ଆଜି ଲୋକାର୍ପିତ ହେବ ବାଗଚି ଶ୍ରୀ ଶଙ୍କରା କର୍କଟ କେନ୍ଦ୍ର
ଚିକିତ୍ସା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ଯୋଡି ହୋଇଛି। ଆଜି ଲୋକାର୍ପିତ ହେବ ବାଗଚି ଶ୍ରୀ ଶଙ୍କରା କର୍କଟ କେନ୍ଦ୍ର ଏବଂ ଗବେଷଣା ପ୍ରତିଷ୍ଠାନ।

ଚିକିତ୍ସା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ଯୋଡି ହୋଇଛି। ଆଜି ଲୋକାର୍ପିତ ହେବ ବାଗଚି ଶ୍ରୀ ଶଙ୍କରା କର୍କଟ କେନ୍ଦ୍ର ଏବଂ ଗବେଷଣା ପ୍ରତିଷ୍ଠାନ। ୭୫୦ ଶଯ୍ଯା ବିଶିଷ୍ଟ ଏହି ହସ୍ପିଟାଲକୁ ଲୋକାର୍ପଣ କରିବେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ବର ଇନଫୋଭ୍ୟାଲି-୨ରେ ରାଜ୍ୟ ସରକାର ଯୋଗାଇଦେଇଥିବା ୨୦ ଏକର ପରିମିତ ଅଂଚଳରେ ସ୍ବତନ୍ତ୍ର କ୍ଯାନସର ହସ୍ପିଟାଲ ନିର୍ମାଣ ହୋଇଛି।
ପ୍ରଥମେ ୫୦୦ ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପାଇଁ ଯୋଜନା ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଏହାକୁ ୭୫୦କୁ ବୃଦ୍ଧି କରାଯାଇଛି। ରୋଗୀଙ୍କୁ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ୨୫ ପ୍ରତିଶତ ବେଡ୍ ରହିବ। କ୍ୟାନସର ଚିକିତ୍ସାର ସମସ୍ତ ଅତ୍ୟାଧୁନିକ ଯନ୍ତ୍ରପାତି ହସ୍ପିଟାଲରେ ଉପଲବ୍ଧ ହେବ। କ୍ୟାନସର ହସ୍ପିଟାଲ ସମେତ ୧୦୦ ଶଯ୍ୟା ବିଶିଷ୍ଟ ପାଲିଟିଭ କେୟାର ୟୁନିଟ ମଧ୍ୟ ନିର୍ମାଣ ହୋଇଛି। ତେବେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଲୋକାର୍ପଣ କରିବେ।