ସଡକ ଦୁର୍ଘଟଣା : ୫ ଛାତ୍ରଛାତ୍ରୀ ଗୁରୁତର
ଭଦ୍ରକ : ଭଦ୍ରକ ଧାମନଗର ଛକ ସ୍ଥିତ ରାଇସ୍ ମିଲ ସମ୍ମୁଖରେ ସ୍କଲୁ ଧକ୍କା ଦେଲା କାର। ତେବେ ଏହି ଦୁର୍ଘଟଣାରେ ଆଦର୍ଶ ବିଦ୍ୟାଳୟର ୫ଜଣ ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ତୁରନ୍ତ ସମସ୍ତଙ୍କୁ ଗୁରୁତର ଛାତ୍ରଛାତ୍ରୀଙ୍କୁ ବାରିକପୁର ଓ ଭଣ୍ଡାରିପୋଖରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଅଟୋ ଡ୍ରାଇଭର ବିଭିନ୍ନ ସ୍ଥାନରୁ ପିଲାଙ୍କୁ ଧରି ଧାମନଗର ଆଦର୍ଶ ବିଦ୍ୟାଳୟକୁ ଆସୁଥିବା ବେଳେ ଏକ କାର ଧକ୍କା ଦେଇଥିଲା। ଖବର ପାଇ ଧାମନଗର ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚିଥିଲା। ଏହାପରେ ସମସ୍ତ ଘଟଣା ବାବଦରେ ଅଧିକ ତଦନ୍ତ ଆରମ୍ଭ କରିଛି ଧାମନଗର ପୋଲିସ।
