ନାଲିଚୁଡି, ସେଓ ଏବଂ ଲାଲ ଫୁଲ ଏବଂ ଚାଉଳ ବାନ୍ଧି ମାଁଙ୍କ କୋଳରେ ରଖନ୍ତୁ।
ଏପରି କରିବା ଦ୍ୱାରା ନିଶ୍ଚୟ ସନ୍ତାନ ସୁଖ ପ୍ରାପ୍ତି ହୋଇଥାଏ।
ଜ୍ୟୋତିଷ ଶାସ୍ତ୍ର ମତରେ ମା’ ସ୍କନ୍ଦମାତାଙ୍କ ସମ୍ବନ୍ଧ ଦେବଗୁରୁ ବୃହସ୍ପତିଙ୍କ ସହିତ ଜଡିତ
ବୃହସ୍ପତିଙ୍କୁ ଶାନ୍ତି କରିବାକୁ ହେଲେ *ମା’ ସ୍କନ୍ଦମାତାଙ୍କ* ଶରଣାପନ୍ନ ହେବା ଉଚିତ। ପଞ୍ଚମ ଦିନରେ ଭଗବତୀ ସ୍କନ୍ଦମାତାଙ୍କ ଆରାଧନା ସାଧକକୁ ସର୍ଵ ସୌଭାଗ୍ୟ ପ୍ରଦାନ କରିଥାଏ।