ଆଜି ୨୬୩ ଜଣଙ୍କୁ ସରକାରୀ ଚାକିରୀ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ୨୬୩ ଜଣଙ୍କୁ ନିଯୁକ୍ତି ପ୍ରଦାନ କରିବେ।

Feb 21, 2024 - 18:26
 4
ଆଜି ୨୬୩ ଜଣଙ୍କୁ ସରକାରୀ ଚାକିରୀ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ୨୬୩ ଜଣଙ୍କୁ ନିଯୁକ୍ତି ପ୍ରଦାନ କରିବେ। ଓଡିଶା ନିଯୁକ୍ତି ପର୍ବ କାର‌୍ୟ୍ୟକ୍ରମରେ ଏହି ନିଯୁକ୍ତି ପ୍ରଦାନ କରାଯିବ। ଆଜି ଅପରହ୍ନରେ ଲୋକସେବା ଭବନ କନଭେନସ ହଲରେ ମୁଖ୍ୟମନ୍ତ୍ରୀ ଏହି ନିଯୁକ୍ତି ପ୍ରଦାନ କରିବେ।

ଏଥରେ ରାଜ୍ୟ କର୍ମଚାରୀ ବୀମା ନିର୍ଦ୍ଦେଶଳାୟରେ ୮୦ ଜଣ ଷ୍ଟାଫ ନର୍ସ, ୪୦ ଜଣ ଫାର୍ମାସିଷ୍ଟ, ୪୦ ଜଣ ଲାବ୍ରୋଟୋରୀ ଟେକନସିଆନ, ୮ ଜଣ ଏଏନଏମ, ୯ ଜଣ ଏକ୍ସରେ ଟେକନସିଆନ ଏବଂ ୮ ଜଣ ଓଟି ସହାୟକ ନିଯୁକ୍ତ ହେବେ।

ସେହିପରି ରାଜ୍ୟ ପ୍ରଦୂଷଣ ବୋର୍ଡରେ ୧୧ ଜଣ କନିଷ୍ଠ ସହାୟକ, ହସ୍ତଶିଳ୍ପ ନିର୍ଦ୍ଦେଶଳାୟରେ ୪୮ ଜଣ ବିକାଶ ଅଧିକାରୀ, ୭ ଜଣ ସମବାୟ ସମିତି ନିରୀକ୍ଷକ ଏବଂ ୩ ଜଣ ସମୀକ୍ଷକ ନିଯୁକ୍ତି ହେବେ। ସେହିପରି କାରଖାନା ବାଷ୍ପିତ ନିର୍ଦ୍ଦେଶଳାୟରେ ୯ ଜଣ ସହକାରୀ ନିର୍ଦ୍ଦେଶକ ନିଯୁକ୍ତି ଦିଆଯିବ।