୭୧ କେଜି ଗଂଜେଇ ଜବତ : ୫ ଗିରଫ

ଇଚ୍ଛାପୁର : ଗଞ୍ଜେଇ ଚାଲାଣ ବେଳେ ଆରପିଏଫର ଦୁଇ କନେଷ୍ଟବଳ ସହ ତିନି ଜଣଙ୍କୁ ଗିରଫ କରିଛି ଇଚ୍ଛାପୁର ପୋଲିସ । ଇଚ୍ଛାପୁରରୁ ପୁନେ ଗଞ୍ଜେଇ ଚାଲାଣ ବେଳେ ପାରଳାଖେମୁଣ୍ଡିର ତିନି ଜଣଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କ ମଧ୍ୟରେ ଦୁଇ ଆରପିଏଫ କନେଷ୍ଟବଳ ପୋଲିସ ଅଛନ୍ତି । ସେମାନଙ୍କ ଠାରୁ ୭୧ କେଜି ଗଂଜେଇ ଜବତ କରାଯାଇଛି । ଅଭିଯୁକ୍ତ ହେଉଛନ୍ତି ଉତ୍ତରା ଗୌଡ଼,ଉଷା ଭୂୟାଁ,ରଞ୍ଜନ ଗମାଙ୍ଗ । ଏହି ୩ ଅଭିଯୁକ୍ତ ପାରଳାଖେମୁଣ୍ଡିର ଜଙ୍ଗମ ସାହିରେ ରହୁଥିଲେ। ସୂଚନା ଅନୁଯାୟୀ ବ୍ରହ୍ମପୁରରୁ ଗଞ୍ଜେଇ ନେଇ ଇଚ୍ଛାପୁରମ୍ ରେଳ ଷ୍ଟେସନ ପହଞ୍ଚିଥିଲେ ୩ ଅଭିଯୁକ୍ତ । ସେଠାରୁ କୋଣାର୍କ ଏକ୍ସପ୍ରେସରେ ପୁନେ ଜାଇଥାନ୍ତେ । କିନ୍ତୁ ସବୁ ପ୍ଲାନ ଫେଲ କରିଥିଲା ଇଚ୍ଛାପୁର ପୋଲିସ । ଅଧିକ ତଦନ୍ତ ପାଇଁ ଇଚ୍ଛାପୁର ପୋଲିସ ଅଭିଯୁକ୍ତ ମାନଙ୍କୁ ରିମାଣ୍ଡରେ ଆଣିଥିବା ସୂଚନା ମିଳିଛି ।

୭୧ କେଜି ଗଂଜେଇ ଜବତ : ୫ ଗିରଫ