'ସେବା ତୀର୍ଥ ' ରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ ବୈଠକ...
ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ର ଝଲକ
ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପରିଷଦ ବୈଠକ। ପଶ୍ଚିମ ଏସିଆ ସଙ୍କଟ ଓ କ୍ୟାବିନେଟ୍ ଅଦଳବଦଳ ନେଇ ବଢିଲା ଚର୍ଚ୍ଚା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶ ଗସ୍ତରୁ ଫେରିବା ପରେ ତୁରନ୍ତ ବୈଠକ ଡାକିଛନ୍ତି।
ସବୁ କେନ୍ଦ୍ରୀୟ ମନ୍ତ୍ରୀଙ୍କୁ ଦିଲ୍ଲୀରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। 'ସେବା ତୀର୍ଥ'ଠାରେ ଏହି ବୈଠକ ଚାଲିଛି।
ଏଥିରେ ସମସ୍ତ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ଏବଂ ରାଷ୍ଟ୍ରମନ୍ତ୍ରୀମାନେ ଯୋଗଦେଇଛନ୍ତି।
ପଶ୍ଚିମ ଏସିଆ ସଙ୍କଟ ଉପରେ ଭାରତୀୟ ଅର୍ଥନୀତିର ସମ୍ଭାବ୍ୟ ପ୍ରଭାବ ନେଇ ବୈଠକରେ ଆଲୋଚନା ହେବ।
ଦେଶରେ ତେଲ ଦର, ଇନ୍ଧନ ଯୋଗାଣ ଶୃଙ୍ଖଳା ଏବଂ ମୁଦ୍ରାସ୍ଫୀତି ସହ ଜଡ଼ିତ ସମସ୍ୟାଗୁଡ଼ିକ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ବୋଲି କୁହାଯାଉଛି।
ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଅନୌପଚାରିକ ମନ୍ତ୍ରୀ ଗୋଷ୍ଠୀ ଗଠନ ହୋଇଛି।
କେନ୍ଦ୍ର ମନ୍ତ୍ରୀ ଅମିତ ଶାହ, ନିର୍ମଳା ସୀତାରମଣ ଏବଂ ହରଦୀପ ସିଂହ ପୁରୀ ଏହି ଗୋଷ୍ଠୀର ସଦସ୍ୟ ଅଛନ୍ତି।
ସେପଟେ ଜୁନ୍ ଦ୍ୱିତୀୟ ସପ୍ତାହରେ ମୋଦି ସରକାରଙ୍କ କ୍ୟାବିନେଟ୍ ସମ୍ପ୍ରସାରଣ ଓ ମନ୍ତ୍ରୀ ମଣ୍ଡଳରେ ଅଦଳବଦଳ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ବଢିଛି।
ବୈଠକରେ ବିଭିନ୍ନ ମନ୍ତ୍ରଣାଳୟର କାର୍ଯ୍ୟଦକ୍ଷତା ଏବଂ ସାଂଗଠନିକ କାର୍ଯ୍ୟକଳାପର ସମୀକ୍ଷା ହୋଇପାରେ।
ସବୁ ମନ୍ତ୍ରଣାଳୟ ପକ୍ଷରୁ ନିଆଯାଇଥିବା ପ୍ରମୁଖ ସଂସ୍କାର ଓ ସରକାରୀ ଯୋଜନାର ରୂପରେଖ ସମ୍ପର୍କରେ ଆଲୋଚନା ହେବ।
ଏଥିସହ ସରକାରଙ୍କ ଆଗାମୀ ଏଜେଣ୍ଡା ଏବଂ ସୁଶାସନକୁ ନେଇ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ମାର୍ଗଦର୍ଶନ କରିପାରନ୍ତି।