୧୫ ମିନିଟ୍‌ରେ ସମସ୍ୟା ଶୁଣିବ ପୁଲିସ

କୌଣସି ଅଭିଯୋଗ ସଂକ୍ରାନ୍ତରେ ପୁଲିସକୁ ଫୋନ୍ କି ହ୍ବାଟ୍‌ସଆପ୍ ମେସେଜ୍ କଲେ ମାତ୍ର ୧୫ ମିନିଟରେ ପୁଲିସ ଅଭିଯୋଗକାରୀଙ୍କୁ ଯୋଗାଯୋଗ କରିବ। ଅଭିଯୋଗର ତ୍ବରିତ ସମାଧାନ କରିବା ପାଇଁ କଟକ କମିସନରେଟ୍ ପୁଲିସ ଏକ ସ୍ବତନ୍ତ୍ର ନମ୍ବର ଜାରି କରିଛି। ଡିସିପିଙ୍କ ଆଧୁନିକ କଣ୍ଟ୍ରୋଲ୍‌ ରୁମ୍ ମାଧ୍ୟମରେ ଏହି ନମ୍ବର ପରିଚାଳିତ ହେବାକୁ ଯାଉଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ରାସ୍ତାରେ ଘଟୁଥିବା ଅପରାଧ ରୋକିବାକୁ କଟକ କମିସନରେଟ୍ ପୁଲିସ ୨୪ ଘଣ୍ଟିଆ ସହାୟତା ନମ୍ବର୍‌ ଜାରି କରିଛି। ଏହି ମୋବାଇଲ୍ ନମ୍ବର୍‌ ହେଉଛି ୭୯୭୮୮୯୪୪୦୫। ଏହା ୧୧୨ ସହାୟତା ନମ୍ବର୍‌ ସହିତ ସମାନ୍ତରାଳ ଭାବେ କାର୍ଯ୍ୟ କରିବ। କୌଣସି ଅପରାଧିକ ତତ୍ତ୍ବଙ୍କ ଗତିବିଧି ସମ୍ପର୍କରେ ସୂଚନା ଦେଇ କିମ୍ବା ରାସ୍ତାରେ ଲୁଟେରା ଛିନତାଇ କଲେ, ସର୍ବସାଧାରଣରେ ବେଆଇନ ମଦ କାରବାର ସମ୍ପର୍କରେ ଏହି ନମ୍ବର ମାଧ୍ୟମରେ ସାଧାରଣ ଲୋକେ କିମ୍ବା ଅଭିଯୋଗକାରୀ ପୁଲିସକୁ ସୂଚନା ଦେଇପାରିବେ। କଟକ ସହର ବାସିନ୍ଦା ଏହି ନମ୍ବର୍‌ରେ ଫୋନ୍ କରିବା ସହିତ ହ୍ବାଟ୍‌ସଆପ୍‌ରେ ମେସେଜ୍‌ ପଠାଇପାରିବେ।