Avnews24.in ର ଉଦ୍ଘାଟନ କାର୍ଯ୍ୟକ୍ରମ
inauguration program of Avnews24.in

PRESS NOTE
........................
ଅଦ୍ୟ ୨୯-୩-୨୦୨୪, ଶୁଭ ଶୁକ୍ରବାର ତିଥିରେ "ଆଶା ଭରସା" ପାଖିକ ଖବର କାଗଜର ଅଷ୍ଟମ ସ୍ଵନକ୍ଷତ୍ର ଦିବସ ପାଳିତ ହୋଇ ଯାଇଛି। ଏହି ଅବସରରେ 'ଆଶା ଭରସା ଫାଉଣ୍ଡେସନ' ତରଫରୁ ଏକ Web portal/Channel ସହିତ YouTube "avnews24.in" ଶୁଭ ଉଦଘାଟିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ OUWJA ର ସଭାପତି Sj.ସୁଜ୍ଞାନ ଚୌଧୁରୀ ମୁଖ୍ୟ ଅତିଥି ରୂପେ ଓ ବରିଷ୍ଠ ସାମ୍ବାଦିକ ତଥା ରାଜନୈତିକ ସମୀକ୍ଷକ, 'ଦର୍ଶନ ସମୀକ୍ଷା ଲାଇଭ' ର ସମ୍ପାଦକ Sj. ବି କେ ଜେନା ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ।
ସେମାନେ 'ଆଶା ଭରସା ପ୍ରକାଶନି ପରିଷଦ'ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ Sj ଚନ୍ଦ୍ର ପ୍ରକାଶ ସାହୁ ଙ୍କ କାର୍ଯ୍ୟ ଧାରା ର ଭୂୟସୀ ପ୍ରଶଂସା କରିଥିଲେ। ତତ୍ ସହିତ Web Media "avnews24.in"ର ଉତ୍ତୋରତର ଉନ୍ନତି କାମନା କରିଥିଲେ। ଅନ୍ୟ ମାନଂକ ମଧ୍ୟରେ Odisha Choice ର Editor ତଥା ଯୁବ ସ୍ତମ୍ବକାର Sj. ଶାରଦା ପ୍ରସାଦ କର ଯୋଗ ଦେଇ ସମସ୍ତ କାର୍ଯ୍ୟ କ୍ରମର ପ୍ରଶଂସା କରିଥିଲେ। ଏହି କାର୍ଯ୍ୟ କ୍ରମରେ ଅନ୍ୟ ଯେଉଁମାନେ ଯୋଗ ଦେଇଥିଲେ ସେମାନେ ହେଲେ "ଅ ରୋ ସି ଖା" ଅନୁଷ୍ଠାନର ସଦସ୍ୟ ସଚିବ ପଦ୍ମ ଚରଣ ମହାପାତ୍ର, Odisha ଶ୍ରମିକ ସଂଘ (Trade Union)ର ସଯୋଜିକା ମାଧବୀ ମହାରଣା, Free ଫିଜିଓ ଥେରାପି ସେବା କେନ୍ଦ୍ର ର Speech Therapist ସ୍ମୃତି ରେଖା ଦାସ, Social Master ପ୍ରକାଶ ଚନ୍ଦ୍ର ମହାରଣା ପ୍ରମୁଖ ଯୋଗ ଦେଇ ସହଯୋଗିତା କରିଥିଲେ।
ସାନ୍ଧ୍ୟ ସମୟରେ "ଆଶା ଭରସା Foundation" ତରଫରୁ ' ଆନନ୍ଦ ଆଶ୍ରୟ' ର ଅନ୍ତେବାସୀମାନଙ୍କୁ ଫଳ ଓ ବିସ୍କୁଟ, ପୋଷାକ ବିତରଣ କରାଯାଇଥିଲା।