ସେବା ପର୍ବ ଏବଂ ‘ସ୍ବସ୍ଥ ନାରୀ, ସଶକୁ ପରିବାର' ଅଭିଯାନ ଅଧୀନରେ ଆଇଆଇଟି ଭୁବନେଶ୍ବରରେ ସ୍ବାସ୍ଥ୍ୟ ପରୀକ୍ଷଣ ଶିବିର
ଭୁବନେଶ୍ବର, ୨୨ ସେପ୍ଟେମ୍ବର ୨୦୨୫: ‘ସେବା ପର୍ବ' ଏବଂ 'ସ୍ବସ୍ଥ ନାରୀ, ସଶକୁ ପରିବାର ଅଭିଯାନ' ଅଧୀନରେ ରେ, ଭାରତୀୟ
ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ବର ପକ୍ଷରୁ ୨୧ ସେପ୍ଟେମ୍ବରରେ ଏକ ଏକ ସ୍ବାସ୍ଥ୍ୟ ପରୀକ୍ଷ କ୍ଷା ଶିବିର ର ଆୟୋଜନ ହୋଇଥିଲା। ଏହି ଶିବିରରେ ପ୍ରତିଷ୍ଠାନର ମହିଳା କର୍ମଚାରୀ, ପ୍ରବାସୀ ଶ୍ରମିକ କଲୋନୀର ବାସିନ୍ଦା ଏବଂ ସ୍ବଚ୍ଛତା କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଆଇଆଇଟି ଟି ଭୁବନେଶ୍ବରର ଭୁବ ଉନ୍ନତ ଭାରତ ଅଭିଯାନ (ୟୁବିଏ), ମହିଳା କଲ୍ୟାଣ କମିଟି (ଡବ୍ଲ୍ୟୁୟୁଡବ୍ଲ୍ୟୁସି), ଟିମ୍ ଏନଏସଏସ, ସଞ୍ଜୀବନ ସ୍ବାସ୍ଥ୍ୟ ଟିମ୍ ଲିଟେରାରୀ ମିଶନ ସମ୍ମିଳିତ ଭାବରେ ପରିଚାଳନା କରିଥିଲେ। କେନ୍ଦ୍ର ଏବଂ
ସ୍ବାସ୍ଥ୍ୟ ଶିବିରର ଅଂଶ ଭାବରେ, ସଞ୍ଜୀବନ ସ୍ବାସ୍ଥ୍ୟ କେନ୍ଦ୍ରର ଡା. ଅନୁ ବନସଲ ମହିଳା ଅଂଶଗ୍ରହଣକାରୀମାନଙ୍କୁ ସୁନ, ଗର୍ଭାଶୟ ଓ ମୁଖ କର୍କଟ ବିଷୟରେ ସଚେତନତାମୂଳକ ବକ୍ତବ୍ୟ ପ୍ରଦାନ କରି କରିଥିଲେ। ସେ ପ୍ରାରମ୍ଭିକ ଚିହ୍ନଟର ଗୁରୁତ୍ବକୁ ଉଲ୍ଲେଖ କରି, ମହିଳାମାନଙ୍କୁ ଗର୍ଭାଶୟ କର୍କଟ ସୃଷ୍ଟି କରୁଥିବା ହ୍ୟୁମାନ ପାପିଲୋମା ।ମାଭାଇରସ୍ (ଏଚପିଭି) ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ଏଚପିଭି ଟୀକାକରଣ କରିବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ର୍ଯ୍ୟକ୍ରମରେ ରକ୍ତଚାପ, ରକ୍ତ ଶର୍କରା ଓ ହିମୋଗ୍ଲୋବିନ୍ ଯାଞ୍ଚ ସହିତ ଡାକ୍ତରଙ୍କ ପରାମର୍ଶ ବ୍ୟବସ୍ଥା ରହିଥିଲା। ପରୀକ୍ଷା ପରେ ଅଂଶ ଶଗ୍ରହଣକାରୀମାନଙ୍କୁ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା। ଶିବିରରେ ଯୋଗଦେଇଥିବା ମା'ମାନଙ୍କୁ ଶିଶୁ ଯନ୍ତ୍ର ଓ ପୁ ପୁଷ୍ଟିସାର ସମ୍ପର୍କିତ ପରାମର୍ଶ ମିଳିଥିଲା। ସେହିପରି, ମହିଳାମାନଙ୍କୁ ମାସିକ ଋତୁସ୍ରାବ ବ ସ୍ବଚ୍ଛତାର ଗୁରୁତ୍ବ ବିଷୟରେ ସଚେତନ କରାଯାଇଥିଲା ଏବଂ ମାଗଣାରେ ପୁନଃବ୍ୟବହାରଯୋଗ୍ୟ ସାନିଟାରୀ ପ୍ୟାଡ୍ ବଣ୍ଟନ ଶ୍ଵିନ କରାଯାଇଥିଲା। କରାଯା ଏହି ସ୍ବାସ୍ଥ୍ୟ ଶିବିର ଦ୍ବାରା ପ୍ରାୟ ୭୫ ଜଣ ବ୍ୟକ୍ତି ଉପକୃତ ହୋଇଥିଲେ। ଶିବିରର ସୁଗମ ପରିଚାଳନାରେ ଏନଏସଏ ।ଏସ ଓ ୟୁବିଏର ସ୍ବେଚ୍ଛାସେବ ସ୍ବଚ୍ଛାସେବୀମାନଙ୍କ ଗୁରୁତ୍ଵପୂର୍ଣ ଭୂମିକା ଥୂଲା ।
ଏହି ଅବସରରେ, ଡକ୍ଟର ସୀମା ବାହିନୀପତି, ପ୍ରଫେସର-ଇନ-ଚାର୍ଜ (ସ୍ବାସ୍ଥ୍ୟ ସେବା); ଡକ୍ଟର ମଧୁସ୍ମିତା ଦାଶ, ସଂଯୋଜିକା (ୟୁବିଏ); ଡକ୍ଟର ଅନସୁୟା ରୟଚୌଧୁରୀ, ଅଧ୍ଯକ୍ଷା (ଡବ୍ଲ୍ୟୁୟୁଡବ୍ଲ୍ୟୁସି); ଏନଏସଏସ ସଂଯୋଜକ ଡକ୍ଟର ଶିବାୟ ବାଥୁଳା ଏବଂ ସଞ୍ଜୀବନ ସ୍ବାସ୍ଥ୍ୟ କେନ୍ଦ୍ରର ବରିଷ୍ଠ ଚିକିତ୍ସା ଅଧୂକାରୀ ଡକ୍ଟର ମନସୁର ଅହମ୍ମଦ ଖାନ ଉପସ୍ଥିତ ଥିଲେ।
ଉଲ୍ଲେଖନୀୟ ଯେ, ବିକଶିତ ଭାରତ ୨୦୪୭ ଦୃଷ୍ଟିକୋଣ ଅନୁରୂପ ‘ସେବା ପର୍ବ'ର ଉଦ୍ଦେଶ୍ୟ ହେଉଛି ସେବା, ନବସୃଜନ ଏବଂ ସାଂସ୍କୃତିକ ଗର୍ବର ସାମୂହିକ ଭାବନାରେ ସମ୍ପ୍ରଦାୟ, ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷଙ୍କୁ ଏକତ୍ର କରିବା। ଆଇଆଇଟି ଭୁବନେଶ୍ବର ଶ୍ବର ଏହି ଜାତୀୟ ପ୍ରୟାସରେ ସକ୍ରିୟ ଭାବରେ ଅଂଶଗ୍ରହଣ କରୁଥିବା ସହ, ନିଜ ଅଂଶୀଦାରମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଛି। ସେହିପରି, ‘ସ୍ବସ୍ଥ ନାରୀ, ସଶକୁ ପରିବାର ଅଭିଯାନ'ର ଅଂଶ ଭାବରେ, ପ୍ରତିଷ୍ଠାନ ମହିଳା ସଦସ୍ୟାମାନଙ୍କ ସ୍ବାସ୍ଥ୍ୟସେବା ଏବଂ କଲ୍ୟାଣ ପାଇଁ ବିଶେଷ କାର୍ଯ୍ୟକ୍ରମ ପରିଚାଳନା କରୁଛି।