ଚଳନ୍ତା ଇଞ୍ଜିନ୍‌ରେ ଲାଗିଲା ନିଆଁ

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ରୋଡ଼ ଷ୍ଟେସନ ନିକଟରେ ଦୁର୍ଘଟଣା ।

Feb 22, 2024 - 16:27
 9
ଚଳନ୍ତା ଇଞ୍ଜିନ୍‌ରେ ଲାଗିଲା ନିଆଁ

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ରୋଡ଼ ଷ୍ଟେସନ ନିକଟରେ ଦୁର୍ଘଟଣା । ଚଳନ୍ତା ଟ୍ରେନ୍ ଇଞ୍ଜିନରେ ଅଗ୍ନିକାଣ୍ଡ ଘଟିଛି । ହୁତୁ ହୁତୁ ହୋଇ ଜଳୁଛି ଟ୍ରେନ୍ ଇଞ୍ଜିନ । ଚଳନ୍ତା ଇଞ୍ଜିନରୁ ତଳକୁ ଡେଇଁ ପଡିଲେ ଲୋକ ପାଇଲଟ୍ । ଲୋକ ପାଇଲଟ ସୁରକ୍ଷିତ ଥିବା ଜଣାପଡିଛି ।ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ ।

ପୂର୍ବତଟ ରେଳପଥର ଗୋବିନ୍ଦପୁର ଠାରେ ଏହି ଯୋରନ୍ଦା ରୋଡ଼ ଷ୍ଟେସନ । ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛି । ଇଞ୍ଜିନଟି କଟକ ଅଭିମୁଖେ ଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି ।