CBSE ର ୯ ମ ଓ ୧୦ ମ ପିଲା ଥାର୍ଡ଼ ଲାଙ୍ଗୁଏଯେ ରେ ପାଶ ବାଧ୍ୟତାମୂଳକ...

Jul 15, 2026 - 08:18
 10
CBSE ର ୯ ମ ଓ ୧୦ ମ ପିଲା ଥାର୍ଡ଼ ଲାଙ୍ଗୁଏଯେ ରେ ପାଶ ବାଧ୍ୟତାମୂଳକ...

ନୂଆଦିଲ୍ଲୀ : CBSE ବୋର୍ଡ ପକ୍ଷରୁ ଜାତୀୟ ଶିକ୍ଷା

ନୀତି (NEP) ୨୦୨୦ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ପରିବର୍ତନ କରାଯାଇଛି । ଏଣିକି ୯ମ ଏବଂ ୧୦ମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ତୃତୀୟ ଭାଷା ବା (Third Language)କୁ ବାଧ୍ୟତାମୂଳକ କରାଯାଇଛି । ବୋର୍ଡ ପକ୍ଷରୁ ଜାରି ସର୍କୁଲାର ଅନୁଯାୟୀ, ଆଗାମୀ ୨୦୨୬-୨୭ ଶିକ୍ଷାବର୍ଷରୁ ୯ମ ଏବଂ ୨୭-୨୮ ଶିକ୍ଷାବର୍ଷରୁ ୧୦ମ ଶ୍ରେଣୀରେ ଏହି ନୂଆ ନିୟମ ଲାଗୁ ହେବ ।

ନୂଆ ନିୟମ ଅନୁଯାୟୀ, ଯଦି କୌଣସି ଛାତ୍ରଛାତ୍ରୀ ୯ମ ଶ୍ରେଣୀରେ ତୃତୀୟ ଭାଷା ମୂଲ୍ୟାଙ୍କନରେ ଫେଲ୍ ହୁଅନ୍ତି, ତେବେ ସେମାନଙ୍କୁ ୧୦ମ ଶ୍ରେଣୀକୁ ପାସ୍‌ କରି ଦିଆଯିବ । କିନ୍ତୁ ସେମାନେ ୧୦ମ ଶ୍ରେଣୀରେ ପଢୁଥ‌ିବା ସମୟରେ ହିଁ ୯ମ ଶ୍ରେଣୀର ସେହି ବାକି ରହିଥ‌ିବା ତୃତୀୟ ଭାଷାର ମୂଲ୍ୟାଙ୍କନ ପରୀକ୍ଷା ଦେଇ ଉତ୍ତୀର୍ଣ୍ନ ହେବାକୁ ପଡ଼ିବ ।

ତୃତୀୟ ଭାଷା ବିଷୟଟି ୧୦ମ ଶ୍ରେଣୀର ମୂଳ ବୋର୍ଡ ପରୀକ୍ଷାର ଅଂଶ ହେବ ନାହିଁ । କିନ୍ତୁ ମାଧ୍ୟମିକ ସ୍କୁଲ ପରୀକ୍ଷା ପାସ୍ ପ୍ରମାଣପତ୍ର ପାଇବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ସ୍ତରରେ ହେବାକୁ ଥିବା Internal Assessmentରେ ଉତ୍ତୀର୍ଣ୍ଣ ହେବା ବାଧ୍ୟତାମୂଳକ ହେବ । ଏହାଦ୍ଵାରା ପିଲାଙ୍କ ବର୍ଷ ନଷ୍ଟ ହେବନାହିଁ, କିନ୍ତୁ ଶିକ୍ଷା ସମାପ୍ତ ପୂର୍ବରୁ ଭାଷାଗତ ଯୋଗ୍ୟତା ପୂରଣ ହୋଇପାରିବ ।

ଯଦି କୌଣସି ଛାତ୍ର ବୋର୍ଡ ଫଳାଫଳ ପୂର୍ବରୁ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନରେ ବିଫଳ ହୁଅନ୍ତି, ତେବେ ବିଦ୍ୟାଳୟଗୁଡ଼ିକୁ ସେମାନଙ୍କର ପୁନଃମୂଲ୍ୟାୟନ କରିବାକୁ ପଡ଼ିବ । ପୂର୍ବରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାୟୀ, ୨୦୨୬-୨୭ ଶିକ୍ଷାବର୍ଷରୁ ଷଷ୍ଠ ตดู ดี Three-Language Formula াণু ହେବ । ଏହି ନୂଆ ଢାଞ୍ଚାରେ ପିଲାମାନେ ୩ଟି ଭାଷା ପଢ଼ିବେ, ଯେଉଁଥିରେ ଅତି କମରେ ୨ଟି ଭାରତୀୟ ଭାଷା ରହିବା ବାଧ୍ୟତାମୂଳକ ।