୧୦ ହଜାର ପିଲାଙ୍କୁ ନିଯୁକ୍ତି ଦେବେ ରାଜ୍ୟ ସରକାର

ଓଡ଼ିଶାରେ ନିଯୁକ୍ତିକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

୧୦ ହଜାର ପିଲାଙ୍କୁ ନିଯୁକ୍ତି ଦେବେ ରାଜ୍ୟ ସରକାର

ଓଡ଼ିଶାରେ ନିଯୁକ୍ତିକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାରେ ସୃଷ୍ଟି ହୋଇଛି ୧୦ ହଜାର ନିଯୁକ୍ତି । ଯାହା ଦ୍ବାରା ଓଡ଼ିଶାର ୧୦ ହଜାର ପିଲା ନିଯୁକ୍ତି ପାଇବେ ।

କଟକରେ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଟକ ଚୌଦ୍ବାରରେ ଆଜି ଟେକ୍ସଟାଇଲ ପାର୍କର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

୨୩୦ ଏକର ଜମିରେ ତିଆରି ହୋଇଛି ୱେଲସ୍ପୁନ ଟେକ୍ସଟାଇଲ କମ୍ପ୍ଲେକ୍ସ । ଏଥିରେ 3 ହଜାର କୋଟିର ପୁଞ୍ଜି ନିବେଶ ହେବ । ଯାହାକୁ ନେଇ ଏକ ବଡ଼ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ ।

ଆଜି ମୁଖ୍ୟମନ୍ତ୍ରୀ ଏହାକୁ ଶିଳାନ୍ୟାସ କରି କହିଛନ୍ତି ଯେ, ଆଜି ଚୌଦ୍ବାର ପାଇଁ, କଟକ ପାଇଁ ଖୁସିର ଦିନ । ଆଜି ଚୌଦ୍ବାର ତାର ଗୌରବ ଫେରି ପାଇବାକୁ ଯାଉଛି । ଚୌଦ୍ବାରରେ ବିଜୁବାବୁ ଶିଳ୍ପ ବିକାଶର ଭିତ୍ତି ରଖିଥିଲେ ।

ଏଥିସହ ଆଉ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ମା' ମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଟେକ୍ସଟାଇଲ ଶିଳ୍ପରେ ମା'ମାନଙ୍କ ପାଇଁ ସୁଯୋଗ ଅଛି । ୱେଲସ୍ପୁନ ଦେଶର ଏକ ପ୍ରସିଦ୍ଧ ଟେକ୍ସଟାଇଲ କମ୍ପାନି । ବିଶ୍ବର ଧନୀ ଦେଶକୁ ୱେଲସ୍ପୁନର ଜିନିଷ ରପ୍ତାନି ହୁଏ ।

ଏପରି କମ୍ପାନି ଓଡ଼ିଶାକୁ ଆସିବା ବହୁତ ଖୁସିର କଥା । ଓଡ଼ିଶାରେ ନିବେଶ ପାଇଁ ୱେଲସ୍ପୁନ ଅଧ୍ୟକ୍ଷଙ୍କୁ ଧନ୍ୟବାଦ । ସମସ୍ତଙ୍କ ସହଯୋଗରେ ଓଡ଼ିଶା ଶିଳ୍ପ ସମୃଦ୍ଧ ରାଜ୍ୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।