ସବୁ ସତ୍ୟାନାଶ କରିଦେଲା ପାଣିପାଗର ବର୍ଷା...
ସବୁ ସତ୍ୟାନାଶ କରିଦେଲା ପାଣିପାଗର ବର୍ଷା...
ପନିପରିବାର ବିକଳ୍ପ ସାଜିଥିଲା ଅଣ୍ଡା
ଏବେ ତାହା ମଧ୍ୟ ପାସୋରିବାକୁ ପଡିବ
ଦୁଇ ଦିନରେ ଅଣ୍ଡା ଦର ଆକାଶଛୁଆଁ,
୮ ଟଙ୍କାରେ ପହଞ୍ଚିଲା ଗୋଟା
ବର୍ଷା ଉଜାଡ଼ିଦେଲା ପରିବା । ଭରସା ଥିଲା ଅଣ୍ଡା ଉପରେ ।
କିଛି ନଥିଲେ, ଭାତ ଓ ଅଣ୍ଡା
ତରକାରୀରେ ପେଟ ପୂରିଯାଉଥିଲା ।
ହେଲେ ତା ଉପରେ ବି ବଜ୍ର ପଡ଼ିଲାଣି ।
ମାତ୍ର ଦୁଇ ଦିନ ମଧ୍ୟରେ ଗୋଟା ଅଣ୍ଡା ଦର ୬ଟଙ୍କାରୁ ୮ଟଙ୍କା ବଢ଼ିଯାଇଛି ।
ଆଗକୁ ଦର ଆହୁରି ବଢ଼ିବ ।
ଯଦି ଏମିତି ହୁଏ, କେବଳ ଗରିବଙ୍କ ଆହାରରେ ପାହାର ହେବନି ବରଂ ସ୍କୁଲ ଓ ଅଙ୍ଗନବାଡ଼ି ପିଲାଙ୍କ ପତ୍ରରେ ଅଣ୍ଡା ସଙ୍କଟ ଦେଖାଦେବ ।
ଗୋଟିଏ ପଟେ ବ୍ରଏଲର ଦର ବଢ଼ୁଛି । ତାକୁ ତାଳ ଦେଇ ଅଣ୍ଡା ଦର ବି ଉପରକୁ ଉଠୁଛି ।
ଏବେ ବଜାରରେ ଗୋଟା ଅଣ୍ଡା ଦର ଆସି ୮ ହେଲାଣି ।
ବ୍ୟବସାୟୀଙ୍କ ଗୋଟିଏ ଯୁକ୍ତି, କୁକୁଡ଼ା ଦାନା ଦର ବଢ଼ୁଥିବାରୁ ଅଣ୍ଡା ଦର ବଢ଼ୁଛି ।
ଗ୍ରାହକଙ୍କ ଅଭିଯୋଗ, ଜାତୀୟ ଅଣ୍ଡା ସଂଯୋଜନା କମିଟି(ଏନ୍ଇସିସି) ଓଡ଼ିଶାରେ ଅଣ୍ଡା ଗୋଟା ୫.୮୫ ପଇସା ଧାର୍ଯ୍ୟ କରିଛି ।
କେବଳ ପରିବହନ ଖର୍ଚ୍ଚ ଯୋଗୁ ଆଉ ୨୫ ପଇସା ବଢ଼ିବ ।
ହେଲେ ଏହାକୁ ବେପାରୀ ମାନୁନାହାନ୍ତି ।