୧୫ ଦିନରେ ଅଯୋଧ୍ୟା ରାମମନ୍ଦିକୁ ଦାନ ମିଳିଛି ଏତିକି କୋଟି

ଅଯୋଧ୍ୟା : ପ୍ରତ୍ୟହ ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ରାମଲାଲାଙ୍କ ଦର୍ଶନ ପାଇଁ ଅପେକ୍ଷାରତ ଥିବା ବେଳେ ଅଯୋଧ୍ୟା ରାମ ମନ୍ଦିରକୁ ଆସୁଛନ୍ତି ସାରା ବିଶ୍ୱରୁ ଶ୍ରଦ୍ଧାଳୁ, ମିଳିବାରେ ଲାଗିଛି ସାରା ବିଶ୍ୱରୁ ଦାନ । ତେବେ ସୂଚନା ଅନୁଯାୟୀ ଗତ ୧୫ ଦିନରେ ୩୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଅଯୋଧ୍ୟାରେ ରାମଲାଲାଙ୍କୁ ଦର୍ଶନ କରିଛନ୍ତି । ପ୍ରତିଦିନ ହାରାହାରି ୨ ଲକ୍ଷ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଆସୁଛନ୍ତି। ଉତ୍ତରପ୍ରଦେଶ ତଥା ଦେଶର କୋଣଅନୁକୋଣରୁ ଶ୍ରଦ୍ଧାଳୁ ପ୍ରତିଦିନ ଅଯୋଧ୍ୟାରେ ରାମଲାଲାଙ୍କୁ ଦର୍ଶନ କରିବାକୁ ଆସୁଛନ୍ତି। ଭିଡ଼ ଯେମିତି ଦାନ ବି ସେ ଆକାରରେ ମିଳୁଛି । ମାତ୍ର ୧୫ ଦିନରେ ୧୨ କୋଟି ୮୦ ଲକ୍ଷ ଦାନ ମିଳି ସାରିଛି । ଜାନୁଆରୀ ୨୨ ତାରିଖରେ ପ୍ରାଣ ପ୍ରତିଷ୍ଠା ପରଠାରୁ ଦର୍ଶନ ପାଇଁ ଭକ୍ତଙ୍କ ଗହଣରେ ନାହିଁ ନଥିବା ଉତ୍ସାହ । ଏପରିକି ପ୍ରଥମ ଦିନ ସାଢ଼େ ୩ କୋଟି ଟଙ୍କା ଦାନ ମିଳିଥିଲା । ଦୈନିକ ଦେଢ଼ଲକ୍ଷ ଭକ୍ତଙ୍କୁ ଦର୍ଶନ କରାଇବାର ପ୍ରାଥମିକ ବ୍ୟବସ୍ଥା ରଖାଯାଇଥିଲେ ବି ଏ ସଂଖ୍ୟା ଦୁଇ ଗୁଣାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ତେଣୁ ଏଥିପାଇଁ ୮ହଜାରରୁ ଅଧିକ ଫୋର୍ସ ରାମ ମନ୍ଦିର ପାଇଁ ନିୟୋଜିତ କରାଯାଇଛି । ୟୁପି ପୋଲିସ୍ ସହ ରାପିଡ୍ ଆକ୍ସନ ଫୋର୍ସ, ସିଆରପିଏଫ୍ ଏବଂ ଅନ୍ୟ ପାରାମିଲିଟାରୀ ଫୋର୍ସ ମଧ୍ୟ ମୁତୟନ ହେଉଛନ୍ତି ।

୧୫ ଦିନରେ ଅଯୋଧ୍ୟା ରାମମନ୍ଦିକୁ ଦାନ ମିଳିଛି ଏତିକି କୋଟି