CMC କମିଶନର ସରକାରୀ ବାସ ଗୃହ ପାଇ ପୁଣି ନେଉଛନ୍ତି ଭଡା ବାବଦ ରେ ସରକାର ଙ୍କ ଠାରୁ ଭଡା   .

CMC କମିଶନର ସରକାରୀ ବାସ ଗୃହ ପାଇ ପୁଣି ନେଉଛନ୍ତି ଭଡା ବାବଦ ରେ ସରକାର ଙ୍କ ଠାରୁ ଭଡା   .

CMC କମିଶନର ସରକାରୀ ବାସ ଗୃହ ପାଇ ପୁଣି ନେଉଛନ୍ତି ଭଡା ବାବଦ ରେ ସରକାର ଙ୍କ ଠାରୁ ଭଡା  


ସିଏମସି କମସନରଙ୍କ ନାଁରେ ଅଭିଯୋଗ: ସରକାରୀ କ୍ୱାଟର୍ସରେ ରହୁଛନ୍ତି, ଘରଭଡ଼ା ବାବଦକୁ ନେଉଛନ୍ତି ଟଙ୍କା
କଟକ ମହାନଗର ନିଗମର କମସନର ଅନାମ ଚରଣ ପାତ୍ରଙ୍କ ନାଁରେ ବଡ଼ ଅଭିଯୋଗ । ସରକାରୀ କ୍ୱାର୍ଟର୍ସରେ ରହି ଘରଭଡ଼ା ବାବଦକୁ ନେଉଛନ୍ତି ଟଙ୍କା । ୮ ମାସରେ ୧ ଲକ୍ଷ ୮୩ ହଜାର ଟଙ୍କା ଭଡା ବାବଦକୁ ଉଠାଇ ଥିବା ଅଭିଯୋଗ ।  
 ସିଏମସି କମସନରଙ୍କ ନାଁରେ ଅଭିଯୋଗ: ସରକାରୀ କ୍ୱାଟର୍ସରେ ରହୁଛନ୍ତି, ଘରଭଡ଼ା ବାବଦକୁ ନେଉଛନ୍ତି ଟଙ୍କା
କନକ ବ୍ୟୁରୋ: ସିଏମସି କମସନରଙ୍କ ନାଁରେ ବଡ଼ ଅଭିଯୋଗ । ସରକାରୀ କ୍ୱାର୍ଟର୍ସରେ ରହୁଛନ୍ତି ହେଲେ ପୁଣି ଘର ଭଡ଼ା ବାବଦକୁ ଟଙ୍କା ବି ନେଉଛନ୍ତି । କଟକ ମହାନଗର ନିଗମର କମସନର ଅନାମ ଚରଣ ପାତ୍ରଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିଛି । ୮ ମାସରେ ୧ ଲକ୍ଷ ୮୩ ହଜାର ଟଙ୍କା ଭଡ଼ା ବାବଦକୁ ଉଠାଇ ନେଇଛନ୍ତି ସିଏମସି କମସନର । କମିସନର ସରକାରୀ ବାସଭବନରେ ରହି ସରକାରଙ୍କଠାରୁ ପ୍ରତିମାସରେ ଘର ଭଡ଼ା ବାବଦକୁ ଟଙ୍କା ନେବା ଘଟଣା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । କଟକ ମହାନଗର ନିଗମର କମିସନର ଭାବେ ୨୦୨୪ ସେପ୍ଟେମ୍ବର ୨୫ରେ ଦାୟିତ୍ଵ ଗ୍ରହଣ କରିଥିଲେ ଅନାମ ଚରଣ ପାତ୍ର । ଏହା ପୂର୍ବରୁ ସେ ୨୦୨୪ ଅଗଷ୍ଟ ୯ରୁ ସେପ୍ଟେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ଭାରପ୍ରାପ୍ତ କମିସନର ଭାବେ ଦାୟିତ୍ୱରେ ଥିଲେ । କମିସନର ଭାବେ ଦାୟିତ୍ୱ ନେବା ପରଠାରୁ ବାରବାଟୀ ଦୁର୍ଗ ସ୍ଥିତ ପୌର ନିଗମ କମିସନରଙ୍କ ପାଇଁ ଥିବା ସରକାରୀ କ୍ୱାର୍ଟର ନମ୍ବର ଏସ୍ ଓ-୮ରେ ସେ ରହି ଆସୁଛନ୍ତି । ଗତବର୍ଷ ସେପ୍ଟେମ୍ବରରୁ କମିସନର କ୍ୱାର୍ଟରରେ ରହି ଆସୁଥିବା ବେଳେ ପ୍ରତି ମାସ ଘର ଭଡ଼ା ବାବଦରେ ୨୨ ହଜାର ୯୪୪ ଟଙ୍କା ନେଉଛନ୍ତି । ଘର ଭଡ଼ା ବାବଦକୁ ଏପର୍ଯ୍ୟନ୍ତ  ୮ ମାସରେ ମୋଟ ୧ ଲକ୍ଷ ୮୩ ହଜାର ୫୫୨ ଟଙ୍କା ନେଇଛନ୍ତି କମିସନର ।
ରିପୋର୍ଟ :ରଶ୍ମିରଂଜନ ମିଶ୍ର 
#Avnews24#
ଭୁବନେଶ୍ୱର