ଅଙ୍କଲ ଡାକି ଝାମ୍ପିନେଲେ ୩ ଲକ୍ଷ ଟଙ୍କା

ରାଉରକେଲା କୋଏଲ ନଗର ଛକ ନିକଟରେ ଘଟିଛି ଏକ ଅଘଟଣ । ଦିନ ଦ୍ୱିପ୍ରହରରେ ମାତିଲେ ଲୁଟେରା । ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବାବେଳେ ଅଙ୍କଲ ଡାକି ଝାମ୍ପିନେଲେ ୩ ଲକ୍ଷ ଟଙ୍କା । ଘର ତିଆରି ପାଇଁ ବ୍ୟାଙ୍କ୍ରୁ ଟଙ୍କା ଉଠାଇ ଆସୁଥିଲେ । ତେବେ ପୂର୍ବରୁ ଛକି ରହିଥିବା ଲୁଟେରାମାନେ ବ୍ୟକ୍ତି ଜଣଙ୍କ ଚାଲି ଚାଲି ଯିବା ବେଳେ ଏହାର ସୁଯୋଗ ନେଇଥିଲେ ।