ଚାଲିଗଲେ ଅନୁଭବ ମହାନ୍ତିଙ୍କ ବାପା
ଅନୁଭବ ମହାନ୍ତିଙ୍କ ପିତୃ ବିୟୋଗ । ଓଲିଉଡ୍ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତିଙ୍କ ପରଲୋକ ହୋଇଛି ।

ଅନୁଭବ ମହାନ୍ତିଙ୍କ ପିତୃ ବିୟୋଗ । ଓଲିଉଡ୍ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତିଙ୍କ ପରଲୋକ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ କଟକରେ ତାଙ୍କର ଦେହାନ୍ତ ହୋଇଛି । ପୁରା ପରିବାରରେ ଶୋକର ଛାୟା ଖେଳିଯାଇଛି ।
ଖବର ଅନୁଯାୟୀ, ଦୀର୍ଘ ଦିନ ଧରି ସାଂସଦ ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତି ଅସୁସ୍ଥ ଥିଲେ ।
ଫଳରେ ଲଗାତର ଭାବେ ତାଙ୍କର ଚିକିତ୍ସା ଜାରି ରହିଥିଲା । ଏପରିକି ନିକଟରେ ଏକ ହସ୍ପିଟାଲରେ ଅଭୟ ମହାନ୍ତିଙ୍କ ଅପରେସନ ମଧ୍ୟ ହୋଇଥିଲା । ଯାହାକୁ ନେଇ ସାଂସଦ ସୋସିଆଲ୍ ମିଡିଆରେ ସେୟାର କରିଥିଲେ । ଏପରିକି ନିଜ ବାପାଙ୍କ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଠାକୁରଙ୍କ ନିକଟରେ ପ୍ରାର୍ଥନା ମଧ୍ୟ କରିଥିଲେ । ହେଲେ ଏବେ ଆସିଛି ଦୁଃଖଦ ଖବର । ଚିକିତ୍ସାଧୀନ ଅବସ୍ଥାରେ କଟକରେ ଅଭୟ ମହାନ୍ତିଙ୍କର ପରଲୋକ ହୋଇଛି । ଯାହାକୁ ନେଇ ପୁରା ପରିବାର ଭାଙ୍ଗି ପଡିଛନ୍ତି । ଖେଳିଯାଇଛି ଶୋକର ଛାୟା ।