ସାମ୍ବାଦିକମାନଙ୍କୁ ପେନସନ ପ୍ରଦାନ କରାଯାଉ : ନରସିଂହ ମିଶ୍ର

ଭୁବନେଶ୍ୱର: ଆଜି ବିଧାନସଭାର ଶୂନ୍ୟକାଳରେ ସାମ୍ବାଦିକଙ୍କ ଦାବି ପ୍ରସଙ୍ଗ ଉଠିଛି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ଦାବି ଉଠାଇଛନ୍ତି । ଲୋକସେବା ଭବନକୁ ସାମ୍ବାଦିକମାନଙ୍କୁ ଫ୍ରି ଏଣ୍ଟି୍ର ମିଳୁ ବୋଲି ନରସିଂହ ଦାବି କରିଛନ୍ତି । ଏହାଛଡ଼ା ଅନ୍ୟ ରାଜ୍ୟଭଳି ଓଡ଼ିଶାରେ ବି ସାମ୍ବାଦିକମାନଙ୍କୁ ପେନସନ ପ୍ରଦାନ କରାଯାଉ ବୋଲି ନରସିଂହ ଦାବି କରିଛନ୍ତି । ଅନ୍ୟପକ୍ଷରେ ଆଜି ବିଧାନସଭା ବଜେଟ ଅଧିବେଶନର ଚତୁର୍ଥ ଦିନ । ଆଜି ବିଧାନସଭାରେ ଉପସ୍ଥାପନ ହେବ କାମଚଳା ବଜେଟ୍ । ସଂଧ୍ୟା ୫ଟା ରେ କାମଚଳା ବଜେଟ୍ ଆଗତ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଏହାସହ ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଆଗାମୀ ୪ମାସ ପାଇଁ ପ୍ରାୟ ୯୦ହଜାର କୋଟି ଟଙ୍କାର ଅନ୍ତରୀଣ ବଜେଟ୍ ‌ଉପସ୍ଥାପନ କରିବେ ବୋଲି ଜଣାପଡ଼ିଛି।

ସାମ୍ବାଦିକମାନଙ୍କୁ ପେନସନ ପ୍ରଦାନ କରାଯାଉ : ନରସିଂହ ମିଶ୍ର