ସମ୍ବଲପୁରରେ ଏମ୍ସ ହେବା ଆଶା ସମ୍ଭାବନା ନାହିଁ...
ମୁଖ୍ୟମନ୍ତ୍ରୀଙ୍କ ଚିଠିର ଉତ୍ତରରେ ନ ହେବାର କହିଲେ ନଡ୍ଡା
ସମ୍ବଲପୁରରେ ଦ୍ୱିତୀୟ ଏମ୍ସ ସ୍ଥାପନକୁ ନେଇ ଓଡିଶା ବାସୀଙ୍କ ଆଶା ମଉଳିଗଲା
ସମ୍ବଲପୁରରେ ଏମ୍ସ ସ୍ଥାପନ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କରିଥିବା ଘୋଷଣା ଏବଂ କେନ୍ଦ୍ରକୁ ଦେଇଥିବା ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସକାରାତ୍ମକ ଉତ୍ତର ମିଳିନଥିବା ନେଇ ଚର୍ଚ୍ଚା ଜୋର ଧରିଛି ।
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସମ୍ବଲପୁରରେ ନୂଆ ଏମ୍ସ ସ୍ଥାପନ ନେଇ କେନ୍ଦ୍ରର ପ୍ରସ୍ତାବ ଓ ବଜେଟ୍ରେ ଏଭଳି ବ୍ୟବସ୍ଥା ନଥିବା ଜଣାଇଛନ୍ତି ।
୨୦୨୪ ଅଗଷ୍ଟ ୨୭ ରେ ସମ୍ବଲପୁରରେ ଏମ୍ସ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେନ୍ଦ୍ରକୁ ଚିଠି ଲେଖିଥିଲେ